ETV Bharat / sports

ଶାମିଙ୍କ ସମେତ ୨୬ ଖେଳାଳି ପାଇବେ ଅର୍ଜୁନ ପୁରସ୍କାର, ଚିରାଗ ଓ ସାତ୍ତ୍ବିକଙ୍କୁ ଖେଳରତ୍ନ - ସତ୍ତ୍ବିକ ସାଇରାଜ୍‌ ରଙ୍କିରେଡ୍ଡି

National Sports Award: ୨୦୨୩ରେ ବିଭିନ୍ନ କ୍ରୀଡ଼ା କ୍ଷେତ୍ରରେ ଭାରତକୁ ଗୌରବାନ୍ବିତ କରିଥିବା ଖେଳାଳିଙ୍କୁ ସମ୍ମାନୀତ କରିବେ ରାଷ୍ଟ୍ରପତି । ଭାରତୀୟ ଷ୍ଟାର ବୋଲର ମହମ୍ମଦ ଶାମିଙ୍କ ସମେତ ୨୬ ଖେଳାଳିଙ୍କୁ ମିଳିବ ଅର୍ଜୁନ ପୁରସ୍କାର । ବ୍ୟାଡମିଣ୍ଟନ ଷ୍ଟାର ଚିରାଗ ଶେଟ୍ଟୀ ଏବଂ ସତ୍ତ୍ବିକ ସାଇରାଜ୍‌ ରଙ୍କିରେଡ୍ଡିଙ୍କୁ ମେଜର ଧ୍ୟାନଚାନ୍ଦ ଖେଳ ରତ୍ନ ପୁରସ୍କାର ୨୦୨୩ରେ ସମ୍ମାନିତ କରାଯିବ । ଅଧିକ ପଢ଼ନ୍ତୁ

ଶାମିଙ୍କ ସମେତ ୨୬ ଖେଳାଳି ପାଇବେ ଅର୍ଜୁନ ପୁରସ୍କାର
ଶାମିଙ୍କ ସମେତ ୨୬ ଖେଳାଳି ପାଇବେ ଅର୍ଜୁନ ପୁରସ୍କାର
author img

By ETV Bharat Odisha Team

Published : Dec 20, 2023, 8:18 PM IST

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ଖେଳ ପୁରସ୍କାର ୨୦୨୩ ପାଇଁ ଖେଳାଳିଙ୍କ ତାଲିକା କ୍ରୀଡ଼ା ମନ୍ତ୍ରଣାଳୟ ଦ୍ବାରା ପ୍ରକାଶ ପାଇଛି । ଏହି ତାଲିକା ଅନୁଯାୟୀ, ଆଇସିସି ବିଶ୍ବକପ୍‌ ୨୦୨୩ରେ ଚମତ୍କାର ପ୍ରଦର୍ଶନ କରିଥିବା ଭାରତୀୟ ଷ୍ଟାର ବୋଲର ମହମ୍ମଦ ଶାମିଙ୍କୁ ଅର୍ଜୁନ ପୁରସ୍କାରରେ ସମ୍ମାନିତ କରାଯିବ । ଶାମିଙ୍କ ସମେତ ୨୬ ଜଣ ଭାରତୀୟ ଖେଳାଳିଙ୍କୁ ଅର୍ଜୁନ ପୁରସ୍କାରରେ ସମ୍ମାନିତ କରାଯିବ । ଅନ୍ୟପଟେ ପୁରୁଷ ଡବଲ୍ସ ବ୍ୟାଡମିଣ୍ଟନ ଷ୍ଟାର ଚିରାଗ ଶେଟ୍ଟୀ ଏବଂ ସତ୍ତ୍ବିକ ସାଇରାଜ୍‌ ରଙ୍କିରେଡ୍ଡିଙ୍କୁ ଚଳିତ ବର୍ଷର ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ମେଜର ଧ୍ୟାନଚାନ୍ଦ ଖେଳ ରତ୍ନ ପୁରସ୍କାର ୨୦୨୩ରେ ସମ୍ମାନିତ କରାଯିବ ।

ରାଷ୍ଟ୍ରପତି ଭବନରେ କରାଯିବ ସମ୍ମାନିତ: ଏହି ଖେଳାଳିମାନେ ୨୦୨୩ ମସିହାରେ ନିଜ ନିଜ କ୍ରୀଡ଼ାରେ ଚମତ୍କାର ପ୍ରଦର୍ଶନ କରିଛନ୍ତି । ଏହି କାରଣରୁ ସେମାନଙ୍କୁ ବିଭିନ୍ନ ରାଷ୍ଟ୍ରୀୟ ଖେଳ ପୁରସ୍କାରରେ ସମ୍ମାନିତ କରାଯିବ । ଏହି ସମସ୍ତ ଖେଳାଳି ୯ ଜାନୁଆରୀ ୨୦୨୪ରେ ରାଷ୍ଟ୍ରପତି ଭବନରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ । ଏହିଦିନ ସେମାନେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କଠାରୁ ଏହି ପୁରସ୍କାର ଗ୍ରହଣ କରିବେ । ଜାଣନ୍ତୁ କେଉଁ ଖେଳାଳିଙ୍କୁ ମିଳିବ କେଉଁ ସମ୍ମାନ..

