ETV Bharat / sports

IPL 2023: ଆଜି ରୋହିତ-କୃଣାଳ ମୁକାବିଲା - ଆଇପିଏଲ 2023

ଇଣ୍ଡିଆନ ପ୍ରିମିୟର ଲିଗରେ ଆଜି ମୁମ୍ବାଇ ଇଣ୍ଡଆନ୍ସ ଓ ଲକ୍ଷ୍ନୌ ସୁପରଜାଏଣ୍ଟସ ମଧ୍ୟରେ ମୁକାବିଲା ଅନୁଷ୍ଠିତ ହେବ । ଦ୍ବିତୀୟ ସ୍ଥାନ ହାସଲ ସ୍ବପ୍ନ ନେଇ ମୈଦାନକୁ ଓହ୍ଲାଇବ ରୋହିତବାହିନୀ । ଅଧିକ ପଢନ୍ତୁ

lucknow vs mumbai
ଆଜି ରୋହିତ-କୃନାଳ ମୁକାବିଲା
author img

By

Published : May 16, 2023, 1:31 PM IST

ନୂଆଦିଲ୍ଲୀ: ହାଇପ୍ରୋଫାଇଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଇପିଏଲ ଚଳିତ ସଂସ୍କରଣର ଲିଗ ପର୍ଯ୍ୟାୟ ଅନ୍ତିମ ଚରଣରେ ପହଞ୍ଚିଛି । ଆଜି 63ତମ ମ୍ୟାଚ ଖେଳାଯିବ । ଏଥିରେ ମୁମ୍ବାଇ ଇଣ୍ଡିଆନ୍ସ ଓ ଲକ୍ଷ୍ନୌ ସୁପରଜାଏଣ୍ଟସ ମଧ୍ୟରେ ମୁକାବିଲା ହେବ । ଘରୋଇ ଗ୍ରାଉଣ୍ଡରେ ଖେଳିବ କୃଣାଳ ପାଣ୍ଡ୍ୟାଙ୍କ ନେତୃତ୍ବାଧୀନ ଲକ୍ଷ୍ନୈ ସୁପର ଜାଏଣ୍ଟସ । ଲକ୍ଷ୍ନୌକୁ ତାର ଘରୋଇ ମୈଦାନରେ ମାତ ଦେଇ ଟେବୁଲ ଦ୍ବିତୀୟ ସ୍ଥାନକୁ ଉଠିବାକୁ ପ୍ରୟାସ କରିବ ରୋହିତବାହିନୀ । ଲକ୍ଷ୍ନୌ ମଧ୍ୟ ମୁମ୍ବାଇ ବିପକ୍ଷରେ ବିଜୟ ହାସଲ କରି ଶ୍ରେଷ୍ଠ ଦ୍ବିତୀୟ ସ୍ଥାନରେ ରହିବାକୁ ଚେଷ୍ଟା କରିବ ।

MI VS LSG: ଚଳିତ ସିଜନରେ ଦୁଇ ଦଳର ଏହା ପ୍ରଥମ ମୁକାବିଲା । ମୁମ୍ବାଇ ଓ ଲକ୍ଷ୍ନୌ ମଧ୍ୟରେ ମୋଟ 2ଟି ମ୍ୟାଚ ଖେଳାଯାଇଛି । 2ଟି ଯାକ ମ୍ୟାଚକୁ ଜିତି ନେଇଥିଲା ଲକ୍ଷ୍ନୌ । ପୂର୍ବ ସିଜନରେ ମୁମ୍ବାଇ ଲକ୍ଷ୍ନୌ ବିପକ୍ଷରେ 2ଟି ଯାକ ମ୍ୟାଚ ହାରିଥିଲା । ମୁମ୍ବାଇ ବିପକ୍ଷରେ ଲକ୍ଷ୍ନୌର ପଲ୍ଲା ଭାରି ରହିଛି । ମାତ୍ର ଆଜିର ମୁକାବିଲାରେ ପୁରୁଣା ହିସାବ ବରାବର କରିବାକୁ ପ୍ରୟାସ କରିବ ମୁମ୍ବାଇ । ପୂର୍ବ ପରାଜୟର ପ୍ରତିଶୋଧ ନେବାକୁ ଲକ୍ଷ୍ୟ ରଖିଛି ଆଇପିଏଲର ସବୁଠୁ ସଫଳ ଦଳ ମୁମ୍ବାଇ ଇଣ୍ଡିଆନ୍ସ । ଚଳିତ ସିଜନରେ ମୁମ୍ବାଇ ଆରମ୍ଭରୁ ଧିମା ପଡିଥିଲା ମାତ୍ର ଜବରଦସ୍ତ କମ୍‌ବ୍ୟାକ କରି ଟେବୁଲ ତୃତୀୟ ସ୍ଥାନରେ ରହିଛି । ଆଜି ଲକ୍ଷ୍ନୌକୁ ହରାଇ ଦ୍ବିତୀୟ ସ୍ଥାନକୁ ଉଠିବାକୁ ପ୍ରୟାସ କରିବ । ମୁମ୍ବାଇର ସୂର୍ଯ୍ୟକୁମାର ଯାଦବ ଫୁଲ୍‌ ଫର୍ମରେ ଅଛନ୍ତି । ଆଜି ତାଙ୍କ ଉପରେ ସମସ୍ତଙ୍କ ନଜର ରହିବ । ମୁମ୍ବାଇ ଏଯାବତ 12ଟି ମ୍ୟାଚ ଖେଳି 7ଟିରେ ବିଜୟ ହାସଲ କରିଛି ।

