କଲୋମ୍ବୋ: ଅଷ୍ଟ୍ରେଲିଆ ଗସ୍ତ ପାଇଁ ଶ୍ରୀଲଙ୍କା ଦଳର ବୋଲିଂ ଷ୍ଟ୍ରାଟେଜୀ କୋଚ୍ ନିଯୁକ୍ତ ହେଲେ ପୂର୍ବତନ ଫାଷ୍ଟ ବୋଲର ଲସିଥ ମାଲିଙ୍ଗା । ଫିଲ୍ଡରେ ରଣ କୌଶଳ ତିଆରି କରିବା ସହ ଯୋଜନା ମୁତାବକ କିଭଳି ବୋଲିଂ କରାଯିବ ତାହାକୁ ନେଇ ପରାମର୍ଶ ଦେବେ ମାଲିଙ୍ଗା । ଏହାକୁ ନେଇ ଶ୍ରୀଲଙ୍କା କ୍ରିକେଟ କମିଟି ପକ୍ଷରୁ ସୂଚନା ଦିଆଯାଇଛି ।
ଶ୍ରୀଲଙ୍କା କ୍ରିକେଟ କମିଟି ପକ୍ଷରୁ କୁହାଯାଇଛି ଯେ, "ଶ୍ରୀଲଙ୍କାର ଫାଷ୍ଟ ବୋଲର କିମ୍ବଦନ୍ତୀ ଲସିଥ ମାଲିଙ୍ଗା ଅଷ୍ଟ୍ରେଲିଆ ଗସ୍ତ ପାଇଁ ଶ୍ରୀଲଙ୍କାର ଟି-୨୦ ଓ ଦିନିକିଆ ଦଳର ବୋଲିଂ ଷ୍ଟ୍ରାଟେଜୀ କୋଚ୍ ଦାୟିତ୍ବ ତୁଲାଇବେ ।" ଶ୍ରୀଲଙ୍କା କ୍ରକେଟ ବୋର୍ଡର କାର୍ଯ୍ୟକାରୀ କମିଟି ମାଲିଙ୍ଗାଙ୍କୁ ଏହି ଦାୟିତ୍ବ ଦେଇଛନ୍ତି । ଫେବ୍ରୁଆରୀ ୧ ତାରିଖରୁ ଦଳରେ ଯୋଗ ଦେବେ ମାଲିଙ୍ଗା । ଫେବ୍ରୁଆରୀ ୨୦ ତାରିଖ ପର୍ଯ୍ୟନ୍ତ ସେ ଦଳ ସହ ରହିବେ ।
ଦଳରେ ମାଲିଙ୍ଗା ଦଳରେ ଦେବାପରେ କ୍ରିକେଟରଙ୍କୁ ରଣନୀତି ପ୍ରସ୍ତୁତ କରିବାରେ ସାହାଯ୍ୟ କରି ପାରିବେ ବୋଲି ଆଶ୍ବସ୍ତ ଅଛି ଶ୍ରୀଲଙ୍କା କ୍ରିକେଟ ବୋର୍ଡ । ବିଶେଷ କରି ମାଲିଙ୍ଗାଙ୍କ ଷ୍ଟ୍ରାଟେଜିରେ ଦଳ ଟି-୨୦ ସିରିଜରେ ଭଲ ପ୍ରଦର୍ଶନ କରିବ କହିଛି ବୋର୍ଡ ।
ଏହାକୁ ନେଇ ଲସିଥ ମାଲିଙ୍ଗା କହିଛନ୍ତି ଯେ, "ଦଳରେ ବହୁ ପ୍ରତିଭାଶାଳୀ କ୍ରିକେଟର ରହିଛନ୍ତି । ସେମାନଙ୍କ ସହ ମୋର ଅଭିଜ୍ଞତା ସେୟାର କରିବାକୁ ସୁଯୋଗ ମିଳିଛି । ଏଥିପାଇଁ ମୁଁ ଗର୍ବ ଅନୁଭବ କରୁଛି ।" ସେପଟେ ପୂର୍ବତନ ଶ୍ରୀଲଙ୍କା କ୍ରିକେଟର ରୁମେଶ ରତ୍ନାୟେକେଙ୍କୁ ଅନ୍ତରୀଣ କୋଚ ଭାବରେ ନିଯୁକ୍ତ କରାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