ETV Bharat / sports

ଭାରତରେ ପାକିସ୍ତାନ ବିଶ୍ବକପ ଜିତିବା BCCI ମୁହଁରେ ଶକ୍ତ ଚାପୁଡ଼ା ହେବ: ଶାହିଦ ଆଫ୍ରିଦି

author img

By

Published : May 21, 2023, 5:10 PM IST

ଚଳିତବର୍ଷ ପାକିସ୍ତାନ ଏସିଆ କପ ଆୟୋଜନ ସୁଯୋଗ ହରାଇବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି । ଏହାକୁ ନେଇ ବିଶ୍ବକପ ଖେଳିବା ପାଇଁ ପାକିସ୍ତାନ ଟିମ ଭାରତକୁ ଆସିବ ନା ନାହିଁ, ସେନେଇ ଅନିଶ୍ଚିତତା ଦେଖାଦେଇଛି । ଏହାରି ଭିତରେ ପାକିସ୍ତାନ କ୍ରିକେଟ ଦଳ ଭାରତରେ ଆସି ବିଶ୍ବକପ ଜିତିବା BCCI ମୁହଁରେ ଶକ୍ତ ଚାପୁଡ଼ା ହେବ ବୋଲି କହିଛନ୍ତି ପୂର୍ବତନ ପାକିସ୍ତାନ କ୍ରିକେଟର ଶାହିଦ ଆଫ୍ରିଦି । ଅଧିକ ପଢ଼ନ୍ତୁ

ଭାରତରେ ପାକିସ୍ତାନ ବିଶ୍ବକପ ଖେଳିବା ନେଇ ଏମିତି କହିଲେ ଆଫ୍ରିଦି

ଇସ୍‌ଲାମାବାଦ: ଚଳିତବର୍ଷ ପାକିସ୍ତାନ ଏସିଆ କପ ଆୟୋଜନ ସୁଯୋଗ ହରାଇବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି । ତେବେ ଏହାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି, ପାକିସ୍ତାନ କ୍ରିକେଟ ବୋର୍ଡ ଓ ପୂର୍ବତନ ପାକିସ୍ତାନ କ୍ରିକେଟର । ଏମାନେ ବାରମ୍ବାର ବିସିସିଆଇ ଉପରେ ବିଷ ଓଗାଳିବା ଜାରି ରଖିଛନ୍ତି । ଏହାରି ଭିତରେ ପାକିସ୍ତାନ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଶାହିଦ ଆଫ୍ରିଦି ପୁଣି ଏକ ବିବାଦୀୟ ବୟାନ ଦେଇ ଚର୍ଚ୍ଚାକୁ ଆସିଛନ୍ତି । ପାକିସ୍ତାନ କ୍ରିକେଟ ବୋର୍ଡ ପାକିସ୍ତାନ ଟିମ୍‌କୁ ଭାରତ ଯାଇ ବିଶ୍ବକପ ଖେଳିବାର ଅନୁମତି ଦେବା ଆବଶ୍ୟକ ବୋଲି ସେ କହିଛନ୍ତି । ଭାରତରେ ପାକିସ୍ତାନ ବିଶ୍ବକପ୍ ଜିତିବା ବିସିସିଆଇ ମୁହଁରେ ଏକ ଶକ୍ତ ଚାପୁଡା ହେବ ବୋଲି କହିଛନ୍ତି ଶାହିଦ ଆଫ୍ରିଦି ।

