ନୂଆଦିଲ୍ଲୀ: ଆଇପିଏଲର 28ତମ ମ୍ୟାଚ ରାଜସ୍ଥାନ ରୟାଲ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଉଛି । ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ରାଜସ୍ଥାନ ରୟାଲ୍ସ ନିର୍ଦ୍ଧାରିତ 20 ଓଭରରେ 3 ୱିକେଟ ହରାଇ 220 ରନ୍ ସଂଗ୍ରହ କରିଛି । ଫଳରେ ହାଇଦ୍ରାବାଦ ସାମ୍ନାରେ 221 ରନର ବିଶାଳ ବିଜୟ ଲକ୍ଷ୍ୟ ରହିଛି ।
ରାଜସ୍ଥାନ ପକ୍ଷରୁ ଓପନର ଜସ୍ ବଟଲର ବିସ୍ଫୋରକ ଶତକ ହାସଲ କରିଛନ୍ତି । ମାତ୍ର 64 ବଲ୍ରୁ 124 ରନ୍ର ଧୁଆଁଧାର ଇଂନିସ ଖେଳିଛନ୍ତି ୱିକେଟ କିପର ବ୍ୟାଟ୍ସମ୍ୟାନ । ଏହି ଇଂନିସରେ 11ଟି ଚୌକା ଓ 8ଟି ଛକା ସାମିଲ ରହିଛି । ବଟଲର୍ଙ୍କ ଏହା ପ୍ରଥମ ଆଇପିଏଲ ଶତକ । କ୍ୟାପଟେନ ସଞ୍ଜୁ ସାମସନ 33 ବଲ୍ରୁ 4 ଚୌକା ଓ 2ଟି ଛକା ସହାୟତାରେ 48 ରନ୍ର ଇଂନିସ ଖେଳିଛନ୍ତି । ରିୟାନ ପରାଗ ଶେଷ ଭାଗରେ 8 ବଲ୍ରୁ ଦ୍ରୁତ 15 ରନ୍ର ଉପଯୋଗୀ ଇଂନିସ ଖେଳିଛନ୍ତି ।
ରାଜସ୍ଥାନ ପକ୍ଷରୁ ସନ୍ଦୀପ ଶର୍ମା ମହଙ୍ଗା ସାବାସ୍ତ ହୋଇଥିଲେ ମଧ୍ୟ ଗୋଟିଏ ୱିକେଟ ଅକ୍ତିଆର କରିଛନ୍ତି । ସ୍ପିନର ରସିଦ ଖାନ ସଫଳତମ ବୋଲର ରହିବା ସହ ମାତ୍ର 24 ରନ୍ ବ୍ୟୟରେ ଗୋଟିଏ ୱିକେଟ ଦଖଲ କରିଛନ୍ତି । ଅଲରାଉଣ୍ଡର ବିଜୟ ଶଙ୍କର 3 ଓଭରରେ 42 ରନ୍ ବ୍ୟୟରେ ଗୋଟିଏ ସଫଳତା ହାସଲ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