ETV Bharat / sports

IPL 2022: ତିଲକ ବର୍ମାଙ୍କ ଲଢ଼ୁଆ ଇନିଂସ, ଚେନ୍ନାଇ ସମ୍ମୁଖରେ ୧୫୬ ରନ୍‌ ଟାର୍ଗେଟ - ମୁମ୍ବାଇ ବନାମ ମୁମ୍ବାଇ

ଡିୱାଇ ପାଟିଲ ଷ୍ଟାଡିୟମରେ ଜାରି ରହିଥିବା IPL 2022ର ୩୩ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍‌ସକୁ ୧୫୬ ରନ୍‌ ଟାର୍ଗେଟ ଦେଇଛି ମୁମ୍ବାଇ ଇଣ୍ଡିଆନ୍ସ । ଅଧିକ ପଢ଼ନ୍ତୁ

IPL 2022: ତିଲକ ବର୍ମାଙ୍କ ଲଢ଼ୁଆ ଇନିଂସ, ଚେନ୍ନାଇ ସମ୍ମୁଖରେ ୧୫୬ ରନ୍‌ ଟାର୍ଗେଟ

author img

By

Published : Apr 21, 2022, 9:26 PM IST

Updated : Apr 21, 2022, 9:55 PM IST

ମୁମ୍ବାଇ: ଡିୱାଇ ପାଟିଲ ଷ୍ଟାଡିୟମରେ ଜାରି ରହିଥିବା IPL 2022ର ୩୩ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍‌ସକୁ ୧୫୬ ରନ୍‌ ଟାର୍ଗେଟ ଦେଇଛି ମୁମ୍ବାଇ ଇଣ୍ଡିଆନ୍ସ । ଇନିଂସ ଆରମ୍ଭରୁ ହିଁ ପ୍ରଥମ ଓଭର ଦ୍ବିତୀୟ ବଲ୍‌ରେ ମୁମ୍ବାଇ ଦଳ ଅଧିନାୟକ ରୋହିତ ଶର୍ମାଙ୍କ ୱିକେଟ ହରାଇଥିଲା । ତିଲକ ବର୍ମାଙ୍କ ଅର୍ଦ୍ଧ ଶତକ ବଳରେ ଦଳ ୧୫୫ ରନ୍‌ କରିବାକୁ ସକ୍ଷମ ହୋଇଛି ।

ଇଶାନ କିଷନ ମଧ୍ୟ ପ୍ରଥମ ଓଭରର ପଞ୍ଚମ ବଲ୍‌ରେ ଆଉଟ ହୋଇଥିଲେ । ସୂର୍ଯ୍ୟ କୁମାର ଯାଦବ କିଛି ସମୟ ପିଚ୍‌ରେ ବିତାଇ ବଡ଼ ସଟ୍‌ ଖେଳିଥିଲେ । ତେବେ ବଡ଼ ସ୍କୋର୍ କରିବାରେ ସକ୍ଷମ ହୋଇ ପାରିନଥିଲେ । ସେ ମାତ୍ର ୩୨ ରନ୍‌ ହିଁ କରିବାକୁ ସକ୍ଷମ ହୋଇଥିଲେ । ଏହାପରେ ତିଲକ ବର୍ମା ଲଢ଼ଆ ପ୍ରଦର୍ଶନ କରି ଦଳକୁ ଏକ ସମ୍ମାନଜନକ ସ୍କୋର୍‌ ଆଡ଼କୁ ନେଇ ଯାଇଥିଲେ । ସେ ୪୩ ବଲ୍‌ରେ ୫୧ ରନ୍‌ କରି ଅପରାଜିତ ରହିଥିଲେ । ନିର୍ଦ୍ଧାରିତ ୨୦ ଓଭରରେ ଦଳ ୭ ୱିକେଟ ହରାଇ ମାତ୍ର ୧୫୫ ରନ୍‌ କରିବାକୁ ହିଁ ସକ୍ଷମ ହୋଇଥିଲା ।

ସେପଟେ ଚେନ୍ନାଇ ଶୃଙ୍ଖଳିତ ବୋଲିଂ ଜାରି ରଖିଥିଲା । ତେବେ ଚେନ୍ନାଇ ଦଳ ଶୋଚନୀୟ ଫିଲ୍ଡିଂ ପ୍ରଦର୍ଶନ କରିଥିଲା । ପ୍ରାୟ ୬ଟି କ୍ୟାଚ୍‌ ସହ ଗୋଟିଏ ଷ୍ଟମ୍ପିଂ ଛାଡ଼ିଥିଲା ଦଳ । ଚେନ୍ନାଇ ପକ୍ଷରୁ ମୁକେଶ ଚୌଧୁରୀ ୩ଟି ୱିକେଟ ନେଇଥିବା ବେଳେ ପ୍ରିଟୋରିଅସ ଦୁଇଟି ୱିକେଟ ନେଇଥିଲେ । ସାଣ୍ଟନର ଓ ଥିକଶାନା ଗୋଟିଏ ଲେଖାଏଁ ୱିକେଟ ନେବାରେ ସକ୍ଷମ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 21, 2022, 9:55 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.