ନୂଆଦିଲ୍ଲୀ: କ୍ବିଣ୍ଟନ ଡି କକ୍ଙ୍କ ଅପରାଜିତ 70 ରନ୍ ବଳରେ ମୁମ୍ବାଇ ଇଣ୍ଡିଆନ୍ସ ଗୁରୁବାର ଖେଳାଯାଇଥିବା ପ୍ରଥମ ମୁକାବିଲାରେ ରାଜସ୍ଥାନ ରୟାଲ୍ସକୁ 7 ୱିକେଟରେ ହରାଇଛି । ଅରୁଣ ଜେଟଲି ଷ୍ଟାଡିୟମ, ଦିଲ୍ଲୀରେ ଖେଳାଯାଇଥିବା ଏହି ମ୍ୟାଚରେ 172 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରିଥିଲା ମୁମ୍ବାଇ । ଅଲରାଉଣ୍ଡର କ୍ରୁଣାଳ ପାଣ୍ଡ୍ୟା ଓ ଓପନର ଡି କକ୍ଙ୍କ ମଧ୍ୟରେ ତୃତୀୟ ୱିକେଟ ଯୋଡିରେ 63 ରନ୍ର ମ୍ୟାଚ ବିଜୟୀ ଭାଗିଦାରୀ ବଳରେ ମୁମ୍ବାଇର ବିଜୟ ସୁନିଶ୍ଚିନ୍ତ ହୋଇଥିଲା । ଫଳରେ ନିର୍ଦ୍ଧାରିତ ବିଜୟ ଲକ୍ଷ୍ୟକୁ 9ଟି ବଲ୍ ବାକି ଥାଇ ହାସଲ କରିନେଇଥିଲା ଡିଫେଣ୍ଡିଂ ଚମ୍ପିଆନ ।
-
The @mipaltan camp exults after their all-round show against #RR that resulted in a 7-wicket victory. https://t.co/jRroRFWVBm #MIvRR #VIVOIPL pic.twitter.com/UnR2w4IE7N
— IndianPremierLeague (@IPL) April 29, 2021 " class="align-text-top noRightClick twitterSection" data="
">The @mipaltan camp exults after their all-round show against #RR that resulted in a 7-wicket victory. https://t.co/jRroRFWVBm #MIvRR #VIVOIPL pic.twitter.com/UnR2w4IE7N
— IndianPremierLeague (@IPL) April 29, 2021The @mipaltan camp exults after their all-round show against #RR that resulted in a 7-wicket victory. https://t.co/jRroRFWVBm #MIvRR #VIVOIPL pic.twitter.com/UnR2w4IE7N
— IndianPremierLeague (@IPL) April 29, 2021
ପୂର୍ବରୁ ପାଞ୍ଚଥର ଆଇପିଏଲ ଚମ୍ପିଆନ ହୋଇସାରିଥିବା ମୁମ୍ବାଇ ଇଣ୍ଡିଆନ୍ସ ,ରାଜସ୍ଥାନ ରୟାଲ୍ସକୁ ବ୍ୟାଟିଂ ଆମନ୍ତ୍ରଣ କରିବା ସହ 171/4ରେ ରୋକିଥିଲା । ସ୍ପିନର ରାହୁଲ ଚହର 4 ଓଭରରେ 33 ରନ୍ ବ୍ୟୟରେ ଦୁଇଟି ୱିକେଟ ହାସଲ କରି ସଫଳତମ ବୋଲର ରହିଥିଲେ । ଦୁଇ ଷ୍ଟାର ଦ୍ରୁତ ବୋଲର ଟ୍ରେଣ୍ଟ ବୋଲ୍ଟ, ଜଶପ୍ରୀତ ବୁମରା ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ ।
ରାଜସ୍ଥାନ ପକ୍ଷରୁ ଦୁଇ ଓପନର ଜସ୍ ବଟଲର ଓ ଜସଶ୍ବୀ ଜୟସ୍ବାଲ ଦମଦାର ଆରମ୍ଭ କରିଥିଲେ । ଉଭୟଙ୍କ ମଧ୍ୟରେ ପ୍ରଥମ ୱିକେଟ ଯୋଡିରେ 66 ରନ୍ର ଭାଗିଦାରୀ ହୋଇଥିଲା । ତେବେ ମୁମ୍ବାଇର ଷ୍ଟାର ସ୍ପିନର ରାହୁଲ ଚହର ପ୍ରଥମେ, 41 ରନ୍ରେ ବ୍ୟାଟିଂ କରୁଥିବା ବଟଲରଙ୍କୁ ଓ ପରେ ଜୟସ୍ବାଲଙ୍କୁ 32 ଖେଳୁଥିବାବେଳେ ସ୍ପିନର ଜାଲରେ ଫସାଇ ପାଭିଲିୟନ ଫେରାଇ ଦେଇଥିଲେ । ପରେ କ୍ୟାପଟେନ ସଞ୍ଜୁ ସାମସନ 25 ବଲ୍ରୁ 5 ଚୌକା ସହାୟତାରେ ଦ୍ରୁତ 42 ରନ୍ର ଇଂନିସ ଖେଳିବା ସହ ଦଳର ସ୍କୋର 150 ପାର୍ କରାଇଥିଲେ । ଅଲରାଉଣ୍ଡର ଶିବମ ଦୁବେ ମଧ୍ୟ 35 ରନ୍ର ଉପଯୋଗୀ ଇଂନିସ ଖେଳିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