ETV Bharat / sports

NCA ମୁଖ୍ୟ ହେଲେ ଭିଭିଏସ ଲକ୍ଷ୍ମଣ

ବେଙ୍ଗାଲୁରୁସ୍ଥିତ ଜାତୀୟ କ୍ରିକେଟ ଏକାଡେମୀ(ଏନସିଏ)ର ମୁଖ୍ୟ ହୋଇଛନ୍ତି ପୂର୍ବତନ କ୍ରିକେଟ ଖେଳାଳି ଭିଭିଏସ ଲକ୍ଷ୍ମଣ । ଅଧିକ ପଢନ୍ତୁ...

author img

By

Published : Nov 14, 2021, 1:48 PM IST

NCA ମୁଖ୍ୟ ହେଲେ ଭିଭିଏସ ଲକ୍ଷ୍ମଣ
NCA ମୁଖ୍ୟ ହେଲେ ଭିଭିଏସ ଲକ୍ଷ୍ମଣ

ନୂଆଦିଲ୍ଲୀ: ବେଙ୍ଗାଲୁରୁସ୍ଥିତ ଜାତୀୟ କ୍ରିକେଟ ଏକାଡେମୀ(ଏନସିଏ)ର ମୁଖ୍ୟ ପଦ ଖାଲି ଥିବା ନେଇ ସବୁ ଚର୍ଚ୍ଚା ଆଲୋଚନାରେ ପୂର୍ଣ୍ଣଚ୍ଛେଦ ପଡିଛି । ପୂର୍ବତନ କ୍ରିକେଟ ଖେଳାଳି ଭିଭିଏସ ଲକ୍ଷ୍ମଣ ଏନସିଏ ମୁଖ୍ୟ ହେବା ନେଇ କରାଯାଉଥିବା ଆଶା ସତ ହୋଇଛି । ଭିଭିଏସ ଲକ୍ଷ୍ମଣ ଏନସିଏ ମୁଖ୍ୟ ଭାବରେ ଦାୟିତ୍ବ ନେଇଥିବା ସ୍ପଷ୍ଟ କରିଛନ୍ତି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ।

ରାହୁଲ ଦ୍ରାବିଡ ଟିମ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଭାବରେ ନିଯୁକ୍ତ ହେବା ପରେ ଏନସିଏ ମୁଖ୍ୟ ପଦ ଖାଲି ପଡିଥିଲା । ଏହାପରେ ଭିଭିଏସ ଲକ୍ଷ୍ମଣ ଏନସିଏର ନିର୍ଦ୍ଦେଶକ ହେବା ଆଶା କରାଯାଉଥିଲା । ବିସିସିଆଇ ଲକ୍ଷ୍ମଣଙ୍କୁ ରାଜି କରାଇବାକୁ ଚେଷ୍ଟା କରିଥିଲା । ଆଉ ଆଜି ଏହା ସ୍ପଷ୍ଟ ହୋଇଛି । ଲକ୍ଷ୍ମଣ ଏନସିଏ ମୁଖ୍ୟ ହୋଇଛନ୍ତି । ଲକ୍ଷ୍ମଣ ସନରାଇଜର୍ସ ହାଇଦ୍ରାବାଦ ଆଇପିଏଲ ଦଳର ଦାୟିତ୍ବରେ ଅଛନ୍ତି । ଏନସିଏ ମୁଖ୍ୟ ଭାବେ ବର୍ତ୍ତମାନ ତାଙ୍କୁ ଆଇପିଏଲ ଦାୟିତ୍ବ ଛାଡିବାକୁ ହେବ । ଲକ୍ଷ୍ମଣ ୬ ବର୍ଷ ହେବ ବେଙ୍ଗଲ କ୍ରିକେଟ ଦଳର ବ୍ୟାଟିଂ ପରାମର୍ଶଦାତା ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି ।

କ୍ରିକେଟର ଅଗ୍ରଗତି ପାଇଁ ଦଳରେ ସର୍ବଦା ପୂର୍ବତନ କ୍ରିକେଟର ସାହାଯ୍ୟର ଆବଶ୍ୟକତା ରହିଛି ବୋଲି କହିଛନ୍ତି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି । BCCI ସଭାପତି ଭାବରେ ସେ ଭାରତୀୟ ଟିମର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡଙ୍କୁ ରାଜି କରାଇବା ପାଇଁ କାର୍ଯ୍ୟ କରିଛନ୍ତି । ଖାଲି ସୌରଭ ଗାଙ୍ଗୁଲି ନୁହନ୍ତି ବିସିସିଆଇ ସଚିବ ଜୟ ଶାହ ଓ ଅନ୍ୟ ଅଧିକାରୀ ମଧ୍ୟ ଲକ୍ଷ୍ମଣ ଏନସିଏ ମୁଖ୍ୟ ହୁଅନ୍ତୁ ବୋଲି ଚାହିଁଥିଲେ ।

ରାହୁଲ ଦ୍ରାବିଡ କୋଚ ହେବା ପରେ ଏନସିଏର ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେଇଥିଲେ । ୪ ବର୍ଷ କାର୍ଯ୍ୟକାଳ ଭିତରେ ବହୁ ଉଦୀୟମାନ ଯୁବ ଖେଳାଳି ପ୍ରସ୍ତୁତ ହୋଇଥିଲେ । ଏନସିଏରେ ପ୍ରଶିକ୍ଷଣ ନେବା ସହ ଖେଳାଳିଙ୍କ ଆହତ ସମସ୍ୟାର ଉପଚାର, ମହିଳା କ୍ରିକେଟର ଉନ୍ନତିକୁ ପ୍ରାଧାନ୍ୟ ଦେବାରେ ଏନସିଏ ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.