ETV Bharat / sports

IPL 2023 LSG vs SRH: ହାଇଦ୍ରାବାଦର ପରାଜୟ ଧାରା ଜାରି, 5 ୱିକେଟରେ ଜିତି ଟେବୁଲ ଟପର ଲକ୍ଷ୍ନୌ - ଆଇପିଏଲ 2023

ଆଇପିଏଲ 2023ର ଦଶମ ମ୍ୟାଚକୁ 5 ୱିକେଟରେ ଜିତି ନେଇଛି ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ । ହାଇଦ୍ରାବଦକୁ କ୍ରମାଗତ ଦ୍ବିତୀୟ ପରାଜୟ ମିଳିଥିବାବେଳେ ଦ୍ବିତୀୟ ମ୍ୟାଚ ଜିତି ପଏଣ୍ଟ ଟେବୁଲର ଶୀର୍ଷକୁ ଉନ୍ନୀତ ହୋଇଛି ଲକ୍ଷ୍ନୌ । ଅଧିକ ପଢ଼ନ୍ତୁ

IPL 2023 LSG vs SRH
IPL 2023 LSG vs SRH
author img

By

Published : Apr 8, 2023, 12:32 AM IST

ଲକ୍ଷ୍ନୌ: ଜାରି ରହିଥିବା ଆଇପିଏଲ 2023ର ଦଶମ ମ୍ୟାଚ୍‌ରେ ମଧ୍ୟ ବିଜୟର ସ୍ବାଦ ଚାଖି ପାରିଲାନି ହାଇଦ୍ରାବାଦ । ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭରରେ ମାତ୍ର 120 ରନ ସଂଗ୍ରହ କରିଥିଲା ଦଳ । ଯାହା ପ୍ରଥମ ବିଜୟ ପାଇଁ ପର୍ଯ୍ୟାପ୍ତ ନଥିଲା । ତେବେ ପୂର୍ବ ମ୍ୟାଚ୍‌ ହାରି ମୈଦାନକୁ ଆସିଥିବା ଲକ୍ଷ୍ନୌ ଆଜି ଘରୋଇ ଗ୍ରାଉଣ୍ଡରେ ଚଳିତ ସଂସ୍କରଣର ଦ୍ବିତୀୟ ବିଜୟ ହାସଲ କରିଛି । 5 ୱିକେଟରେ ଜିତି ପଏଣ୍ଟ ଟେବୁଲର ଶୀର୍ଷକୁ ଉନ୍ନୀତ ହୋଇଛି ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ । ତେବେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ କୃଣାଲ ପାଣ୍ଡ୍ୟା ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି ।

ପ୍ରଥମେ ଟସ ଜିତି ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଥିଲେ ହାଇଦ୍ରାବାଦ ଅଧିନାୟକ ଏଡେନ ମାର୍କ୍ରମ । ତେବେ ଦଳ ପାଇଁ ଆରମ୍ଭ ସେତେ ଭଲ ହୋଇନଥିଲା । ଲଗାତାର ଖରାପ ପ୍ରଦର୍ଶନ କରୁଥିବା ମୟଙ୍କ ଅଗ୍ରୱାଲ ଆଜିର ମ୍ୟାଚ୍‌ରେ ମଧ୍ୟ ଲୟ ଖୋଜି ପାରି ନଥିଲେ । କେବଳ 8 ରନ କରି ସେ ପାଭିଲିୟନ ଫେରିଥିଲେ । ଏହାପରେ ଅନ୍ୟତମ ପ୍ରାରମ୍ଭିକ ବ୍ୟାଟର ଅନମୋଲପ୍ରିତ ସିଂହ ଓ ରାହୁଲ ତ୍ରିପାଠୀଙ୍କ ମଧ୍ୟରେ ଭଲ ଭାଗିଦାରୀ ଦେଖିବାକୁ ମିଳିଥିଲା । କିନ୍ତୁ ଦଳୀୟ ସ୍କୋର କେବଳ 50 ରନ ହୋଇଥିବା ବେଳେ ପାଭିଲିୟନ ଫେରିଥିଲେ ଅନମୋଲପ୍ରିତ । ସେ 26 ବଲ ଖେଳିଥିବା ବେଳେ 3 ଚୌକା ଓ ଗୋଟିଏ ଛକା ବଳରେ 31 ରନ ସଂଗ୍ରହ କରିଥିଲେ । ଏହାପରେ ଚଳିତ ସଂସ୍କରଣର ପ୍ରଥମ ମ୍ୟାଚ୍‌ ଖେଳୁଥିବା ଅଧିନାୟକ ମାର୍କ୍ରମଙ୍କୁ ଖାତା ଖୋଲିବାକୁ ଦେଇନଥିଲେ ଲକ୍ଷ୍ନୌ ଅଲରାଉଣ୍ଡର କୃଣାଲ ପାଣ୍ଡ୍ୟା । ହ୍ୟାରୀ ବ୍ରୁକ ମଧ୍ୟ କେବଳ 3 ରନ କରି ପାଭିଲିୟନ ଫେରିଥିଲେ । ତେବେ ଭଲ ଫର୍ମରେ ନଜର ଆସୁଥିବା ରାହୁଲ ତ୍ରିପାଠୀ ୟଶ ଠାକୁରଙ୍କ ବଲରେ ଶିକାର ହୋଇଥିଲେ । ସେ ଦଳ ପାଇଁ ସର୍ବାଧିକ 41 ବଲ ଖେଳି 35 ରନ ସଂଗ୍ରହ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ୱାଶିଂଟନ ସୁନ୍ଦର 16 ରନ ସଂଗ୍ରହ କରିଥିବା ବେଳେ ଅବଦୁଲ ସମଦ 10 ବଲରୁ ଅପରାଜିତ 21 ରନ ସଂଗ୍ରହ କରିଛନ୍ତି । ଫଳରେ ନିର୍ଦ୍ଧାରିତ 20 ଓଭରରେ 8 ୱିକେଟ ହରାଇ ଦଳ କେବଳ 121 ରନରେ ସୀମିତ ରହିଯାଇଥିଲା ।

