ETV Bharat / sports

IPL 2023: ପୁଅ ପାଇଁ ଭାବପୂର୍ଣ୍ଣ ପୋଷ୍ଟ, IPL ଖେଳିଥିବା ପ୍ରଥମ ପିତା-ପୁତ୍ର ଯୋଡ଼ି ସଚିନ-ଅର୍ଜୁନ - ଅର୍ଜୁନ ତେନ୍ଦୁଲକର

ମହାନ କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ଶନିବାର କୋଲକାତା ବିପକ୍ଷରେ ଆଇପିଏଲରେ ପଦାର୍ପଣ କରିଛନ୍ତି । ଏହି ସ୍ବତନ୍ତ୍ର ଦିନରେ ସଚିନ ତେନ୍ଦୁଲକର ଅର୍ଜୁନଙ୍କ ପାଇଁ ସୋସିଆଲ ମିିଡିଆରେ ସ୍ପେଶାଲ ପୋଷ୍ଟ ଲେଖିଛନ୍ତି । ଅଧିକ ପଢନ୍ତୁ

Arjun Tendulkar IPL Debut
ପଦାର୍ପଣ କଲେ ସଚିନଙ୍କ ପୁଅ ଅର୍ଜୁନ
author img

By

Published : Apr 17, 2023, 11:48 AM IST

ନୂଆଦିଲ୍ଲୀ: ମାଷ୍ଟର ବ୍ଲାଷ୍ଟର ତଥା ମହାନ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ପୁଅ ଆଇପିଏଲରେ ପଦାର୍ପଣ କରିଛନ୍ତି । ଆଇପିଏଲ 16 ତମ ସଂସ୍କରଣରେ କୋଲକାତା ନାଇଟ ରାଇଡର୍ସ ବିପକ୍ଷ ମ୍ୟାଚ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ପଦାର୍ପଣ ମ୍ୟାଚ ଖେଳିଛନ୍ତି ଅର୍ଜୁନ ତେନ୍ଦୁଲକର । ସବୁଠୁ ବଡ କଥା ହେଉଛି IPLରେ ସମାନ ଦଳ ପାଇଁ ଖେଳିବାରେ ସଚିନ ଓ ଅର୍ଜନ ପ୍ରଥମ ବାପା-ପୁଅ । 2008ରେ ସଚିନ ତେନ୍ଦୁଲକର ମୁମ୍ବାଇ ଇଣ୍ଡିଆନ୍ସ ଦଳରୁ ପ୍ରତିନିଧିତ୍ବ କରିଥିଲେ । ଅର୍ଜୁନଙ୍କ ଆଇପିଏଲ ପଦାର୍ପଣ ପରେ ସୋସିଆଲ ମିଡିଆରେ ସଚିନ ତେନ୍ଦୁଲକର ତାଙ୍କ ପାଇଁ ଭାବପୂର୍ଣ୍ଣ ପୋଷ୍ଟ କରି ଶୁଭେଚ୍ଛା ଜଣାଇଛନ୍ତି ।

ଏହା ବି ପଢନ୍ତୁ...IPL 2023: ରାଜସ୍ଥାନ ରାଜୁତି, 3 ୱିକେଟରେ ହାରିଲା ଗୁଜୁରାଟ

ଅର୍ଜୁନଙ୍କ ପାଇଁ ଦିନଟି ଖୁବ ସ୍ମରଣୀୟ ଥିଲା । ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟର ରୋହିତ ଶର୍ମା ଟସ୍‌ ପୂର୍ବରୁ ଅର୍ଜୁନଙ୍କୁ କ୍ୟାପ ପ୍ରଦାନ କରିଥିଲେ । ନୂଆ ବଲରେ ତାଙ୍କୁ ବୋଲିଂ ଆରମ୍ଭ କରିବାର ସୁଯୋଗ ମିଳିଥିଲା । 2 ଓଭର ବୋଲିଂ କରି ଅର୍ଜୁନ 17 ରନ ଦେଇଥିଲେ । ୱିକେଟ ନେବାରେ ସଫଳ ହୋଇନଥିଲେ ସୁଦ୍ଧା ତାଙ୍କ ପାଖରେ ବୋଲିଂ ଦକ୍ଷତା ଥିବା ପ୍ରମାଣ କରିଥିଲେ । ବାମହାତୀ ବୋଲର ଅର୍ଜୁନ ପ୍ରଥମ ଓଭରରେ 5 ରନ ଦେଇଥିଲେ । ଅର୍ଜୁନଙ୍କ ପ୍ରଥମ ମ୍ୟାଚ ହୋଇଥିବାରୁ ଷ୍ଟାଡିୟମରେ ତାଙ୍କ ଭଉଣୀ ସାରା ତେନ୍ଦୁଲକର ସମର୍ଥନ କରୁଥିବା ଦେଖିବାକୁ ମିଳିଥିଲା । ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ୨୦୦୯ ମସିହାରେ କୋଲକାତା ବିପକ୍ଷରେ ବୋଲିଂ କରିଥିଲେ ସଚିନ ତେନ୍ଦୁଲକର । ପ୍ରଥମ ଓଭରରେ ସେ ୫ ରନ୍‌ ବ୍ୟୟ କରିଥିଲେ । ଗତକାଲିର ମ୍ୟାଚ୍‌ରେ ବି ଅର୍ଜୁନ ପ୍ରଥମ ଓଭରରେ ୫ ରନ୍‌ ଖର୍ଚ୍ଚ କରିଥିଲେ ।

