ETV Bharat / sports

ଫାଷ୍ଟ ବୋଲର ସାମୀଙ୍କୁ କୋର୍ଟଙ୍କ ନିର୍ଦ୍ଦେଶ, ପତ୍ନୀଙ୍କୁ ପ୍ରତି ମାସରେ ଗଣିବେ ଏତିକି ଟଙ୍କା - mohammed shami

ପ୍ରତି ମାସରେ ପତ୍ନୀ ହସୀନ ଜହାଁଙ୍କୁ ଦେବାକୁ ପଡିବ ୧ ଲକ୍ଷ ୩୦ ହଜାର ଟଙ୍କା ଦେବେ ଭାରତୀୟ ଫାଷ୍ଟ ବୋଲର ମହମ୍ମଦ ସାମୀ ।

ମହମ୍ମଦ ସାମୀ ଓ ହସୀନ ଜହାଁ
ମହମ୍ମଦ ସାମୀ ଓ ହସୀନ ଜହାଁ
author img

By

Published : Jan 25, 2023, 9:08 PM IST

ହାଇଦ୍ରାବାଦ : ଭାରତୀୟ ଫାଷ୍ଟ ବୋଲର ମହମ୍ମଦ ସାମୀଙ୍କୁ ବଡ ଝଟକା । ପ୍ରତି ମାସରେ ପତ୍ନୀ ହସୀନ ଜହାଁଙ୍କୁ ଦେବାକୁ ପଡିବ ୧ ଲକ୍ଷ ୩୦ ହଜାର ଟଙ୍କା । ଏନେଇ କୋଲକାତାର ଏକ କୋର୍ଟ ଶୁଣାଣି କରିଛନ୍ତି । ମହମ୍ମଦ ସାମୀ ଓ ତାଙ୍କ ପତ୍ନୀ ପାରିବାରିକ କୋଳହ କାରଣରୁ ଉଭୟ ଏକାଠି ନ ରହି ଅଲଗା ଅଲଗା ରହୁଛନ୍ତି । ଏନେଇ ପତ୍ନୀ ହସୀନ ଜହାଁ କୋର୍ଟରେ ଦ୍ବାରସ୍ଥ ହୋଇଥିଲେ । କୋଲକାତାର ଏକ କୋର୍ଟ ମହମ୍ମଦ ସାମୀଙ୍କୁ ପତ୍ନୀ ହସୀନ ଜହାଁଙ୍କୁ ମାସିକ ୧ ଲକ୍ଷ ୩୦ ହଜାର ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ୧ ଲକ୍ଷ ୩୦ ହଜାର ଟଙ୍କାରୁ ୫୦,୦୦୦ ଟଙ୍କା ହସୀନ ଜହାଁ ତାଙ୍କ ବ୍ୟକ୍ତିଗତ ଖର୍ଚ୍ଚ ପାଇଁ । ଏବଂ ବାକି ୮୦,୦୦୦ ଟଙ୍କା ତାଙ୍କ ଝିଅର ଖର୍ଚ୍ଚ ପାଇଁ ରହିଛି ।

ବର୍ଷ ୨୦୧୮ରେ ହସୀନ ଜହାଁ ୧୦ ଲକ୍ଷ ଟଙ୍କା ମାସିକ ଖର୍ଚ୍ଚ ବାବଦରେ କୋର୍ଟରେ ଏକ ମାମଲା ଦାଏର କରିଥିଲେ । ଯେଉଁଥିରେ ୭ ଲକ୍ଷ ଟଙ୍କା ତାଙ୍କ ବ୍ୟକ୍ତିଗତ ଖର୍ଚ୍ଚ ପାଇଁ ଦାବି କରିଥିଲେ । ଏବଂ ୩ ଲକ୍ଷ ଟଙ୍କା ତାଙ୍କ ଝିଅର ଖର୍ଚ୍ଚ ପାଇଁ ଦାବି କରିଥିଲେ । ତାଙ୍କ ଓକିଲ ମୃଙ୍ଗକା ମିସ୍ତ୍ରୀ ଅଦାଲତରେ ସୂଚିତ କରିଥିଲେ କି ଆର୍ଥିକ ବର୍ଷ ୨୦୨୦-୨୧ ପାଇଁ ଭାରତୀୟ କ୍ରିକେଟର ମହମ୍ମଦ ସାମୀ ଆୟକର ରିଟର୍ଣ୍ଣ ଅନୁସାରେ, ସେହି ଆର୍ଥିକ ବର୍ଷ ପାଇଁ ତାଙ୍କର ବାର୍ଷିକ ଆୟ ୭ କୋଟି ଟଙ୍କାରୁ ଅଧିକ ଥିଲା ଏବଂ ସେହି ଆଧାରରେ ମାସିକ ଖର୍ଚ୍ଚ ଦାବି କରିଥିଲେ ହସୀନ ଜହାଁ । ସେପଟେ ମହମ୍ମଦ ସାମୀଙ୍କ ଓକିଲ ସେଲିମ ରହମାନ ମଧ୍ୟ ଏହାର କୋର୍ଟରେ ଏହାର ପାଲଟା ଜବାବ ରଖିଥିଲେ । ସେ କହିଥିଲେ ସାମୀଙ୍କ ପତ୍ନୀ ହସୀନ ଜହାଁ ଜଣେ ପ୍ରୋଫେସନାଲ ମଡେଲ । ସେ ତାଙ୍କ ଖର୍ଚ୍ଚ ନିଜେ ଉଠାଇ ପାରିବେ । ସେହି ଦୃଷ୍ଟିରେ ୧୦ ଲକ୍ଷ ଟଙ୍କା ଦାବି କରିବା ଅନୁଚିତ ।

ତେବେ କୋଲକାତାର ଏକ ଫାମିଲି କୋର୍ଟ ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ରାୟ ଶୁଣାଇଛନ୍ତି । କୋର୍ଟ ନିର୍ଦ୍ଦେଶ ଅନୁସାରେ ମହମ୍ମଦ ସାମୀ ୧ ଲକ୍ଷ ୩୦ ହଜାର ଟଙ୍କା ମାସିକ ଖର୍ଚ୍ଚ ହିସାବରେ ତାଙ୍କ ପତ୍ନୀଙ୍କୁ ଦେବେ । ତେବେ କୋର୍ଟଙ୍କ ବିଚାର ପରେ ହସୀନ ଜହାଁ କୃତଜ୍ଞତା ଜଣାଇଛନ୍ତି । ହେଲେ ସେଥିରେ ସେ ସନ୍ତୋଷ ନଥିବା ଜଣାପଡିଛି । ସେ କହିଛନ୍ତି ମାସିକ ଖର୍ଚ୍ଚ ବାବଦକୁ ଅଧିକ ଟଙ୍କା ମିଳିଥିଲେ ଭଲ ହୋଇଥାନ୍ତା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.