ETV Bharat / sports

IPL 2022: ମଉଳିଲା ଚେନ୍ନାଇ ପ୍ଲେ ଅଫ ଆଶା, 13 ରନରେ ଜିତିଲା ବାଙ୍ଗାଲୋର

author img

By

Published : May 5, 2022, 7:38 AM IST

ଚଳିତ ଆଇପିଏଲରେ 49 ତମ ଲିଗ ମ୍ୟାଚରେ 13 ରନରେ ଚେନ୍ନାକୁ ହରାଇଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଏହା ସହ ପଏଣ୍ଟ ଟେବୁଲ ଚତୁର୍ଥରେ ପହଞ୍ଚିଛି ଦଳ । ଅଧିକ ପଢନ୍ତୁ

ଚେନ୍ନାଇକୁ ହାରାଇଲା ବାଙ୍ଗାଲୋର, ପଏଣ୍ଟ ଟେବୁଲ ଚତୁର୍ଥରେ RCB

ପୁଣେ: ମଉଳିଲା ଚେନ୍ନାଇର ପ୍ଲେ ଅଫ ଆଶା । ଆଉ କିଛି ସମ୍ଭବ ନୁହେଁ । ଆଇପିଏଲର ସବୁଠୁ ଶକ୍ତିଶାଳୀ ଦଳ 4ଥର ଟାଇଟଲ ହାତେଇଥିବା ଟିମ ଚଳିତ ଆଇପିଏଲ ପ୍ଲେ ଅଫରୁ ବାଦ ପଡିଛି । 49ତମ ମ୍ୟାଚରେ ଚେନ୍ନାଇକୁ 13 ରନରେ ପରାସ୍ତ କରିଛି ବାଙ୍ଗାଲୋର । ଲାଗାତାର 3ଟି ମ୍ୟାଚ ହାରିବା ପରେ ପୁଣି ଟ୍ରାକକୁ ଫେରିଛି ଆରିସିବି । ବିଜୟ ସହ ପଏଣ୍ଟ ଟେବୁଲ 4ର୍ଥ ସ୍ଥାନକୁ ଉଠିଛି ବାଙ୍ଗାଲୋର । 3 ୱିକେଟ ହାସଲ କରି ଦର୍ଷଲ ପଟେଲ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି ।

ପ୍ରଥମେ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ଚେନ୍ନାଇ । ସୁପରକିଙ୍ଗ୍ସ ସୁପର ବୋଲିଂ ସତ୍ତ୍ବେ 174 ରନର ଟାର୍ଗେଟ ଦେଇଥିଲା ରୟାଲ ଟିମ୍ । RCBର ମହିପାଲ ଲୋମରର ସର୍ବାଧିକ ୨୭ ରନ୍ କରି ଥିବାବେଳେ ଅଧିନାୟକ ଡୁପ୍ଲେସିସ ୨୨ ରନ କରି ପାଭିଲିୟନ ଫେରିଥିଲେ । ଏହାପରେ ବିରାଟ କୋହଲିଙ୍କ ଉପରେ ଆଶା ରଖିଥିଲା ଦଳ, କିନ୍ତୁ ସେ ମଧ୍ୟ ୩୦ ରନରେ ମୋଇନ ଅଲିଙ୍କ ଶିକାର ହୋଇଥିଲେ । ୬୨ ରନରେ କୌଣସି ବି ୱିକେଟ ହରାଇ ନ ଥିବା RCB ୭୯ ରନରେ ୩ ମୂଲ୍ୟବାନ ୱିକେଟ ହରାଇଥିଲା । ଏହାପରେ ସ୍ଥିତି ସମ୍ଭାଳି ଥିଲେ ରଜତ ପଟିଦାର ଏବଂ ମହିପାଲ ।

