ହାଇଦ୍ରାବାଦ: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପର୍ଲରେ ଖେଳାଯାଇଥିବା ଶେଷ ଦିନିକିଆ ମ୍ୟାଚ୍ରେ ଟିମ୍ ଇଣ୍ଡିଆ ଏକ ବଡ଼ ବିଜୟ ସହ ସିରିଜକୁ ୨-୧ରେ ଜିତି ନେଇଛି । ତେବେ ଶେଷ ମ୍ୟାଚ୍ ସମୟର ଏକ ଭିଡିଓ ଏବେ ସୋସିଆଲ୍ ମିଡିଆରେ ବେଶ ଭାଇରାଲ ହେଉଛି । ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । ଏହି ଭିଡିଓ ଦକ୍ଷିଣ ଆଫ୍ରିକୀୟ ଅଲରାଉଣ୍ଡର କେଶବ ମହାରାଜ ବ୍ୟାଟିଂ କରିବାକୁ ଆସିବା ସମୟରେ ସେଠାରେ ବାଜୁଥିବା 'ରାମ ସିୟା ରାମ୍' ଗୀତକୁ ନେଇ ଭାରତୀୟ ଅଧିନାୟକ କେଏଲ୍ ରାହୁଲ ଓ କେଶବ ମହାରାଜଙ୍କ ବାର୍ତ୍ତାଳାପର ଭିଡିଓ ।
-
KL Rahul - Every time you come to bat, they play the Ram Siya Ram song.
— Mufaddal Vohra (@mufaddal_vohra) December 21, 2023 " class="align-text-top noRightClick twitterSection" data="
Keshav Maharaj - Ya...!!! pic.twitter.com/ldLDlmxRV4
">KL Rahul - Every time you come to bat, they play the Ram Siya Ram song.
— Mufaddal Vohra (@mufaddal_vohra) December 21, 2023
Keshav Maharaj - Ya...!!! pic.twitter.com/ldLDlmxRV4KL Rahul - Every time you come to bat, they play the Ram Siya Ram song.
— Mufaddal Vohra (@mufaddal_vohra) December 21, 2023
Keshav Maharaj - Ya...!!! pic.twitter.com/ldLDlmxRV4
କେଶବ ମହାରାଜ ବ୍ୟାଟିଂ ଆସିବା ସମୟରେ ପର୍ଲ ଷ୍ଟାଡିୟମରେ ଭଜନ ବାଜୁଥିଲା । ଯେତେବେଳେ ମହାରାଜ ବ୍ୟାଟିଂ କରିବାକୁ କ୍ରିଜକୁ ଆସିଥିଲେ, ସେତେବେଳେ ହିନ୍ଦି ଭଜନ 'ରାମ ସିୟା ରାମ' ଗୀତ ବଜାଯାଉଥିଲା । କ୍ରମାଗତ ଭାବରେ କେଶବ ମହାରାଜଙ୍କ ପାଇଁ ସମାନ ଭଜନ ବାଜୁଥିଲା । ଏହାକୁ ନେଇ ଭାରତୀୟ ଅଧିନାୟକ କେଏଲ୍ ରାହୁଲ କେଶବଙ୍କ ସହ କଥା ହୋଇଥିଲେ । ରାହୁଲ କହିଥିଲେ, "କେଶବ ଭାଇ, ପ୍ରତି ଥର ଆପଣଙ୍କ ବ୍ୟାଟିଂରେ ଏହି ଗୀତ ବଜାଯାଉଛି ।" କେଶବ ମହାରାଜ ମଧ୍ୟ ଏହି କଥା ଗ୍ରହଣ କରିଥିଲେ । ତାଙ୍କ ବ୍ୟାଟିଂ ସମୟରେ ଏହି ଭଜନ ବାରମ୍ବାର ବଜାଯାଏ ବୋଲି ସେ ସ୍ବୀକାର କରିଥିଲେ ।
ପ୍ରକାଶଯୋଗ୍ୟ, କେଶବ ମହାରାଜ ହେଉଛନ୍ତି ଭାରତୀୟ ବଂଶୋଦ୍ଭବ ଓ ଜଣେ ହନୁମାନ ଭକ୍ତ । ବହୁତ ସମୟରେ ସେ ମନ୍ଦିର ଓ ଧାର୍ମିକ ସ୍ଥଳ ଯାଇ ଏହି ଫଟୋ ସିସିଆଲ୍ ମିଡିଆରେ ପୋଷ୍ଟ କରି ପ୍ରଶଂସକଙ୍କ ନଜରକୁ ଆସିଥାଆନ୍ତି । ଏହା ବ୍ୟତୀତ ତାଙ୍କ ବ୍ୟାଟ୍ରେ 'ଓମ୍' ଲେଖାଯାଇଛି । ଏହାର ଫଟୋ ମଧ୍ୟ ବେଶ ଭାଇରାଲ ହୋଇଥିଲା । ତାଙ୍କ ଧର୍ମ ଉପରେ ତାଙ୍କର ଗଭୀର ବିଶ୍ବାସ ରହିଛି । ତେବେ ସ୍ବାଧୀନତା ପୂର୍ବରୁ ତାଙ୍କ ପରିବାର ଭାରତରୁ ଦକ୍ଷିଣ ଆଫ୍ରିକା ଯାଇଥିଲେ । ନିକଟରେ କେଶବ ମହାରାଜ ବିଶ୍ବକପ ସମୟରେ ବିଭିନ୍ନ ମନ୍ଦିର ଯାଇ ଚର୍ଚ୍ଚାର ବିଷୟ ପାଲଟିଥିଲେ । ତାଙ୍କର ପୂଜାପାଠରେ ବହୁତ ବିଶ୍ବାସ ଅଛି ।
ଏହା ମଧ୍ୟ ପଢ଼ନ୍ତୁ...ସଞ୍ଜୁ ସାମସନଙ୍କ ଲଢ଼ୁଆ ଶତକ, ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ ହାତେଇଲା ଭାରତ
ତେବେ ଏହି ମ୍ୟାଚ୍ରେ ଟିମ୍ ଇଣ୍ଡିଆ ଦକ୍ଷିଣ ଆଫ୍ରିକାକୁ ୭୮ ରନ୍ ବ୍ୟବଧାନରେ ହରାଇ ତିନି ମ୍ୟାଚ୍ ବିଶିଷ୍ଟ ସିରିଜ୍କୁ ୨-୧ରେ ଜିତି ନେଇଥିଲା । ଟିମ୍ ଇଣ୍ଡିଆ ପ୍ରଥମ ODI ମ୍ୟାଚ୍ ଜିତିଥିବାବେଳେ ୨ୟ ମ୍ୟାଚ୍କୁ ଘରୋଇ ଆଫ୍ରିକୀୟ ଦଳ ଜିତିଥିଲା । ଶେଷରେ ୩ୟ ତଥା ନିର୍ଣ୍ଣୟକାରୀ ମ୍ୟାଚ୍ ଜିତି ଟିମ୍ ଇଣ୍ଡିଆ ସିରିଜ୍ ହାତେଇ ନେଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