ଏହା ବି ପଢନ୍ତୁ...IPL 2023: କୁକୁର କାମୁଡାର ଶିକାର ଅର୍ଜୁନ ତେନ୍ଦୁଲକର

ସେପଟେ ମୁମ୍ବାଇ ବିପକ୍ଷରେ ବିଜୟଧାରା ଜାରି ରଖିବାକୁ ଚେଷ୍ଟା କରିବ ଲକ୍ଷ୍ନୌ । ଆହତ ପାଇଁ ଅଧିନାୟକ ରାହୁଲ ଦଳକୁ ବାଦ ପଡିଛନ୍ତି । ତାଙ୍କ ସ୍ଥାନରେ କୃଣାଳଙ୍କ ହାତରେ ଦଳର କମାଣ ରହିଛି ତାଙ୍କ ନେତୃତ୍ବରେ ଲକ୍ଷ୍ନୌ ହାଇଦ୍ରାବାଦ ବିପକ୍ଷରେ ବିଜୟ ହାସଲ କରିଥିଲା । ଏବେଯାଏଁ ଦଳ 12ଟି ମ୍ୟାଚ ଖେଳି 6ଟି ଜିତିିଛି । କୃଣାଳଙ୍କ ନେତୃତ୍ବରେ ଦଳର ବିଜୟଧାରା ବଜାୟ ରହୁଛି କି ନାହିଁ ତାହା ଉପରେ ନଜର । ରବି ବିଷ୍ଣୋଇ ସୂର୍ଯ୍ୟକୁମାରଙ୍କୁ ଅଟକାଇବାରେ ଯଥେଷ୍ଟ ସଫଳ ହୋଇଛନ୍ତି ତେଣୁ ଆଜି ତାଙ୍କ ଉପରେ ନଜର ରହିବ ।

ଏହା ବି ପଢନ୍ତୁ...FIH Pro League: 24 ଜଣିଆ ଭାରତୀୟ ଦଳ ଘୋଷଣା, ଓଡ଼ିଶାରୁ ଏକମାତ୍ର ଅମିତ

MI ସମ୍ଭାବ୍ୟ ଏକାଦଶ: ଇଶାନ କିଷନ, ରୋହିତ ଶର୍ମା(ଅଧିନାୟକ), ସୂର୍ଯ୍ୟକୁମାର ଯାଦବ, କାମରେନ ଗ୍ରୀନ, ତିଳକ ବର୍ମା, ନିହାଲ ୱାଧେରା, ଟିମ ଡେଭିଡ, ପିୟୂଷ ଚୱାଲା, ଦ୍ରିତିତ ସୋକିନ, ଜୋଫ୍ଲା ଆର୍ଚର, ଅର୍ସଦ ଖାନ ।

LSG ସମ୍ଭାବ୍ୟ ଏକାଦଶ: କେଲି ମେୟର୍ସ, କ୍ବିଣ୍ଟନ ଡି କକ୍, କରୁଣ ନାଏର, କୃଣାଳ ପାଣ୍ଡ୍ୟା(ଅଧିନାୟକ), ମାର୍କସ ଷ୍ଟଇନିସ, ନିକୋଲାସ ପୂରନ, ଆୟୁଷ ବଦୋନି, କେ ଗୋଥାମ, ଅମିତ ମିଶ୍ରା, ରବି ବିଷ୍ଣୋଇ, ଆଭେଶ ଖାନ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.