ତେବେ ଏକାଧିକ କାରଣରୁ ଭାରତ ଓ ପାକିସ୍ତାନ ଭିତରେ ଅନେକ ବର୍ଷ ହେବ ଦ୍ବିପାକ୍ଷିକ ସିରିଜ୍ ଖେଳାଯାଉ ନାହିଁ । ଏହି ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଏବେ କେବଳ ବହୁରାଷ୍ଟ୍ରୀୟ ଟୁର୍ଣ୍ଣାମେଣ୍ଟରେ ପରସ୍ପର ବିରୋଧରେ ମୁହାଁମୁହିଁ ହେଉଛନ୍ତି । ହେଲେ ଯେବେଠାରୁ ପାକିସ୍ତାନକୁ ଏସିଆ କପ୍ ୨୦୨୩ର ଆୟୋଜନ ସୁଯୋଗ ମିଳିଛି ସେବେଠାରୁ ଏହାକୁ ନେଇ ଚର୍ଚ୍ଚା ଜୋର ହେଉଛି । ସୁରକ୍ଷା ଦୃଷ୍ଟିରୁ ଭାରତୀୟ ଦଳ ପାକିସ୍ତାନରେ ଏସିଆ କପ୍‌ ଖେଳିବାକୁ ଯିବନାହିଁ ବୋଲି ବିସିସିଆଇ ସ୍ପଷ୍ଟ କରିବା ପରେ ଏହି ଟୁର୍ଣ୍ଣାମେଣ୍ଟ ପାକିସ୍ତାନରେ ହେବାନେଇ ଅନିଶ୍ଚିତତା ଲାଗିରହିଛି । ଯଦିଓ ଏସିଆ କପ ୨୦୨୩ ପାକିସ୍ତାନରେ ଆୟୋଜନ ହେବନାହିଁ ବୋଲି ବିଧିବଦ୍ଧ ଭାବେ ଘୋଷଣା ହୋଇନାହିଁ, ହେଲେ ଶ୍ରୀଲଙ୍କା, ବାଂଲାଦେଶ ପ୍ରମୁଖ ଏବି ପ୍ରସଙ୍ଗରେ ଭାରତକୁ ସମର୍ଥନ କରୁଥିବାରୁ ଏହା ପାକିସ୍ତାନରୁ ବାହାରେ ଆୟୋଜନ ହେବା ଏକପ୍ରକାର ନିଶ୍ଚିତ ।

ଏସିଆ କପ ପରେ ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ଭାରତରେ ଦିନିକିଆ ବିଶ୍ବକପ ଖେଳାଯିବ । ଭାରତ ଏସିଆ କପ ଖେଳିବା ପାଇଁ ପାକିସ୍ତାନ ନଆସିଲେ ପାକିସ୍ତାନ ଦିନିକିଆ ବିଶ୍ବକପରୁ ଓହରିଯିବ ବୋଲି ପ୍ରଥମେ ପିସିବି ପକ୍ଷରୁ ବୟାନ ଜାରି କରାଯାଇଥିଲା । ଯଦିଓ ଏହାକୁ ନେଇ ମଧ୍ୟ ସେଭଳି କିଛି ବିଧିବଦ୍ଧ ଘୋଷଣା ପାକିସ୍ତାନ କରିନାହିଁ, ହେଲେ ଭାରତ ଆସି ବିଶ୍ବକପ ଖେଳିବା ପାଇଁ ପିସିବି ପ୍ରସ୍ତୁତ ହେଉଥିବା ଚର୍ଚ୍ଚା ହେଉଛି । ଏହାରି ଭିତରେ ଶାହିଦ ଆଫ୍ରିଦି କହିଛନ୍ତି, "ମୁଁ ବୁଝିପାରୁନି ପିସିବି ଏତେ ଜିଦ୍‌ରେ କାହିଁକି ଅଛି । ପରିସ୍ଥିତିକୁ ବୁଝିବା ଦରକାର ଯେ, ସେଠାରେ ଏକ ଅନ୍ତର୍ଜାତୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ହେଉଛି । ଏହାକୁ ସକାରତ୍ମକ ଭାବରେ ନିଆଯାଉ ଓ ଆମ ଦେଶର ଖେଳାଳିଙ୍କୁ ଟ୍ରଫି ଜିତି ଆସିବାକୁ କୁହାଯାଉ । ପୁରା ଦେଶ ତାଙ୍କ ପଛରେ ଅଛି । ଆମେ ଭାରତରେ ଯାଇ ବିଶ୍ବକପ ଜିତିବା କେବଳ ଆମ ପାଇଁ ବଡ ବିଜୟ ନୁହେଁ, ବରଂ ବିସିସିଆଇ ମୁହଁରେ ଶକ୍ତ ଚାପୁଡା ଭଳି ହେବ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.