ETV Bharat / sports

t-20 ବିଶ୍ବକପ: ଜୟବର୍ଦ୍ଧନେଙ୍କୁ ବଡ ଦାୟିତ୍ବ ଦେଲା ଶ୍ରୀଲଙ୍କା - Jayawardene as consultant

UAE ଓ ଓମାନରେ ହେବାକୁ ଥିବା ଟି-୨୦ ବିଶ୍ବକପ ୨୦୨୧ ଟୁର୍ଣ୍ଣାମେଣ୍ଟରେ ଶ୍ରୀଲଙ୍କା ସ୍କ୍ବାଡର ପରାମର୍ଶଦାତା ନିଯୁକ୍ତ ହୋଇଛନ୍ତି ମାହେଲା ଜୟବର୍ଦ୍ଧନେ । ଅଧିକ ପଢନ୍ତୁ...

SLC appoint Jayawardene as consultant for 7-day period during T20 WC
ଟି-୨୦ ବିଶ୍ବକପରେ ଜୟବର୍ଦ୍ଧନେଙ୍କୁ ବଡ ଦାୟିତ୍ବ ଦେଲା ଶ୍ରୀଲଙ୍କା
author img

By

Published : Sep 24, 2021, 10:18 PM IST

କଲମ୍ବୋ: ଆଗାମୀ ICC ପୁରୁଷ ଟି-୨୦ ବିଶ୍ବକପ ପାଇଁ ଶ୍ରୀଲଙ୍କା କ୍ରିକେଟ ବୋର୍ଡ(SLC) କିମ୍ବଦନ୍ତୀ କ୍ରିକେଟର ମାହେଲା ଜୟବର୍ଦ୍ଧନେଙ୍କୁ ବଡ ଦାୟିତ୍ବ ଦେଇଛି । UAE ଓ ଓମାନରେ ହେବାକୁ ଥିବା ଟି-୨୦ ବିଶ୍ବକପ ୨୦୨୧ ଟୁର୍ଣ୍ଣାମେଣ୍ଟରେ ଶ୍ରୀଲଙ୍କା ସ୍କ୍ବାଡର ପରାମର୍ଶଦାତା ନିଯୁକ୍ତ ହୋଇଛନ୍ତି ମାହେଲା । ଏନେଇ ଶ୍ରୀଲଙ୍କା କ୍ରିକେଟ ବୋର୍ଡ ଶୁକ୍ରବାର ଘୋଷଣା କରିଛି ।

ଜୟବର୍ଦ୍ଧନେ ବର୍ତ୍ତମାନ ମୁମ୍ବାଇ ଇଣ୍ଡିଆନ୍ସର ମୁଖ୍ୟ କୋଚ୍‌ ରହିଛନ୍ତି । ଆଇପିଏଲ ଶେଷ ପରେ ସେ UAE ରେ ଶ୍ରୀଲଙ୍କା ଟିମର ବାୟୋବବଲରେ ସାମିଲ ହେବେ ।

ତେବେ ଜୟବର୍ଦ୍ଧନେଙ୍କୁ (ଅକ୍ଟୋବର ୧୬-୨୩)୭ ଦିନ ପାଇଁ ଏହି ଦାୟିତ୍ବ ନ୍ୟସ୍ତ କରିଛି ବୋର୍ଡ । ଏହି ସମୟ ମଧ୍ୟରେ ଗ୍ରୁପ ପର୍ଯ୍ୟାୟକୁ ଯୋଗ୍ୟତା ଅର୍ଜନ କରିବାକୁ ନାମ୍ବିଆ, ଆୟରଲାଣ୍ଡ ଓ ନେଦରଲ୍ୟାଣ୍ଡ ସହ ଖେଳିବ ଶ୍ରୀଲଙ୍କା । ସେଥିପାଇଁ ପୂର୍ବତନ କ୍ୟାପଟେନ ଜୟବର୍ଦ୍ଧନେଙ୍କ ଅଭିଜ୍ଞତା ଓ ରଣନୀତିର ଲାଭ ଉଠାଇବାକୁ ଲକ୍ଷ୍ୟ ରଖିଛି ବୋର୍ଡ ।

ଶ୍ରୀଲଙ୍କା ପାଇଁ ମାହେଲା ୧୪୯ଟି ଟେଷ୍ଟ,୪୪୮ଟି ଅନ୍ତର୍ଜାତୀୟ ଦିନିକିଆ ଓ ୫୫ଟି ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍‌ ଖେଳିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.