ଦୁବାଇ: ଆଇସିସି ପକ୍ଷରୁ ନୂତନ ଟେଷ୍ଟ ରାଙ୍କିଂ ଜାରି କରାଯାଇଛି । ନୂଆ ଟେଷ୍ଟ ବ୍ୟାଟସମ୍ୟାନ ରାଙ୍କିଂ ଅନୁଯାୟୀ ଇଂଲଣ୍ଡ ଦଳ ଅଧିନାୟକ ଜୋ ରୁଟ୍ ଦ୍ବିତୀୟ ସ୍ଥାନରେ ରହିଛନ୍ତି । ପ୍ରଥମ ସ୍ଥାନରେ ୯୦୧ ପଏଣ୍ଟ ସହ ପୂର୍ବରୁ ନ୍ୟୁଜିଲାଣ୍ଡ ଅଧିନାୟକ କେନ୍ ୱିଲିୟମସନ ରହିଛନ୍ତି । ଭାରତ ବିପକ୍ଷରେ ଲର୍ଡସ ଟେଷ୍ଟ ମ୍ୟାଚରେ ପ୍ରଥମ ଇନିଂସରେ ୧୮୦ ରନ କରିଥିଲେ । ଏହା ସତ୍ତ୍ବେ ଇଂଲଣ୍ଡକୁ ମ୍ୟାଚରେ ପରାଜିତ ହେବାକୁ ପଡ଼ିଥିଲା ।
-
James Anderson and Jason Holder make significant gains in the latest @MRFWorldwide ICC Men's Test Player Rankings for bowling 📈
— ICC (@ICC) August 18, 2021 " class="align-text-top noRightClick twitterSection" data="
🔗 https://t.co/OMjjVx5Mgf pic.twitter.com/sTDH9Rr6In
">James Anderson and Jason Holder make significant gains in the latest @MRFWorldwide ICC Men's Test Player Rankings for bowling 📈
— ICC (@ICC) August 18, 2021
🔗 https://t.co/OMjjVx5Mgf pic.twitter.com/sTDH9Rr6InJames Anderson and Jason Holder make significant gains in the latest @MRFWorldwide ICC Men's Test Player Rankings for bowling 📈
— ICC (@ICC) August 18, 2021
🔗 https://t.co/OMjjVx5Mgf pic.twitter.com/sTDH9Rr6In
ପୂର୍ବରୁ ଜୋ ରୁଟ୍ ଚତୁର୍ଥ ସ୍ଥାନରେ ଥିବାବେଳେ ଦ୍ବିତୀୟ ଟେଷ୍ଟ ମ୍ୟାଚ ପରେ ସେ ଦୁଇଟି ସ୍ଥାନ ଉନ୍ନିତ ହୋଇ ଦ୍ବିତୀୟ ସ୍ଥାନରେ ପହଞ୍ଚିଛନ୍ତି । ସେପଟେ ଭାରତର ଅଧିନାୟକ ବିରାଟ କୋହଲି, ରୋହିତ ଶର୍ମା ଓ ଋଷଭ ପନ୍ତ ପୂର୍ବଭଳି ଯଥାକ୍ରମେ ପଞ୍ଚମ, ଷଷ୍ଠ ଓ ସପ୍ତମ ସ୍ଥାନରେ ରହିଛନ୍ତି ।
ସେପଟେ ଟେଷ୍ଟ ବୋଲର ରାଙ୍କିଂ କଥା କହିଲେ, ଏହି ତାଲିକାରେ ଭାରତର କେବଳ ଦୁଇଜଣ ଖେଳାଳି ରହିଛନ୍ତି । ଦ୍ବିତୀୟ ସ୍ଥାନରେ ଭେଟେରାନ ସ୍ପିନର ରବିଚନ୍ଦ୍ରନ ଅଶ୍ବିନ ରହିଥିବାବେଳେ ଦଶମ ସ୍ଥାନରେ ରହିଛନ୍ତି ଫାଷ୍ଟ ବୋଲର ଜଶପ୍ରୀତ ବୁମରା । ତେବେ ଭାରତ ବିପକ୍ଷରେ ଭଲ ପ୍ରଦର୍ଶନ କରିଥିବାରୁ ଅଭିଜ୍ଞ ଇଂଲିଶ ଫାଷ୍ଟ ବୋଲର ଜେମ୍ସ ଆଣ୍ଡରସନ ଗୋଟିଏ ସ୍ଥାନ ଉପରକୁ ଉଠି ଷଷ୍ଠ ସ୍ଥାନରେ ରହିଛନ୍ତି ।
ଭାରତ ବିପକ୍ଷରେ ଟେଷ୍ଟ ଆରମ୍ଭ ହେବାପୂର୍ବରୁ ଜୋ ରୁଟ ପଞ୍ଚମ ସ୍ଥାନରେ ରହିଥିଲେ । ତେବେ ପ୍ରଥମ ଟେଷ୍ଟ ମ୍ୟାଚ ପରେ ସେ ଗୋଟିଏ ସ୍ଥାନ ଉନ୍ନିତ ହୋଇ ଚତୁର୍ଥ ସ୍ଥାନରେ ରହିଥିଲେ । ସେହିଭଳି ଲର୍ଡସ୍ ଟେଷ୍ଟ ମ୍ୟାଚରେ ଶତକ ହାସଲ କରି ବିଜୟ ଦ୍ବାର ଦେଖାଇଥିବା ଓପନର କେ.ଏଲ ରାହୁଲ ୧୯ଟି ସ୍ଥାନ ଉପରକୁ ଉଠି ୩୭ତମ ସ୍ଥାନରେ ପହଞ୍ଚିଛନ୍ତି । ଦ୍ବିତୀୟ ଟେଷ୍ଟ ମ୍ୟାଚର ପ୍ରଥମ ଇନିଂସରେ ରାହୁଲ ୧୨୯ ରନ କରିଥିଲେ । ଏହାସହ ଭାରତୀୟ ଫାଷ୍ଟ ବୋଲର ମହମ୍ମଦ ସିରାଜ ମଧ୍ୟ ୧୮ଟି ସ୍ଥାନ ଉପରକୁ ଉଠି 38ତମ ସ୍ଥାନରେ ରହିଛନ୍ତି ।
ଅନ୍ୟ ଭାରତୀୟ ବୋଲରଙ୍କ କଥା କହିଲେ ଇଶାନ୍ତ ଶର୍ମା ୧୬ତମ , ମହମ୍ମଦ ସାମି ୧୯ତମ, ରବିନ୍ଦ୍ର ଜାଡେଜା ୨୧ତମ, ଉମେଶ ଯାଦବ ୨୯ତମ, ଅକ୍ଷର ପଟେଲ ୩୪ତମ ସ୍ଥାନରେ ରହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