ETV Bharat / sports

IPL 2022: ମୟଙ୍କ-ଧାୱନଙ୍କ ଧୂଆଁଧାର ପାଳି, ମୁମ୍ବାଇ ଆଗରେ ଟାର୍ଗେଟ ୧୯୯ ରନ - ଆଇପିଏଲ ଲାଟେଷ୍ଟ ଖବର

IPL 2022ର ୨୩ତମ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ୍‌କୁ ୧୯୯ ରନ୍‌ ଟାର୍ଗେଟ ଦେଇଛି ପଞ୍ଜାବ କିଙ୍ଗ୍‌ସ୍‌ । ନିର୍ଦ୍ଧାରିତ ୨୦ ଓଭରରେ ପଞ୍ଜାବ କିଙ୍ଗ୍‌ସ୍‌ ୪ ୱିକେଟ ହରାଇ ୧୯୮ ରନ୍‌ କରିଛି । ଅଧିକ ପଢ଼ନ୍ତୁ

IPL 2022: ଧାୱନ ଓ ମୟଙ୍କ ଧୂଆଁଦାର ପାଳି, ମୁମ୍ବାଇ ଆଗରେ ୧୯୯ ରନ୍‌ ଟାର୍ଗେଟ

author img

By

Published : Apr 13, 2022, 9:34 PM IST

ମୁମ୍ବାଇ: IPL 2022ର ୨୩ତମ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ୍‌କୁ ୧୯୯ ରନ୍‌ ଟାର୍ଗେଟ ଦେଇଛି ପଞ୍ଜାବ କିଙ୍ଗ୍‌ସ୍‌ । ନିର୍ଦ୍ଧାରିତ ୨୦ ଓଭରରେ ପଞ୍ଜାବ କିଙ୍ଗ୍‌ସ୍‌ ୪ ୱିକେଟ ହରାଇ ୧୯୮ ରନ୍‌ କରିଛି । ଟସ୍‌ ଜିତି ପ୍ରଥମେ ପଞ୍ଜାବକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ ଦେଇଥିଲା ମୁମ୍ବାଇ । ପ୍ରଥମ ୱକେଟ ପାଇଁ ପଞ୍ଜାବର ଦୁଇ ଓପନର ଖାତାରେ ୯୭ ରନ୍‌ ଯୋଡ଼ିଥିଲେ ।

ଇନିଂସ ଆରମ୍ଭରୁ ହିଁ ପଞ୍ଜାବ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲା । ୯ ଓଭର ୩ଟି ବଲ୍‌ରେ ଦଳୀୟ ସ୍କୋର ୯୭ ରନ୍‌ ହୋଇଥିବା ବେଳେ ଅଧିନାୟକ ମୟଙ୍କ ଅଗ୍ରୱାଲ ୫୨ ରନ୍‌ ଆଉଟ ହୋଇଥିଲେ । ଏହାପରେ ଜନି ବେୟାରଷ୍ଟୋ ଅଧିକ ସମୟ ପିଚ୍‌ରେ ବିତାଇ ପାରିନଥିଲେ । ସେ ମାତ୍ର ୧୨ କରି ପାଭେଲିୟନ ଫେରିଥିଲେ । ତେବେ ସେପଟେ ଶିଖର ଧାୱନ ଲଗାତାର ମୁମ୍ବାଇ ବୋଲରଙ୍କ ପାଇଁ ସଙ୍କଟ ସାଜିଥିଲେ । ସେ ୭୦ ରନ୍‌ କରି ଥାମ୍ପିଙ୍କ ବଲ୍‌ରେ ଆଉଟ ହୋଇଥିଲେ । ଲିଭିଂଷ୍ଟୋନ ମାତ୍ର ୨ ରନ୍‌ କରିପାରିଥିଲେ । ଶେଷ ବେଳକୁ ଜିତେଶ ଶର୍ମା ୩୦ ରନ୍‌ କରି ଦଳୀୟ ସ୍କୋର୍‌କୁ ୧୯୮କୁ ପହଞ୍ଚାଇଥିଲେ ।

ମୁମ୍ବାଇ ପକ୍ଷରୁ ବେସିଲ ଥାମ୍ପି ଦୁଇଟି ୱିକେଟ ନେଇଛନ୍ତି । ଉନାଦକଟ, ଜଶପ୍ରୀତ ବୁମ୍‌ରା ଓ ମୁରୁଗାନ ଅଶ୍ବିନ ଗୋଟିଏ ଲେଖାଏଁ ୱିକେଟ ନେବାରେ ସଫଳ ହୋଇଛନ୍ତି । ବେସିଲ ଥାମ୍ପି ସବୁଠାରୁ ମହଙ୍ଗା ବୋଲର ସାବ୍ୟସ୍ତ ହୋଇଛନ୍ତି । ଏହି ପିଚ୍‌ରେ ମୁମ୍ବାଇ ବ୍ୟାଟର କିଭଳି ବ୍ୟାଟିଂ କରିବେ ତାହାରି ଉପରେ ନଜର ରହିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.