ETV Bharat / sports

TATA IPL 2023 DC vs GT: ୬ ୱିକେଟରେ ଜିତିଲା ଗୁଜୁରାଟ, ଦିଲ୍ଲୀର ପରାଜୟ ଧାରା ଜାରି - ଦିଲ୍ଲୀ କ୍ୟାପିଟାଲ୍ସ

ଆଇପିଏଲ ୨୦୨୩ର ସପ୍ତମ ମ୍ୟାଚ୍‌କୁ 6 ୱିକେଟରେ ଜିତି ନେଇଛି ଗୁଜରାଟ ଟାଇଟନ୍ସ । କ୍ରମାଗତ ଦ୍ବିତୀୟ ମ୍ୟାଚ ହାରିବା ପରେ ଚଳିତ ସଂସ୍କରଣରେ ଦିଲ୍ଲୀର ପରାଜୟ ଧାରା ଜାରି ରହିଛି । ଅଧିକ ପଢ଼ନ୍ତୁ

TATA IPL 2023 DC vs GT
TATA IPL 2023 DC vs GT
author img

By

Published : Apr 5, 2023, 12:17 AM IST

ଦିଲ୍ଲୀ: ଆଇପିଏଲ ୨୦୨୩ର ଆଜି ସପ୍ତମ ମ୍ୟାଚ୍‌ ଖେଳାଯାଇଥିଲା ଦିଲ୍ଲୀ କ୍ୟାପିଟାଲ୍ସ ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ । ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌କୁ 6 ୱିକେଟରେ ଜିତି ନେଇଛି ପାଣ୍ଡ୍ୟା ବାହିନୀ । ଘରୋଇ ଗ୍ରାଉଣ୍ଡରେ ମଧ୍ୟ ବିଜୟର ଖାତା ଖୋଲି ପାରିନି ଦିଲ୍ଲୀ କ୍ୟାପିଟାଲ୍ସ । ପ୍ରଥମେ ବ୍ୟାଟିଂ କରି କେବଳ ୧୬୨ ରନରେ ସୀମିତ ରହିଯାଇଥିଲେ ୱାର୍ନର ଏଣ୍ଡ କୋ । ତେବେ ୧୬୩ ରନର ବିଜୟ ଲକ୍ଷ୍ୟକୁ କେବଳ 4 ୱିକେଟ ହରାଇ ହାସଲ କରିନେଇଛି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଗୁଜରାଟ ।

ପ୍ରଥମେ ଟସ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ ଗୁଜରାଟ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା । ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇ ମୈଦାନକୁ ଓହ୍ଲାଇଥିବା ଦିଲ୍ଲୀ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୧୬୨ ରନ ସଂଗ୍ରହ କରିଥିଲା । ଯାହା ଦଳକୁ ଜିତିବା ପାଇଁ ପର୍ଯ୍ୟାପ୍ତ ନଥିଲା । ଅଧିନାୟକ ଡେଭିଡ ୱାର୍ନର ଦଳ ପାଇଁ ସର୍ବାଧିକ ୩୨ ବଲରୁ ୩୭ ରନ ସଂଗ୍ରହ କରିଥିଲେ । ଏଥିରେ ୭ଟି ଚୌକା ସାମିଲ ରହିଛି । ତେବେ ଅନ୍ୟମାନଙ୍କ ମଧ୍ୟରେ ସର୍ଫରାଜ ଖାନ ୩୪ ବଲରୁ ୩୦, ଅକ୍ଷର ପଟେଲ ୨୨ ବଲରୁ ୩୬ ଓ ୱିକେଟ ରକ୍ଷକ ବ୍ୟାଟର ଅଭିଷେକ ପୋରେଲ ୧୧ ବଲରୁ ୨୦ ରନ ସଂଗ୍ରହ କରିଥିଲେ । ଅନ୍ୟ କୌଣସି ବ୍ୟାଟର ଦୁଇଅଙ୍କ ଛୁଇଁବାକୁ ସକ୍ଷମ ହୋଇନଥିଲେ ।

ସେପଟେ ଗୁଜରାଟ ପକ୍ଷରୁ ଅନୁଭବୀ ପେସର୍‌ ମହମ୍ମଦ ସାମି ୪ ଓଭର ବୋଲିଂ କରି ସର୍ବାଧିକ ୪୧ ରନ ଖର୍ଚ୍ଚ କରିଥିଲେ । ତେବେ ସେ ୩ଟି ୱିକେଟ ସଂଗ୍ରହ କରିଥିଲେ । ରସିଦ ଖାନ ମଧ୍ୟ ୩ଟି ୱିକେଟ ନେଇଥିଲେ । ତେବେ ସେ ୪ ଓଭର ବୋଲିଂ କରି ୩୧ ରନ ଖର୍ଚ୍ଚ କରିଥିଲେ । ସେହିଭଳି ଅଲଜାରୀ ଜୋଶେଫ 4 ଓଭର ବୋଲିଂ କରି 29 ରନ ବ୍ୟୟରେ 2ଟି ୱିକେଟ ହାସଲ କରିଥିଲେ । ତେବେ ଦଳ ପକ୍ଷରୁ ଅନ୍ୟ କୌଣସି ବୋଲର ୱିକେଟ ଅକ୍ତିଆର କରିପାରି ନଥିଲେ ।

ସେପଟେ 163 ରନର ବିଜୟ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିଲା ଗୁଜରାଟ ଟାଇଟନ୍ସ । ଦଳ ପକ୍ଷରୁ ଓପନିଂ ଯୋଡ଼ି ରିଦ୍ଧିମାନ ଶାହ ଓ ଶୁଭମନ ଗିଲ ଉଭୟ 14 ରନ ଲେଖାଏଁ କରି ପାଭିଲିୟନ ଫେରିଥିଲେ । ଦଳ ପକ୍ଷରୁ ସାଇ ସୁଦର୍ଶନ ସର୍ବାଧିକ 62 ରନ କରି ବିଜୟ ଦ୍ବାର ଖୋଲି ଦେଇଥିଲେ । ବିଜୟ ଶଙ୍କର 29 ରନ କରି ଆଉଟ ହୋଇଥିଲେ । ଡେଭିଡ ମିଲର 16ଟି ବଲରୁ ଦୃତ 31 ରନ କରି ଗୁଜରାଟକୁ ବିଜୟ ଦେଇଛନ୍ତି । ଚଳିତ ଟୁର୍ଣ୍ଣାମେଣ୍ଟରେ ଏହା ଗୁଜରାଟର ଦ୍ବିତୀୟ ବିଜୟ ।

ଅନ୍ୟପଟେ ଦିଲ୍ଲୀ ପକ୍ଷରୁ ଏନରିକ ନୋର୍କିଆ 4 ଓଭର ବୋଲିଂ କରି ସର୍ବାଧିକ 2ଟି ୱିକେଟ ନେଇଥିବା ବେଳେ 39 ରନ ଖର୍ଚ୍ଚ କରିଛନ୍ତି । ଖଲିଲ ଅହମ୍ମଦ ଓ ମିଚେଲ ମାର୍ଶ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ । ଅନ୍ୟ କୌଣସି ବୋଲର ୱିକେଟ ଦଖଲ କରିବାକୁ ସକ୍ଷମ ହୋଇନଥିଲେ । ଫଳରେ ଦଳକୁ କ୍ରମାଗତ ଦ୍ବିତୀୟ ପରାଜୟ ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.