ETV Bharat / sports

'ଦଶନ୍ଧିର ଶ୍ରେଷ୍ଠ' ଦିନିକିଆ କ୍ରିକେଟର ବିରାଟ କୋହଲି - ଟିମ ଇଣ୍ଡିଆ କ୍ୟାପଟେନ ବିରାଟ କୋହଲି

ୱିସଡେନ କ୍ରିକେଟର୍ସ' ଆଲମନକର 2021 ସଂସ୍କରଣରେ ବର୍ଷ 2010 ପାଇଁ ଦଶନ୍ଧିର ଶ୍ରେଷ୍ଠ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟର ହୋଇଛନ୍ତି ଟିମ ଇଣ୍ଡିଆ କ୍ୟାପଟେନ ବିରାଟ କୋହଲି । ଅଧିକ ପଢନ୍ତୁ...

Kohli named Wisden Cricketers' Almanack's ODI player of the decade
'ଦଶନ୍ଧିର ଶ୍ରେଷ୍ଠ' ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟର ବିରାଟ କୋହଲି
author img

By

Published : Apr 15, 2021, 4:05 PM IST

ନୂଆଦିଲ୍ଲୀ: ଟିମ ଇଣ୍ଡିଆ କ୍ୟାପଟେନ ବିରାଟ କୋହଲିଙ୍କୁ ଆଉ ଏକ ବଡ ଉପଲବ୍ଧି । ୱିସଡେନ କ୍ରିକେଟର୍ସ' ଆଲମନକର 2021 ସଂସ୍କରଣରେ ବର୍ଷ 2010 ପାଇଁ ଦଶନ୍ଧିର ଶ୍ରେଷ୍ଠ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟର ହୋଇଛନ୍ତି ।

Kohli named Wisden Cricketers' Almanack's ODI player of the decade
ଟିମ ଇଣ୍ଡିଆ କ୍ୟାପଟେନ ବିରାଟ କୋହଲି

1971ରୁ 2021 ମଧ୍ୟରେ ପ୍ରତ୍ୟେକ ଦଶନ୍ଧି ପାଇଁ ଘୋଷଣା ହୋଇଥିବା 5ଜଣ କ୍ରିକେଟରଙ୍କ ମଧ୍ୟରେ କୋହଲିଙ୍କ ନାମ ରହିଛନ୍ତି । ଦଶନ୍ଧିର ଆରମ୍ଭରେ 2011 କ୍ରିକେଟ ବିଶ୍ବକପ ବିଜୟୀ ଭାରତୀୟ ଦଳର ସଦସ୍ୟ ଥିଲେ କୋହଲି, ପରେ ସେ ନିଜକୁ କ୍ରିକେଟର ପ୍ରତ୍ୟେକ ଫର୍ମାଟରେ ଶ୍ରେଷ୍ଠ ପ୍ରମାଣିତ କରିଛନ୍ତି । ବିଶେଷ କରି ଦିନିକିଆ କ୍ରିକେଟରେ କୋହଲିଙ୍କ ରେକର୍ଡ ଅବିଶ୍ବସନୀୟ । 10 ବର୍ଷର ସମୟ ମଧ୍ୟରେ କୋହଲି, 60ରୁ ଅଧିକ ହାରରେ 11,000ରୁ ଅଧିକ ରନ ସଂଗ୍ରହ କରିଛନ୍ତି ଓ ଏଥିରେ 42ଟି ଶତକୀୟ ଇଂନିସ ସାମିଲ ରହିଛି ।

ଶ୍ରୀଲଙ୍କା ସ୍ପିନ କିମ୍ବଦନ୍ତୀ ମୁଥୟା ମୂରଲିଧରନ 2000ରେ ଶେଷ ହୋଇଥିବା ଦଶନ୍ଧି ପାଇଁ ଶ୍ରେଷ୍ଠ ଦିନିକିଆ କ୍ରିକେଟର ଚୟନ ହୋଇଛନ୍ତି । 2011 ବିଶ୍ବକପରେ ଶ୍ରୀଲଙ୍କା ଫାଇନାଲରେ ପ୍ରବେଶ କରିବା ସହ ଉପବିଜେତା ହୋଇଥିଲା । ସେହି ଦଶନ୍ଧିରେ ମୂରଲୀଧରନ 355 ୱିକେଟ ହାସଲ କରିଥିଲେ, ଯାହାକି ଗୋଟିଏ ଦଶନ୍ଧିରେ କୌଣସି ବି ବୋଲର ହାସଲ କରିଥିବା ୱିକେଟ ସଂଖ୍ୟା ଠାରୁ ସର୍ବାଧିକ ।

ଭାରତୀୟ ମହାନ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର ଓ କିମ୍ବଦନ୍ତୀ ପୂର୍ବତନ ଅଲରାଉଣ୍ଡର କପିଳ ଦେବ ଯଥାକ୍ରମେ 1990 ଓ 1980 ଦଶନ୍ଧି ପାଇଁ ଶ୍ରେଷ୍ଠ ଚୟନ ହୋଇଛନ୍ତି । ତେନ୍ଦୁଲକର ଏକାକୀ ବର୍ଷ 1998ରେ 9ଟି ଅନ୍ତର୍ଜାତୀୟ ଦିନିକିଆ ଶତକ ହାଲଲ କରିଥିଲେ, ଯାହାକି ଗୋଟିଏ କ୍ୟାଲେଣ୍ଡର ବର୍ଷରେ କୌଣସି ବ୍ୟାଟ୍ସମ୍ୟାନଙ୍କ ଠାରୁ ଅଧିକ ।

ଅନ୍ୟପଟେ କପିଳ ଦେବ, ବର୍ଷ 1980ରେ ସମସ୍ତ ବୋଲରଙ୍କ ଠାରୁ ଅଧିକ ୱିକେଟ ଦଖଲ କରିଥିଲେ ଓ 100ରୁ ଅଧିକ ରନ ସର୍ବାଧିକ ଷ୍ଟ୍ରାଇକ-ରେଟରେ ସଂଗ୍ରହ କରିଥିଲେ । ଏଥିସହ ଶକ୍ତିଶାଳୀ ୱେଷ୍ଟଇଣ୍ଡିଜ ଟିମରୁ ମାତ ଦେଇ 1983 କ୍ରିକେଟ ବିଶ୍ବକପ କପିଳ ଦେବଙ୍କ ନେତୃତ୍ବରେ ଜିତିଥିଲା ଟିମ ଇଣ୍ଡିଆ ।

ୱେଷ୍ଟଇଣ୍ଡିଜ ମହାନ ବ୍ୟାଟ୍ସମ୍ୟାନ ଭିଭ ରିଚାର୍ଡସ 1970 ବର୍ଷ ପାଇଁ ଶ୍ରେଷ୍ଠ ଦିନିକିଆ କ୍ରିକେଟର ଚୟନ ହୋଇଛନ୍ତି । ଏହା ଦିନିକିଆ ଫର୍ମାଟର ପ୍ରଥମ ଦଶନ୍ଧି । ଦିନିକିଆ କ୍ରିକେଟ ଆରମ୍ଭର ପ୍ରଥମ ଦଶନ୍ଧିରେ ରିଚାର୍ଡସ ପ୍ରଭାବୀ ପ୍ରଦର୍ଶନ ସହ ୱେଷ୍ଟଇଣ୍ଡିଜକୁ 1970 ବିଶ୍ବକପ ବିଜୟୀ କରାଇବାରେ ପ୍ରମୁଖ ଭୁମିକା ନିଭାଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.