ETV Bharat / sports

No.2 and Final: ୧୨ବର୍ଷର IPL ପରମ୍ପରା ବଜାୟ ରଖିଲା ରାଜସ୍ଥାନ ରୟାଲ୍ସ - ରୟାଲ ଚ୍ୟାଲଞ୍ଜର୍ସ ବାଙ୍ଗାଲୋର

ରାଜସ୍ଥାନ ରୟାଲ୍ସ(RR) ଆଇପିଏଲ ୨୦୨୨ର ଗ୍ରୁପ ପର୍ଯ୍ୟାୟ ପଏଣ୍ଟ ଟେବୁଲରେ ଦ୍ବିତୀୟ ସ୍ଥାନରେ ଶେଷ କରିଥିଲା । ଏଥିସହ ୧୪ ବର୍ଷ ପରେ ରାଜସ୍ଥାନ ପୁଣିଥରେ ଆଇପିଏଲ ଫାଇନାଲରେ ପ୍ରବେଶ କରିଛି । କିମ୍ବଦନ୍ତୀ କ୍ରିକେଟର ସେନ ୱାର୍ଣ୍ଣଙ୍କ ନେତୃତ୍ବରେ ବର୍ଷ ୨୦୦୮ରେ ଆଇପିଏଲର ଉଦ୍‌ଘାଟନୀ ସଂସ୍କରଣର ଟ୍ରଫି ଜିତିଥିଲା ରୟାଲ୍ସ । ଅଧିକ ପଢନ୍ତୁ

No.2 and Final: Rajasthan Royals maintain 12-year-old IPL tradition
No.2 and Final: ୧୨ବର୍ଷର IPL ପରମ୍ପରା ବଜାୟ ରଖିଲା ରାଜସ୍ଥାନ ରୟାଲ୍ସ
author img

By

Published : May 28, 2022, 5:14 PM IST

ହାଇଦ୍ରାବାଦ: ରାଜସ୍ଥାନ ରୟାଲ୍ସ ଇଣ୍ଡିଆନ ପ୍ରିମିୟର ଲିଗ(IPL) 2022ର ଫାଇନାଲରେ ପ୍ରବେଶ କରିଛି । ଜସ ବଟଲର ଚଳିତ ସଂସ୍କରଣରେ ଚତୁର୍ଥ ଶତକୀୟ ଇଂନିସ ଖେଳିବାପରେ ସଞ୍ଜୁ ସାମସନଙ୍କ ନେତୃତ୍ବାଧୀନ ରାଜସ୍ଥାନ ଟିମ, ଅହମ୍ମଦାବାଦରେ ଖେଳାଯାଇଥିବା କ୍ବାଲିଫାୟାର ମ୍ୟାଚ୍‌ରେ ୭ ୱିକେଟରେ ରୟାଲ ଚ୍ୟାଲଞ୍ଜର୍ସ ବାଙ୍ଗାଲୋରକୁ(RCB) ହରାଇ ଫାଇନାଲ ଟିକେଟ ହାସଲ କରିଛି । ରାଜସ୍ଥାନ ରୟାଲ୍ସ(RR) ଆଇପିଏଲ ୨୦୨୨ର ଗ୍ରୁପ ପର୍ଯ୍ୟାୟ ପଏଣ୍ଟ ଟେବୁଲରେ ଦ୍ବିତୀୟ ସ୍ଥାନରେ ଶେଷ କରିଥିଲା ।

ଫଳରେ ୧୨ବର୍ଷ ପୁରୁଣା ଆଇପିଏଲ ପରମ୍ପରା ବଜାୟ ରଖିବା ସହ ଇଣ୍ଡିଆନ ପ୍ରିମିୟର ଲିଗ(IPL) ଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି । ବର୍ଷ ୨୦୧୧ ସଂସ୍କରଣରେ ପ୍ରଥମ କରି ଆଇପିଏଲ ପ୍ଲେ-ଅଫ୍‌ (IPL Playoffs) ଆରମ୍ଭ ହେବାଠାରୁ ଏଯାବତ ପ୍ରତ୍ୟେକ ଥର ଲିଗ୍‌ ପର୍ଯ୍ୟାୟରେ ପଏଣ୍ଟ ଟେବୁଲର ଦ୍ବିତୀୟ ସ୍ଥାନରେ ଶେଷ କରିଥିବା ଟିମ ଫାଇନାଲରେ ପ୍ରବେଶ କରିଛି ।