ଉଭୟଙ୍କ ଦମଦାର ବ୍ୟାଟିଂ ବଳରେ ଦଳୀୟ ସ୍କୋର ୧୨୩ରେ ପହଞ୍ଚିଥିଲା । ପଟିଦାର ୨୧ ରନ କରି ପ୍ରେଟୋରିୟସଙ୍କ ଶିକାର ହୋଇଥିଲେ । ଏହାପରେ ଦିନେଶ କାର୍ତ୍ତିକ ଏବଂ ମହିପାଲ ଦଳକୁ ଶକ୍ତି ଯୋଗାଇଥିଲେ । କିନ୍ତୁ ୧୯ତମ ଓଭରରେ ଥିକସାନାଙ୍କ ଶିକାର ହୋଇଥିଲେ ମହିପାଲ । ପରେ ପରେ ହସରଙ୍ଗା ଓ ଶାହବାଜ ମଧ୍ୟ ଆଉଟ ହୋଇ ଯାଇଥିଲେ । ଶେଷ ଓଭରରେ ଦିନେଶ କାର୍ତ୍ତିକଙ୍କ ଦମଦାର୍ ସର୍ଟ୍ସ ଦଳୀୟ ରନକୁ ୧୭୩ରେ ପହଞ୍ଚାଇଥିଲେ । ସେପଟେ ଚେନ୍ନାଇର ଥକସାନାଙ୍କୁ ସର୍ବାଧିକ ୩ଟି ୱିକେଟ ମିଳି ଥିବାବେଳେ ମୋଇନ ଅଲି ୨ଟି ଏବଂ ପ୍ରିଟୋରିୟସ 1 ୱିକେଟ ନେଇଛନ୍ତି । ଚେନ୍ନାଇ ଆଗରେ ୧୭୪ ରନର ଟାର୍ଗେଟ ରହିଥିଲା ।

174 ବିଜୟ ଲକ୍ଷ୍ୟ ନେଇ ପାଳି ଆରମ୍ଭ କରିଥିଲା ଚେନ୍ନାଇ ସୁପରକିଙ୍ଗ୍ସ । ଦୁଇ ଓପନର ଋତୁରାଜ ଗାଏକ୍ବାର୍ଡ ଓ ଡେଭନ କନୱେ ପ୍ରଥମ ୱିକେଟରେ 54 ରନ କରିଥିଲେ । ଗାଏକ୍ବାର୍ଡ 28 ରନ କରି ଆଉଟ ହେବା ପରେ ପରେ ଦଳର ବିପର୍ଯ୍ୟୟ ଆରମ୍ଭ ହୋଇଯାଇଥିଲା । ରବିନ ଉଥପ୍ପା 1, ଅମ୍ବତି ରାୟୁଡୁ 10 ରନ କରି ଆଉଟ ହୋଇଥିଲେ । କନୱେ ଲଢୁଆ ବ୍ୟାଟିଂ କରିଥିଲେ । ଦଳୀୟ ସ୍କୋର 109 ବେଳକୁ କନୱେ 56 ରନ କରି ଆଉଟ ହୋଇଥିଲେ । ବାଙ୍ଗାଲୋରର ହସରଙ୍ଗା ବାଜି ପଲଟାଇ ଦେଇଥିଲେ । କନୱେଙ୍କ ପରେ ସୁପରକିଙ୍ଗ୍ସକୁ ଜିତିବାକୁ 35ଟି ବଲରେ 65 ରନ ଦରକାର ଥିଲା । ହେଲେ ବାଙ୍ଗାଲୋର ବୋଲରଙ୍କ ଆଗରେ କେହି ତିଷ୍ଠି ପାରି ନଥିଲେ । ଗୋଟିଏ ପରେ ଗୋଟିଏ ୱିକେଟ ପତନ ହୋଇଥିଲା । ମୋଇନ 34, ଜାଡେଜା 3, ଧୋନି 2 ରନ କରି ଆଉଟ ହୋଇଥିଲେ । ଶେଷରେ 7 ୱିକେଟ ହରାଇ ଦଳ 159 ରନ କରିବାକୁ ସକ୍ଷମ ହୋଇଥିଲା । ଚେନ୍ନାଇର ସପ୍ତମ ପରାଜୟ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.