ଅର୍ଜୁନଙ୍କ IPL ପଦାର୍ପଣ ନେଇ ସ୍ପେଶାଲ ପୋଷ୍ଟ କରିଚନ୍ତି ବାପା ସଚିନ ତେନ୍ଦୁଲକର । ସଚିନ ଟ୍ବିଟ କରି ଲେଖିଛନ୍ତି, "ଅର୍ଜୁନ ଆଜି ତୁମେ କ୍ରିକେଟର ଭାବେ ଏକ ଗୁୁରୁତ୍ବପୂର୍ଣ୍ଣ ପାହାଚ ଚଢିଛ । ତୁମ ବାପା ହିସାବରେ ଯିଏ ତୁମକୁ ଭଲ ପାଏ ଏବଂ ଖେଳ ପ୍ରତି ଆଗ୍ରହୀ ମୁଁ ଜାଣେ ତୁମେ ଖେଳକୁ ସମ୍ମାନ ଦେବ ଏବଂ ଖେଳ ବି ତୁମକୁ ଭଲ ପାଇବ । ଏହି ସ୍ଥାନରେ ପହଞ୍ଚିବାକୁ ତୁମେ କଠିନ ପରିଶ୍ରମ କରିଛ । ମୁଁ ନିଶ୍ଚିନ୍ତ ଯେ ତୁମେ ଏହା ଆଗକୁ ଜାରି ରଖିବ । ଏହା ଏକ ସୁନ୍ଦର ଯାତ୍ରାର ଆରମ୍ଭ ।"

  • You have worked very hard to reach here, and I am sure you will continue to do so. This is the start of a beautiful journey. All the best! 👍💙 (2/2)

    — Sachin Tendulkar (@sachin_rt) April 16, 2023 " class="align-text-top noRightClick twitterSection" data=" ">

ଏହା ବି ପଢନ୍ତୁ...IPL 2023 MI vs KKR: ଆୟରଙ୍କ ଶତକ ସତ୍ତ୍ବେ ହାରିଲା କୋଲକାତା, ମୁମ୍ବାଇର ଦ୍ବିତୀୟ ବିଜୟ

15 ବର୍ଷ ତଳେ ଆରମ୍ଭ ହୋଇଥିବା ଇଣ୍ଡିଆନ ପ୍ରିମିୟର ଲିଗରେ ମୁମ୍ବାଇ ଇଣ୍ଡିଆନ୍ସର ନେତୃତ୍ବ ନେଇଥିଲେ ସଚିନ ତେନ୍ଦୁଲକର । 2013 ସିଜନ ପରେ ସେ ଅବସର ନେଇଥିଲେ । ଏବେ ଆଇପିଏଲରେ ପଦାର୍ପଣ କରିଛନ୍ତି ସଚିନଙ୍କ ପୁଅ ଅର୍ଜୁନ ତେନ୍ଦୁଲକର । ସଚିନ ତେନ୍ଦୁଲକର ଓ ଅର୍ଜୁନ ତେନ୍ଦୁଲକର ପ୍ରଥମ ପିତା ପୁତ୍ର ଯିଏକି ଆଇପିଏଲରେ ସମାନ ଦଳ ପାଇଁ ଡେବ୍ୟୁ ମ୍ୟାଚ ଖେଳିଛନ୍ତି ।

  • Arjun, today you have taken another important step in your journey as a cricketer. As your father, someone who loves you and is passionate about the game, I know you will continue to give the game the respect it deserves and the game will love you back. (1/2) pic.twitter.com/a0SVVW7EhT

ପ୍ରକାଶଥାଉ କି, ଚଳିତ ସଂସ୍କରଣରେ କୋଲକାତା ନାଇଟ ରାଇଡର୍ସକୁ 5 ୱିକେଟରେ ପରାସ୍ତ କରିଛି ମୁମ୍ବାଇ ଇଣ୍ଡିଆନ୍ସ । ଚଳିତ ସିଜନରେ ଏହା ମୁମ୍ବାଇର ଦ୍ବିତୀୟ ବିଜୟ । ଏ ପର୍ଯ୍ୟନ୍ତ ଦଳ ମୋଟ 4ଟି ମ୍ୟାଚ ଖେଳି 2ଟିରେ ବିଜୟ ହାସଲ କରିଛି । 4 ପଏଣ୍ଟ ସହ ପଏଣ୍ଟ ଟେବୁଲ ଅଷ୍ଟମ ସ୍ଥାନରେ ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.