ସେପଟେ ଲକ୍ଷ୍ନୌ ପକ୍ଷରୁ ଶୃଙ୍ଖଳିତ ବୋଲିଂ ଦେଖିବାକୁ ମିଳିଥିଲା । ଦଳ ପକ୍ଷରୁ ସ୍ପିନର କୃଣାଲ ପାଣ୍ଡ୍ୟା 4 ଓଭରରେ ମାତ୍ର 18 ରନ ବ୍ୟୟ କରି ସର୍ବାଧିକ 3ଟି ୱିକେଟ ହାତେଇଥିଲେ । ସେହିଭଳି ଅନୁଭବୀ ସ୍ପିନର ଅମିତ ମିଶ୍ରା 4 ଓଭର ବୋଲିଂ କରି 23 ରନ ବ୍ୟୟରେ 2ଟି ୱିକେଟ ନେଇଥିଲେ । ୟଶ ଠାକୁର ଓ ରବି ବିଷ୍ଣୋଇଙ୍କୁ ଗୋଟିଏ ଲେଖାଏଁ ୱିକେଟ ମିଳିଥିଲା ।

ଏହାପରେ ଚଳିତ ସଂସ୍କରଣର ଦ୍ବିତୀୟ ବିଜୟ ପାଇଁ ମାତ୍ର 122 ରନର ଟାର୍ଗେଟ ନେଇ ଘରୋଇ ଗ୍ରାଉଣ୍ଡରେ ମୈଦାନକୁ ଓହ୍ଲାଇଥିଲା ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ । ପୂର୍ବ ମ୍ୟାଚ ଗୁଡ଼ିକରେ ଭଲ ପ୍ରଦର୍ଶନ ଜାରି ରଖିଥିବା କାୟଲ ମାୟର୍ସ ଆଜି କେବଳ 13 ରନ କରି ପାଭିଲିୟନ ଫେରିଥିଲେ । ଏହାପରେ ଦୀପକ ହୁଡ୍ଡା 7 ରନ କରି ଆଦିଲ ରସିଦଙ୍କ ଶିକାର ହୋଇଥିଲେ । ଏହାପରେ ଅଧିନାୟକ ରାହୁଲ ଓ କୃଣାଲ ପାଣ୍ଡ୍ୟାଙ୍କ ମଧ୍ୟରେ ଭଲ ଭାଗିଦାରୀ ଦେଖିବାକୁ ମିଳିଥିଲା । ତେବେ ରାହୁଲ 31 ବଲରୁ 35 ରନ କରିଥିବା ବେଳେ ପାଣ୍ଡ୍ୟା 23 ବଲରୁ 34 ରନ କରି ଆଉଟ ହୋଇଥିଲେ । ଷ୍ଟୋଇନିସ ଓ ପୁରନଙ୍କ ଅପରାଜିତ 10 ଓ 11 ରନର ଭାଗୀଦାରି ବଳରେ ଲକ୍ଷ୍ନୌ ଆଜିର ମ୍ୟାଚ 5 ୱିକେଟରେ ଜିତି ନେଇଛି ।

ଅନ୍ୟପଟେ ହାଇଦ୍ରାବାଦ ବୋଲରଙ୍କ ପକ୍ଷରୁ ଆଜି ଶୃଙ୍ଖଳିତ ବୋଲିଂ ଦେଖିବାକୁ ମିଳିଥିଲା । ଆଦିଲ ରସିଦ ଆଜି 3 ଓଭର ବୋଲିଂ କରି 23 ରନ ବ୍ୟୟରେ ଦଳ ପାଇଁ ସର୍ବାଧିକ 2ଟି ୱିକେଟ ହାସଲ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଭୁବନେଶ୍ବର କୁମାର, ଫଜଲହକ ଫାରୁକି ଓ ଉମ୍ରାନ ମଲିକ ଗୋଟିଏ ଲେଖାଏଁ ସଫଳତା ପାଇଥିଲେ । ଫଳରେ 114 ରନ ସୁଦ୍ଧା ଲକ୍ଷ୍ନୌ 5 ୱିକେଟ ହରାଇ ଦେଇଥିଲା । କିନ୍ତୁ 122 ରନର ବିଜୟ ଲକ୍ଷ୍ୟକୁ ସହଜରେ ଜିତି ନେଇଥିଲା ରାହୁଲ ବାହିନୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.