ETV Bharat / sports

IPL 2022: ରାଜସ୍ଥାନ ବିପକ୍ଷରେ ବିଜୟ ସହ ଶୀର୍ଷରେ ଗୁଜୁରାଟ - ରାଜସ୍ଥାନ ବନାମ ଗୁଜୁରାଟ

24ତମ ଆଇପିଏଲ ମ୍ୟାଚରେ ଶୀର୍ଷ ସ୍ଥାନରେ ଥିବା ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଛି ନବାଗତ ଗୁଜୁରାଟ ଟାଇଟନ୍ସ । ରୟାଲ୍ସକୁ 37 ରନରେ ହରାଇ ପଏଣ୍ଟ ତାଲିକା ଶୀର୍ଷ ସ୍ଥାନ କବଜା କରିଛି ଗୁଜୁରାଟ । ପ୍ରଥମେ ବ୍ୟାଟିଂ କରି ଗୁଜୁରାଟ 4 ୱିକେଟ ହରାଇ 192 ରନ କରିଥିଲା । ଜବାବରେ ରୟାଲ୍ସ 9 ୱିକେଟ ହରାଇ 155 ରନ କରିବାକୁ ସକ୍ଷମ ହୋଇଥିଲା । ଅଧିକ ପଢନ୍ତୁ

IPL 2022
IPL 2022
author img

By

Published : Apr 15, 2022, 7:43 AM IST

ମୁମ୍ବାଇ: 24ତମ ଆଇପିଏଲ ମ୍ୟାଚରେ ଶୀର୍ଷ ସ୍ଥାନରେ ଥିବା ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଛି ନବାଗତ ଗୁଜୁରାଟ ଟାଇଟନ୍ସ । ରୟାଲ୍ସକୁ 37 ରନରେ ହରାଇ ପଏଣ୍ଟ ତାଲିକା ଶୀର୍ଷ ସ୍ଥାନ କବଜା କରିଛି ଗୁଜୁରାଟ । ପ୍ରଥମେ ବ୍ୟାଟିଂ କରି ଗୁଜୁରାଟ 4 ୱିକେଟ ହରାଇ 192 ରନ କରିଥିଲା । ଜବାବରେ ରୟାଲ୍ସ 9 ୱିକେଟ ହରାଇ 155 ରନ କରିବାକୁ ସକ୍ଷମ ହୋଇଥିଲା । ବିଜୟର ପ୍ରମୁଖ ଭୂମିକା ନିଭାଇଥିବା ଟାଇଟନ୍ସ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଅପରାଜିତ ଅର୍ଦ୍ଧଶତକ ହାସଲ କରିଥିଲେ । ଅଲରାଉଣ୍ଡ ପ୍ରଦର୍ଶନ ପାଇଁ ସେ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ ।

