ETV Bharat / sports

IPL 2022: ମହଙ୍ଗା କିଶନଙ୍କ କମାଲ, ଦିଲ୍ଲୀ ସାମ୍ନାରେ ମୁମ୍ବାଇର ଟାର୍ଗେଟ ୧୭୮

author img

By

Published : Mar 27, 2022, 5:40 PM IST

Updated : Mar 27, 2022, 5:56 PM IST

ଦିଲ୍ଲୀ କ୍ୟାପିଟାଲ୍ସ ସାମ୍ନାରେ ୧୭୮ ରନ୍‌ର ବିଜୟ ଲକ୍ଷ୍ୟ ରଖିଲା ମୁମ୍ବାଇ ଇଣ୍ଡିଆନ୍ସ । ଇଶାନ କିଶନଙ୍କ ଦମଦାର ଅର୍ଦ୍ଧଶତକ । ଅଧିକ ପଢନ୍ତୁ

Ishan Kishan help Mumbai Indians get a good total of 177 against delhi capitals
IPL 2022: ମହଙ୍ଗା କିଶନଙ୍କ କମାଲ, ଦିଲ୍ଲୀ ସାମ୍ନାରେ ମୁମ୍ବାଇର ୧୭୮ ଟାର୍ଗେଟ

ମୁମ୍ବାଇ: ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ଆଇପିଏଲ ୨୦୨୨ ଟୁର୍ଣ୍ଣାମେଣ୍ଟର ପ୍ରଥମ ମୁକାବିଲା ଖେଳୁଛନ୍ତି । ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ଇଣ୍ଡିଆନ୍ସ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ ହରାଇ ୧୭୭ ରନ୍‌ ସଂଗ୍ରହ କରିଛି । ଫଳରେ ଦିଲ୍ଲୀ କ୍ୟାପିଟାଲ୍ସ ସାମ୍ନାରେ ୧୭୮ ରନ୍‌ର ବିଜୟ ଲକ୍ଷ୍ୟ ରହିଛି । ଆଇପିଏଲ ୨୦୨୨ ନିଲାମୀରେ ମହଙ୍ଗା ଖେଳାଳି ଇଶାନ କିଶନ ଆରମ୍ଭରୁ ନିଜର କମାଲ ଦେଖାଇଛନ୍ତି । ୪୮ ବଲ୍‌ରୁ ୧୧ଟି ଚୌକା ଓ ୨ଟି ଛକା ସହାୟତାରେ ୮୧ ରନ୍‌ର ବିସ୍ଫୋରକ ଇଂନିସ ଖେଳିଛନ୍ତି ।

ସେହିପରି କ୍ୟାପଟେନ୍‌ ରୋହିତ ଶର୍ମା ୩୨ ବଲ୍‌ରୁ ୪ଟି ଚୌକା ଓ ୨ଟି ଛକା ସହାୟତାରେ ୪୧ ରନ୍‌ର ଇଂନିସ ଖେଳିଛନ୍ତି । ଉଭୟଙ୍କ ମଧ୍ୟରେ ପ୍ରଥମ ୱିକେଟ ଯୋଡିରେ ୬୭ ରନ୍‌ର ଭାଗିଦାରୀ ହୋଇଥିଲା । ପରେ ତିଳକ ବର୍ମା ୨୨ ଓ ଶେଷ ଭାଗରେ ଟିମ ଡେଭିଡଙ୍କ ଦ୍ରୁତ ୧୨ ରନ୍‌ର ଉପଯୋଗୀ ଯୋଗଦାନ ସହାୟତାରେ ମୁମ୍ବାଇ ୧୭୭ରେ ପହଞ୍ଚିଥିଲା ।

ଅନ୍ୟପଟେ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ସ୍ପିନର କୁଲଦୀପ ଯାଦବ ସର୍ବାଧିକ ୩ଟି ୱିକେଟ ହାତେଇଥିଲେ । ଖଲିଲ ଅହମ୍ମଦଙ୍କୁ ଦୁଇଟି ସଫଳତା ମିଳିଥିଲେ ମଧ୍ୟ ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି । ଚଳିତ ଆଇପିଏଲ ଟୁର୍ଣ୍ଣାମେଣ୍ଟରେ ଉଭୟ ଦିଲ୍ଲୀ କ୍ୟାପିଟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସର ଏହା ପ୍ରଥମ ମ୍ୟାଚ୍‌ ହୋଇଥିବାରୁ ବିଜୟରୁ ଅଭିଯାନ ଆରମ୍ଭ କରିବା ଲକ୍ଷ୍ୟରେ ଉଭୟ ଟିମ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 27, 2022, 5:56 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.