ETV Bharat / sports

'She said yes': ଗାର୍ଲଫ୍ରେଣ୍ଡ୍‌ଙ୍କୁ ଷ୍ଟାଡିୟମରେ ପ୍ରପୋଜ କଲେ ଦୀପକ ଚହର

CSK ବୋଲର ଦୀପକ ଚହର, ପଞ୍ଜାବ ବିପକ୍ଷ ମ୍ୟାଚ୍‌ ପରେ ଭରା ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ନିଜର ବାନ୍ଧବୀଙ୍କୁ ପ୍ରପୋଜ କରିଛନ୍ତି । ଅଧିକ ପଢନ୍ତୁ...

author img

By

Published : Oct 7, 2021, 9:53 PM IST

WATCH | 'She said yes': Deepak Chahar proposes to girlfriend after match against Punjab Kings
WATCH | 'She said yes': ଗାର୍ଲଫ୍ରେଣ୍ଡ୍‌ଙ୍କୁ ଷ୍ଟାଡିୟମରେ ପ୍ରପୋଜ କଲେ ଦୀପକ ଚହର

ଦୁବାଇ: ଚେନ୍ନାଇ ସୁପର କିଙ୍ଗ୍ସ(CSK) ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଇଥିବା ଶେଷ ଲିଗ୍‌ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗ୍ସ ଠାରୁ ପରାସ୍ତ ହେବାପରେ ଫ୍ୟାନ୍ସ ନିରାଶ ହୋଇଥିଲେ । ମ୍ୟାଚ୍‌ ଶେଷରେ ଷ୍ଟାର ବୋଲର ଦୀପକ ଚହର ଏମିତି କିଛି କାମ କରିଛନ୍ତି ଯାହା, ଫ୍ୟାନ୍ସଙ୍କୁ ଖୁସି ହେବାକୁ ବାଧ୍ୟ କରିଛନ୍ତି ।

ଷ୍ଟାର CSK ବୋଲର ଦୀପକ ଚହର, ପଞ୍ଜାବ ବିପକ୍ଷ ମ୍ୟାଚ୍‌ ପରେ ଭରା ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ନିଜର ବାନ୍ଧବୀଙ୍କୁ ପ୍ରପୋଜ କରିଛନ୍ତି । ସମସ୍ତଙ୍କ ସାମ୍ନାରେ ପରସ୍ପର ଆଲିଙ୍ଗନ କରିବା ସହ ରିଙ୍ଗ୍‌ ପିନ୍ଧାଇଥିଲେ । ଯାହାକି ଔପଚାରିକ ଭାବେ ନିର୍ବନ୍ଧ ଶେଷ ହୋଇଥିବା କୁହାଯାଉଛି ।

ମ୍ୟାଚ୍‌ ପରେ ଭିଆଇପି ଦର୍ଶକ ଗ୍ୟାଲେରୀରେ ପହଞ୍ଚିଥିଲେ ଚହର । ପ୍ରେମିକ ଅନ୍ଦାଜରେ ପ୍ରେମ ନିବେଦନ ପରେ ପକେଟରୁ ରିଙ୍ଗ୍‌ ବାହାର କରି ପିନ୍ଧାଇଥିଲେ । ଏପଟେ କମେଣ୍ଟ୍ରୀ ବକ୍ସରୁ ଲାଇଭ କମେଣ୍ଟ୍ରୀ ମଧ୍ୟ ଚାଲିଥିଲା । ' ଆଣ୍ଡ୍‌ ସି ସେଡ୍‌ ୟେସ୍‌, ବିୟୁଟିଫୁଲ୍‌ କପଲ୍‌' ।

ଦୀପକ ନିଜ ଇନଷ୍ଟାଗ୍ରାମରେ ପ୍ରପୋଜ କରୁଥିବା ବେଳର ଫଟୋ ସେୟାର କରିଛନ୍ତି । ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟ ନିଜ ଅଫିସିଆଲ ଟ୍ବିଟର ଆକାଉଣ୍ଟରେ ଏହି ସମୟର ଭିଡିଓ ସେୟାର କରିବା ସହ ଅଭିନନ୍ଦନ ଜଣାଇଛି । ଚହର ନିଜେ ବାନ୍ଧବୀଙ୍କ ନାମ ସ୍ପଷ୍ଟ କରିନଥିଲେ ମଧ୍ୟ ମିସେସ ଚହର ହେବାକୁ ଯାଉଥିବା ଲକି ଗାର୍ଲଙ୍କ ନାମ ଜୟା ଭରଦ୍ବାଜ ବୋଲି କୁହାଯାଉଛି ।

ଅନ୍ୟପଟେ ମ୍ୟାଚ୍‌ରେ CSK ପକ୍ଷରୁ ପଞ୍ଜାବ ସାମ୍ନାରେ ରଖାଯାଇଥିବା ୧୩୫ରନ୍‌ର ବିଜୟ ଲକ୍ଷ୍ୟକୁ ୧୩ ଓଭରରେ ହାସଲ କରିନେଇଛି ପଞ୍ଜାବ । PBKS କ୍ୟାପଟେନ୍‌ କେଏଲ ରାହୁଲ ବିସ୍ଫୋରକ ଅପରାଜିତ ୯୮ ରନ୍‌ର ଇଂନିସ ଖେଳି ଟିମକୁ ବିଜୟୀ କରାଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.