ETV Bharat / sports

IPL 2023 MI vs KKR: ମହିଳାଙ୍କ ନାଁରେ ଗୋଟିଏ ମ୍ୟାଚ୍‌, WPL ଜର୍ସି ପିନ୍ଧି ମୈଦାନରେ ମୁମ୍ବାଇ ଖେଳାଳି - ଆଇପିଏଲ ୨୦୨୩

କୋଲକାତା ବିପକ୍ଷରେ ମୁମ୍ବାଇ ଇଣ୍ଡିଆନ୍ସ ମହିଳା ଦଳର ଜର୍ସି ପିନ୍ଧି ଖେଳୁଛି ପୁରୁଷ ଦଳ । ଶିକ୍ଷା ଓ ଖେଳରେ ମହିଳା ଓ ପୁରୁଷଙ୍କ ସମାନତା ବାର୍ତ୍ତା ବାଣ୍ଟିବା ପାଇଁ ପାଳନ କରୁଛି ESA Day । ଅଧିକ ପଢ଼ନ୍ତୁ

WPL ଜର୍ସି ପିନ୍ଧି ମୈଦାନରେ ମୁମ୍ବାଇ ଖେଳାଳି
WPL ଜର୍ସି ପିନ୍ଧି ମୈଦାନରେ ମୁମ୍ବାଇ ଖେଳାଳି
author img

By

Published : Apr 16, 2023, 6:50 PM IST

ମୁମ୍ବାଇ: ଆଇପିଏଲ ୨୦୨୩ରେ ଆଜି ୨୨ତମ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ମୁମ୍ବାଇ ଇଣ୍ଡିଆନ୍ସ ଓ କୋଲକାତା ନାଇଟ ରାଇଡର୍ସ । ତେବେ ଏହି ମ୍ୟାଚ୍‌ରେ ଏକ ଗୁରୁତ୍ୱପୂର୍ଣ୍ଣ ଅଭିଯାନ ସହ ମୈଦାନକୁ ଓହ୍ଲାଇଛି ମୁମ୍ବାଇ ଇଣ୍ଡିଆନ୍ସ ଟିମ । ଆଜିର ଦିନକୁ 'ESA Day' ଭାବେ ପାଳନ କରୁଛନ୍ତି ମୁମ୍ବାଇ ଖେଳାଳି । ESA ହେଉଛି Education and Sports for All । ଅର୍ଥାତ ଶିକ୍ଷା ଓ ଖେଳ ସମସ୍ତଙ୍କ ପାଇଁ । ସମାଜରେ ମହିଳା ଓ ପୁରୁଷଙ୍କ ମଧ୍ୟରେ ସମାନତାର ବାର୍ତ୍ତା ବାଣ୍ଟିବା ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ମହିଳା ପ୍ରିମିୟର ଲିଗର ଜର୍ସି ପିନ୍ଧି ଖେଳିଛନ୍ତି ମୁମ୍ବାଇ ଖେଳାଳି । ତେବେ ଏହି ସ୍ବତନ୍ତ୍ର ଅଭିଯାନରେ ଦଳ ସହ ୱାଙ୍ଖେଡେ ଷ୍ଟାଡିୟମରେ ଯୋଡ଼ି ହୋଇଛନ୍ତି ମୁମ୍ବାଇ ମହିଳା ଦଳର କ୍ୟାପ୍ଟେନ ହରମନପ୍ରୀତ କୌର ।

ଆଜିର ମ୍ୟାଚ୍‌ରେ ପ୍ରଥମ ଇନିଂସରେ ଚୂଡ଼ାନ୍ତ ଏକାଦଳରେ ସ୍ଥାନ ପାଇନଥିଲେ ରୋହିତ ଶର୍ମା । ଯେଉଁଥି ପାଇଁ ଏହି ମ୍ୟାଚ୍‌ରେ ସୂର୍ଯ୍ୟକୁମାର ଯାଦବ ଆଜିର ମ୍ୟାଚ୍‌ରେ ଅଧିନାୟକ ପଦ ସମ୍ଭାଳିଥିଲେ । ତେବେ ପ୍ରଥମେ ଟସ୍‌ ପଡ଼ିବା ସମୟରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ସହ ମହିଳା ଦଳର କ୍ୟାପ୍ଟେନ ହରମନପ୍ରୀତ କୌରଙ୍କୁ ମୈଦାନରେ ଦେଖିବାକୁ ମିଳିଥିଲା । ତେବେ ଏହି ସ୍ବତନ୍ତ୍ର ଅଭିଯାନ ଅବସରରେ ମୁମ୍ବାଇ ଇଣ୍ଡିଆନ୍ସ ମ୍ୟାନେଜମେଣ୍ଟ ପକ୍ଷରୁ ୩୬ NGOରୁ ୧୯ ହଜାର ଝିଅଙ୍କୁ ଆଜିର ମ୍ୟାଚ୍‌ ଦେଖିବା ପାଇଁ ନିମନ୍ତ୍ରଣ କରାଯାଇଛି । ଏହା ସହିତ ନିକଟରେ ମହିଳା ପ୍ରିମିୟର ଲିଗରେ ଚାମ୍ପିୟନ ହୋଇଥିବା ମୁମ୍ବାଇ ଇଣ୍ଡିଆନ୍ସ ମହିଳା ଦଳକୁ ମଧ୍ୟ ଏହି ମ୍ୟାଚ୍‌ ଦେଖିବାକୁ ନିମନ୍ତ୍ରଣ କରାଯାଇଛି । ଏମାନେ ମୁମ୍ବାଇ ଇଣ୍ଡିଆନ ଜର୍ସିରେ ଦଳକୁ ସମର୍ଥନ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...IPL 2023: କୋହଲି- ଗାଙ୍ଗୁଲିଙ୍କ ଭିତରେ ସବୁକିଛି ଠିକ୍‌ ତ ? ମ୍ୟାଚ୍‌ ପରେ ହାତ ବି ମିଳାଇଲେନି

ତେବେ ମହିଳା ଦଳର ଅଧିନାୟିକା ହରମନପ୍ରୀତ କୌରଙ୍କର ପଡ଼ିଆ ମଧ୍ୟରେ ଉପସ୍ଥିତି ଏହି ଅଭିଯାନର ଏକ ଅଂଶ ରହିଥିଲା । ଯେଉଁଥିପାଇଁ ହରମନପ୍ରୀତଙ୍କୁ ଆଜି ଟସ ପଡ଼ିବା ସମୟରେ ସୂର୍ଯ୍ୟକୁମାର ଯାଦବଙ୍କ ସହ ପଡ଼ିଆ ମଧ୍ୟରେ ଦେଖିବାକୁ ମିଳିଥିଲା । ପ୍ରକାଶ ଥାଉକି, ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ପ୍ରତିବର୍ଷ ଆଇପିଏଲରେ ବିଭିନ୍ନ NGOରୁ ଅସହାୟ ପିଲାମାନଙ୍କୁ ଗୋଟିଏ ମ୍ୟାଚ ଦେଖିବା ପାଇଁ ନିମନ୍ତ୍ରଣ କରାଯାଇଥାଏ । ତେବେ ଚଳିତ ଥର ଜିର ମ୍ୟାଚ୍‌କୁ ଛୋଟ ଝିଅ ମାନଙ୍କୁ ପ୍ରେରଣା ଦେବା ପାଇଁ ଉତ୍ସର୍ଗୀକୃତ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.