ମେଜର ଧ୍ୟାନଚାନ୍ଦ ଖେଳ ରତ୍ନ ପୁରସ୍କାର:

  • ସାତ୍ତ୍ବିକ ସାଇରାଜ ରଙ୍କିରେଡ୍ଡୀ (ବ୍ୟାଡମିଣ୍ଟନ୍)
  • ଚିରାଗ ସେଟ୍ଟୀ (ବ୍ୟାଡମିଣ୍ଟନ୍)

ଅର୍ଜୁନ ପୁରସ୍କାର:

  • ମହମ୍ମଦ ଶାମି (କ୍ରିକେଟ)
  • ଅଜୟ ରେଡ୍ଡୀ (ବ୍ଲାଇଣ୍ଡ କ୍ରିକେଟ)
  • ଓଜେସ ପ୍ରବୀଣ ଦେଓତାଲେ (ତୀରନ୍ଦାଜ)
  • ଆଦିତି ଗୋପିଚାନ୍ଦ ସ୍ବାମୀ (ତୀରନ୍ଦାଜ)
  • ଶୀତଲ ଦେବୀ (ପାରା ଆର୍ଚେରୀ)
  • ପାରୁଲ ଚୌଧୁରୀ (ଆଥଲେଟିକ୍ସ)
  • ଏମ୍‌ ଶ୍ରୀଶଙ୍କର (ଆଥଲେଟିକ୍ସ)
  • ମହମ୍ମଦ ହୁସାମୁଦ୍ଦିନ (ବକ୍ସିଂ)
  • ଆର ବୈଶାଳୀ (ଚେସ୍‌)
  • ଦିବ୍ୟକୃତୀ ସିଂହ (ଅଶ୍ବାରୋହୀ)
  • ଅନୁଶ ଅଗ୍ରଓ୍ବାଲା (ଅଶ୍ବାରୋହୀ)
  • ଦିକ୍ଷା ଡାଗର (ଗଲ୍ଫ)
  • କୃଷ୍ଣ ବାହଦୂର ପାଠକ (ହକି)
  • ସୁଶିଳା ଚାନୁ (ହକି)
  • ପିଙ୍କି (ଲନ୍ ବଲ)
  • ଐଶ୍ୱର୍ଯ୍ୟ ପ୍ରତାପ ସିଂହ ତୋମାର (ସୁଟିଂ)
  • ଅନ୍ତିମ ପାଂଘଲ (କୁସ୍ତି)
  • ଅୟହିକା ମୁଖାର୍ଜୀ (ଟେବୁଲ ଟେନିସ୍)
  • ପ୍ରାଚୀ ଯାଦବ (ପାରା ନୋଇନିଂ)
  • ଈଶା ସିଂ (ସୁଟିଂ)
  • ହରିନ୍ଦର ପାଲ ସିଂ ସନ୍ଧୁ (ସ୍କ୍ୱାସ୍)
  • ନସରୀନ (ଖୋ-ଖୋ)
  • ରିତୁ ନେଗୀ (କବାଡି)
  • ପୱାନ କୁମାର (କବାଡି)
  • ନାଓରେମ ରୋଶିବିନା ଦେବୀ (ଉସୁ)
  • ସୁନୀଲ କୁମାର (କୁସ୍ତି)

ଦ୍ରୋଣାଚାର୍ଯ୍ୟ ପୁରସ୍କାର:

  • ଗଣେଶ ପ୍ରଭାକରନ୍ (ମାଲ୍‌ଖମ୍ବ)
  • ମହାବୀର ସାଇନି (ପାରା ଆଥଲେଟିକ୍ସ)
  • ଲଲିତ କୁମାର (କୁସ୍ତି)
  • ଆର୍‌ବି ରମେଶ (ଚେସ୍‌)
  • ଶିବେନ୍ଦ୍ର ସିଂହ (ହକି)

ଏହା ମଧ୍ଯ ପଢ଼ନ୍ତୁ...ବିଶ୍ବକପ୍‌ରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଶାମିଙ୍କୁ ମିଳିବ ଅର୍ଜୁନ ପୁରସ୍କାର !

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.