ETV Bharat / sports

IPL 2022: ରାହୁଲଙ୍କ ବିରଳ ରେକର୍ଡ, ୪ଟି ସିଜନରେ ସର୍ବାଧିକ ରନ୍‌

author img

By

Published : May 26, 2022, 12:38 PM IST

୪ଟି ସଂସ୍କରଣରେ ୬୦୦ରୁ ଅଧିକ ରନ୍‌ ସଂଗ୍ରହ କରିବାରେ ଇଣ୍ଡିଆନ ପ୍ରିମିୟର ଲିଗ୍‌(IPL) ଇତିହାସରେ ଲକ୍ଷ୍ନୌ ସୁପରଜିଆଣ୍ଟସ(LSG) କ୍ୟାପଟେନ କେଏଲ ରାହୁଲ ହେଲେ ପ୍ରଥମ ଖେଳାଳି । ଅଧିକ ପଢନ୍ତୁ

IPL 2022:  ରାହୁଲଙ୍କ ରେକର୍ଡ, ୪ଟି ସିଜନରେ ସର୍ବାଧିକ ରନ

କୋଲକାତା: ଇଣ୍ଡିଆନ ପ୍ରିମିୟର ଲିଗ୍‌(IPL) ଇତିହାସରେ ଲକ୍ଷ୍ନୌ ସୁପରଜିଆଣ୍ଟସ(LSG) କ୍ୟାପଟେନ କେଏଲ ରାହୁଲ ୪ଟି ସଂସ୍କରଣରେ ୬୦୦ରୁ ଅଧିକ ରନ୍‌ ସଂଗ୍ରହ କରିବାରେ ପ୍ରଥମ ଖେଳାଳି ହୋଇଛନ୍ତି । ବୁଧବାରା ଇଡେନ ଗାର୍ଡେନ କୋଲକାତାରେ ଖେଳାଯାଇଥିବା ରୟାଲ ଚ୍ୟାଲଞ୍ଜର୍ସ ବାଙ୍ଗାଲୋର(RCB) ବିପକ୍ଷ ଏଲିମିନେଟର ମ୍ୟାଚ୍‌ରେ ଏହି ବିରଳ ସଫଳତା ହାସଲ କରିଛନ୍ତି ରାହୁଲ ।

ଫାଫ୍‌ ଡୁପ୍ଲେସିସଙ୍କ ନେତୃତାଧୀନ ଟିମ ବିପକ୍ଷରେ ସେ ୫୮ ବଲ୍‌ରୁ ୭୯ ରନ୍‌ର ଇଂନିସ ଖେଳି ଏହି ମାଇଲଷ୍ଟୋନକୁ ଅତିକ୍ରମ କରିଛନ୍ତି ।୨୦୨୨ ଆଇପିଏଲ ସଂସ୍କରଣରେ ଡାହାଣହାତୀ ଷ୍ଟାର ବ୍ୟାଟ୍‌ର ୧୫ଟି ମ୍ୟାଚ୍‌ରୁ ୬୬୧ ରନ୍‌ ନିଜ ନାମରେ କରିଛନ୍ତି । ଏହି ସଂସ୍କରଣ ପୂର୍ବରୁ ୨୦୨୧ ଆଇପିଏଲରେ ଶୀର୍ଷକ୍ରମ ବ୍ୟାଟ୍‌ର ୧୩ଟି ମ୍ୟାଚ୍‌ରୁ ୫୨୬ ରନ୍‌, ୨୦୨୨ ସଂସ୍କରଣରେ ୧୪ ମ୍ୟାଚ୍‌ରୁ ୬୭୦ ଓ ବିତ୍ତଶାଳୀ ଲିଗ୍‌ର ୨୦୧୮ ସଂସ୍କରଣରେ ୬୫୮ ରନ୍‌ ସଂଗ୍ରହ କରିଥିଲେ ।

ୱେଷ୍ଟଇଣ୍ଡିଜ ବ୍ୟାଟିଂ କିମ୍ବଦନ୍ତୀ କ୍ରିସ ଗେଲ୍‌ ଓ ଷ୍ଟାର ଅଷ୍ଟ୍ରେଲୀୟ ବ୍ୟାଟ୍‌ର ଡେଭିଡ ୱାର୍ଣ୍ଣର ୩ଟି ଭିନ୍ନ ଆଇପିଏଲ ସଂସ୍କରଣରେ ୬୦୦ରୁ ଅଧିକ ରନ୍‌ ସଂଗ୍ରହ କରି ତାଲିକାର ଦ୍ବିତୀୟ ସ୍ଥାନରେ ରହିଛନ୍ତି । ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପକ୍ଷରୁ ଖେଳୁଥିବାବେଳେ ଗେଲ୍‌, ୨୦୧୧, ୨୦୧୨ ଓ ୨୦୧୩ ସଂସ୍କରଣର ଆଇପିଏଲରେ ଲଗାତାର ୬୦୦ରୁ ଅଧିକ ରନ୍‌ ସଂଗ୍ରହ କରିଥିଲେ । ଅନ୍ୟପଟେ ୱାର୍ଣ୍ଣର ସନରାଇଜର୍ସ ହାଇଦ୍ରାବାଦ(SRH) କ୍ୟାପଟେନ ଥିବାବେଳେ ୨୦୧୬ରୁ ୨୦୧୯ ମଧ୍ୟରେ ଏହି ସଫଳତା ହାସଲ କରିଥିଲେ ।

ଆଇପିଏଲ ୨୦୨୨ରେ ଆଉ ମାତ୍ର ଦୁଇଟି ମୁକାବିଲା ବାକି ରହିଛି । ବୁଧବାର ଖେଳାଯାଇଥିବା ଏଲିମିନେଟର ମ୍ୟାଚ୍‌ରେ ଲକ୍ଷ୍ନୌ ସୁପରଜିଆଣ୍ଟସକୁ ହରାଇ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ରାଜସ୍ଥାନ ରୟାଲ୍ସ ସହିତ କ୍ବାଲିଫାୟର ୨ ଖେଳିବାକୁ ଅହମ୍ମଦାବାଦ ଟିକେଟ ହାସଲ କରିଛି । ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଉଭୟ କ୍ବାଲିଫାୟର ୨ ଓ ଫାଇନାଲ ମ୍ୟାଚ୍‌ ଖେଳାଯିବ । ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତାଧୀନ ନବାଗତ ଟିମ ଗୁଜରାଟ ଟାଇଟନ୍ସ(GT) ପ୍ରଥମ ଟିମ ଭାବେ ଫାଇନାଲରେ ପହଞ୍ଚିସାରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.