ETV Bharat / sports

IPL 2022: ହାରିଲା ଚେନ୍ନାଇ, ପ୍ରଥମ କ୍ବାଲିଫାୟର ରାଜସ୍ଥାନ-ଗୁଜୁରାଟ

author img

By

Published : May 21, 2022, 7:55 AM IST

ଚଳିତ ଆଇପିଏଲ(IPL)ର 68ତମ ମ୍ୟାଚରେ ଚେନ୍ନାଇକୁ ୫ ଓ୍ବିକେଟରେ ହରାଇ ପ୍ଲେ ଅଫରେ ସ୍ଥାନ ପକ୍କା କଲା ରାଜସ୍ଥାନ ରୟାଲ୍ସ (RR) । ଅଧିକ ପଢନ୍ତୁ

IPL 2022 : ହାରିଲା ଚେନ୍ନାଇ, ପ୍ରଥମ କ୍ବିଲିଫାୟର  ରାଜସ୍ଥାନ-ଗୁଜୁରାଟ

ମୁମ୍ବାଇ: ଚଳିତ ଆଇପିଏଲ(IPL)ର 68ତମ ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗ୍ସ (CSK)କୁ ହରାଇ ପ୍ଲେ ଅଫରେ ସ୍ଥାନ ପକ୍କା କଲା ରାଜସ୍ଥାନ ରୟାଲ୍ସ (RR) । ଗତକାଲିର ମ୍ୟାଚରେ ଚେନ୍ନାଇକୁ ୫ ଓ୍ବିକେଟରେ ହରାଇ ୪ବର୍ଷ ପରେ ପ୍ଲେ ଅଫରେ ପ୍ରବେଶ ପାଇଁ ସୁଯୋଗ ପାଇଛି ରାଜସ୍ଥାନ। ପୂର୍ବରୁ ପ୍ଲେ ଅଫରେ ଗୁଜୁରାଟ ଓ ଲକ୍ଷ୍ନୌ ପ୍ରବେଶ କରିସାରିଥିବା ବେଳେ ତୃତୀୟ ଦଳ ଭାବେ ରାଜସ୍ଥାନ ପ୍ଲେ ଅଫରେ ନାମ ପକ୍କା କରିଛି । ଫଳରେ ପଏଣ୍ଟ ଟେବୁଲର ଏବେ ଦ୍ବିତୀୟ ସ୍ଥାନରେ ରହିଛି ରାଜସ୍ଥାନ । ଏଥି ସହିତ ପ୍ରଥମ କ୍ବାଲିଫାୟରରେ ଶୀର୍ଷରେ ଥିବା ଗୁଜୁରାଟ ଓ ରାଜସ୍ଥାନ ପରସ୍ପରକୁ ଭେଟିବେ ।

ଗତକାଲି ମୁମ୍ବାଇର ବ୍ରାବୋର୍ଣ୍ଣ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଟସ୍ ଜିତି ଚେନ୍ନାଇ ସୁପରକିଙ୍ଗ୍ସ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୫୦ ରନ୍ ସଂଗ୍ରହ କରିଥିଲା ଚେନ୍ନାଇ । ଫଳରେ ରାଜସ୍ଥାନ ସମ୍ମୁଖରେ ଜିତିବା ପାଇଁ ୧୫୧ ରନର ଲକ୍ଷ୍ୟ ରହିଥିଲା । ବିଜୟ ରନର ପିଛା କରି ରାଜସ୍ଥାନ ୨୦ ଓଭର ଶେଷ ସୁଦ୍ଧା ୫ ଓ୍ବିକେଟ ହରାଇ ୧୫୧ରନ କରି ବିଜୟୀ ହୋଇଥିଲା । ଦଳ ତରଫରୁ ଓପନର ଯଶସ୍ତୀ ଜୟସ୍ବାଲ ୫୯, ଅଧିନାୟକ ସଞ୍ଜୁ ସାମନ ୧୫, ରବିଚନ୍ଦ୍ର ଅଶ୍ବିନ ୪୦ ଓ ରିଆନ ପରାଗ ଅପରାଜିତ ୧୦ ରନ କରି ଦଳକୁ ପ୍ଲେ ଅପରେ ପ୍ରବେଶ କରାଇଥିଲେ ।

ପ୍ରଥମେ ବ୍ୟଟିଙ୍ଗ କରିଥିବା ଚେନ୍ନାଇ ତରଫରୁ ମୋଇନ ଅଲ୍ଲୀ ସର୍ବାଧିକ ୯୩ ରନ କରକିଥିବା ବେଳେ କନୱେ ୧୬ ଓ ମହେନ୍ଦର ସିଂ ଧୋନି ୨୬ ରନ କରି ଆଉଟ ହୋଇଥିଲେ । ସେପଟେ ରାଜସ୍ଥାନ ପକ୍ଷରୁ ଚହଲ ଏବଂ ଓବେଡ ୨ଟି ଲେଖାଏଁ ୱିକେଟ ନେଇ ଥିବାବେଳେ ଅଶ୍ବିନ ଏବଂ ବୋଲ୍ଟଙ୍କ ଖାତାକୁ ଯାଇଛି ଗୋଟିଏ ଲେଖାଏଁ ୱିକେଟ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.