ଗୁଜୁରାଟ ପକ୍ଷରୁ କ୍ୟାପଟେନ ହାର୍ଦ୍ଦିକ ପାଣ୍ଡ୍ୟା ସର୍ବାଧିକ ୮୭ ରନ୍‌ର ମାରାଥନ ଇଂନିସ ଖେଳିଥିଲେ । ୫୨ ବଲ୍‌ରୁ ୮ଟି ଚୌକା ଓ ୪ଟି ଛକା ସହାୟତାରେ ୮୭ ରନ୍‌ କରିଥିଲେ ପାଣ୍ଡ୍ୟା । ସେହିପରି ଅଭିନବ ମନୋହର ୨୮ ବଲ୍‌ରୁ ୪୩ ରନ୍‌ର ଦ୍ରୁତ ଇଂନିସ ଖେଳିଥିଲେ । ଷ୍ଟାର ବ୍ୟାଟ୍‌ର ଡେଭିଡ ମିଲର ବିସ୍ଫୋରକ ବ୍ୟାଟିଂ ସହ ୧୪ ବଲ୍‌ରୁ ୫ଟି ଚୌକା ଓ ଗୋଟିଏ ଛକା ସହାୟତାରେ ୩୧ ରନ୍‌ର ଇଂନିସ ଖେଳିଥିଲେ । ଓପନର ଶୁଭମନ ଗିଲ୍‌ ୧୩ ଓ ମାଥ୍ୟୁ ୱେଡ୍‌ ୧୨ ରନ୍‌ କରିଥିଲେ । ତେବେ ଗୁରୁତ୍ବପୂର୍ଣ୍ଣ ୩ନମ୍ବର ସ୍ଥାନରେ ବ୍ୟାଟିଂ ପାଇଁ ଆସି ଅଲରାଉଣ୍ଡର ବିଜୟ ଶଙ୍କର ପୁଣି ନିରାଶ କରିଥିଲେ । ୨୦ ଓଭରରେ ୪ ୱିକେଟ ହରାଇ ୧୯୨ ରନ୍‌ ସଂଗ୍ରହ କରିଥିଲା । ରୟାଲ୍ସକୁ 193 ରନ ଟାର୍ଗେଟ ଦେଇଥିଲା ଟାଇଟନ୍ସ । ରାଜସ୍ଥାନ ପକ୍ଷରୁ କୁଲଦୀପ ସେନ୍‌, ୟୁଜଭେନ୍ଦ୍ର ଚହଲ ଓ ରିୟାନ ପରାଗ ଗୋଟିଏ ଲେଖାଏଁ ୱିକେଟ ହାତେଇଥିଲେ ।

ବିଜୟ ଲକ୍ଷ୍ୟ ନେଇ ଦେବଦତ୍ତ ପାଡିକର ଓ ବଟଲର ପାଳି ଆରମ୍ଭ କରିଥିଲେ । ପାଡିକର ଖାତା ଖୋଲି ନପାରି ପାଭିଲିୟନ ଫେରିଥିଲେ । ଜୋସ ବଟଲର ବିସ୍ଫୋରକ ବ୍ୟାଟିଂ କରିଥିଲେ। ଅଶ୍ବିନ 8 ରନ କରି ଆଉଟ ହୋଇଥିଲେ । ପରେ ପରେ ବଟଲର 23 ବଲରୁ ଅର୍ଦ୍ଧଶତକ ହାସଲ କରି ଆଉଟ ହୋଇଥିଲେ । ଦଳୀୟ ସ୍କୋର 65 ବେଳକୁ ଦଳର 3 ୱିକେଟ ପତନ ହୋଇସାରିଥିଲା । ମଧ୍ୟଭାଗରେ ସଞ୍ଜୁ ସାମସନ (11), ଡର ଡୁସେନ (6) ରନ କରି ଆଉଟ ହୋଇଥିଲେ । 90 ରନରେ 5ଟି ୱିକେଟ ହରାଇଥିଲା ଦଳ ତଥାପି ଖେଳିଥିଲା ।

ଶେଷ ଆଡକୁ ସିମରନ ହେତମେୟର 29 ରନ, ରିୟାନ ପରାଗ (18) ଓ ଜିମ୍ମି ନୀଶମ (17), ଚହଲ (5) ଦ୍ରୁତ ରନ କରିବାକୁ ଯାଇ ଆଉଟ ହୋଇଥିଲେ । 9 ୱିକେଟ ହରାଇ 155 ରନ କରିବାକୁ ସକ୍ଷମ ହୋଇଥିଲା ଦଳ । ପରିଣାମ ଗୁଜୁରାଟ ମ୍ୟାଚଟିକୁ ଜିତିବାରେ ସଫଳ ହୋଇଥିଲେ । ଏହି ସଫଳତା ସହ ପଏଣ୍ଟ ଟେବୁଲ ଟପରେ ରହିଛି ଗୁଜୁରାଟ । ଦଳ ପକ୍ଷରୁ ଦୟାଲ ସର୍ବାଧିକ 3ଟି ୱିକେଟ ନେଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.