ମ୍ୟାଚ୍‌ରେ ରାଜସ୍ଥାନ କ୍ୟାପଟେନ ସଞ୍ଜୁ ସାମସନ ପ୍ରଥମେ ଟସ୍‌ ଜିତି ଫିଲ୍ଡିଂ ପାଇଁ ନିଷ୍ପତ୍ତି ନେଇଥିଲେ । ଭେଟେରାନ ଟ୍ରେଣ୍ଟ ବୋଲ୍ଟ, ପ୍ରସିଦ୍ଧା କ୍ରୀଷ୍ଣା, ୟୁଜଭେନ୍ଦ୍ର ଚହଲ ଓ ରବିଚନ୍ଦ୍ରନ ଅଶ୍ବିନଙ୍କୁ ନେଇ ରୟାଲ୍ସର ଶକ୍ତିଶାଳୀ ବୋଲିଂ ଆକ୍ରମଣ ଘାତକ ପ୍ରଦର୍ଶନ ସହ ଟିମର ବିଜୟ ପାଇଁ ମୂଳଦୁଆ ପକାଇଥିଲେ । ବିରାଟ କୋହଲି, ଫାଫ ଡୁପ୍ଲେସିସ, ଗ୍ଳେନ ମାକ୍ସୱେଲ, ରଜତ ପଟିଦାର ଓ ଦିନେଶ କାର୍ତ୍ତିକଙ୍କ ପରି ବିସ୍ଫୋରକ ବ୍ୟାଟ୍‌ର ଥିବା ସତ୍ତ୍ବେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ୧୫୭/୮ରେ ସୀମିତ ରଖିଥିଲେ ରୟାଲ୍ସ ବୋଲର ।

ପରେ ଚଳିତ IPL ସଂସ୍କରଣର ସର୍ବାଧିକ ରନଂ ସଂଗ୍ରହକାରୀ ବଟଲର ୬୦ ବଲ୍‌ରୁ ଅପରାଜିତ ୧୦୬ ରନ୍‌ର ମାରାଥନ ଶତକୀୟ ମ୍ୟାଚ୍‌ ବିଜୟୀ ଇଂନିସ ଖେଳି ୨୦୦୮ ଚାମ୍ପିୟନ ରାଜସ୍ଥାନକୁ ୧୧ଟି ବଲ୍‌ ବାକିଥାଇ ବିଜୟୀ କରାଇଥିଲେ । ଫାଇନାଲରେ ଟିମ ପହଞ୍ଚିବା ପରେ ରାଜସ୍ଥାନ କ୍ୟାପଟେନ ସଞ୍ଜୁ ସାମସନ କହିଛନ୍ତି, "ପିଚ୍‌ ସାମାନ୍ୟ ପେସ୍‌ ବୋଲରଙ୍କୁ ସୁହାଇଥିଲା । ବୋଲ୍ଟ, କ୍ରୀଷ୍ଣା ଓ ଓବେଦଙ୍କ ପ୍ରଦର୍ଶନ ବେଶ ପ୍ରଶଂସନୀୟ । ଟସ୍‌ର ଭୂମିକା ଗୁରୁତ୍ବପୂର୍ଣ୍ଣ ରହିଥିଲା ଓ ଟସ୍‌ ବିଜୟ ମ୍ୟାଚ୍‌ରେ ବିଜୟ ସହଜ କରିଥିଲା । ପ୍ରଥମ ଇଂନିସ ଓ ଦ୍ବିତୀୟ ଇଂନିସ ବ୍ୟାଟିଂବେଳେ ୱିକେଟ ସଂପୂର୍ଣ୍ଣ ଭିନ୍ନ ଭୂମିକା ନିଭାଇଥିଲା ।"

ସାମସନ ଆହୁରି ମଧ୍ୟ କହିଛନ୍ତି, "ପ୍ରଥମ ଆଇପିଏଲ ସଂସ୍କରଣରେ ଯେବେ ଅତି ସାନ ଥିଲି, ସେତେବେଳେ କେରଳରେ ୧୬ବର୍ଷରୁ କମ କ୍ରିକେଟ ଖେଳୁଥିଲି । ସାଙ୍ଗମାନଙ୍କ ସହ ସେନ ୱାର୍ଣ୍ଣ ଓ ସୋହେଲ ତନଭିର ରନ୍‌ ନେବା ସହ ଖୁସିର ଆତ୍ମବିଭୋର ହୋଇଥିଲେ ଏବେବି ମଧ୍ୟ ମନେରହିଛି । ଏହା ଅନ୍ୟତମ ଅଭୁଲା ସ୍ମୃତି ହୋଇ ରହିଛି ।" ରବିବାର ଫାଇନାଲ ମୁକାବିଲା ମଙ୍ଗଳବାର ଖେଳାଯାଇଥିବା ପ୍ରଥମ କ୍ବାଲିଫାୟାର ମ୍ୟାଚ୍‌ର ରିମ୍ୟାଚ୍‌ ହେବ କାରଣ IPL ଡେବ୍ୟୁ କରିଥିବା ଗୁଜରାଟ ଟାଇଟନ୍ସ ୭ ୱିକେଟରେ ରାଜସ୍ଥାନକୁ ହରାଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.