ମୁମ୍ବାଇ: IPLର ଅଷ୍ଟମ ମୁକାବିଲାରେ କୋଲକାତା ନାଇଟ ରାଇଡର୍ସ ୬ୱିକେଟରେ ବିଜୟୀ ହୋଇଛି । ୧୩୮ ରନ୍ର ବିଜୟ ଲକ୍ଷ୍ୟକୁ ୧୪.୩ ଓଭରରେ ହାସଲ କରିନେଇଛି KKR । ଫଳରେ ଶ୍ରେୟସ ଆୟରଙ୍କ ଟିମ ଗୁରୁତ୍ବପୂର୍ଣ୍ଣ ଦୁଇ ପଏଣ୍ଟ ହାସଲ କରିଛି । ଅଲରାଉଣ୍ଡର ଆନ୍ଦ୍ରେ ରସେଲ ୩୧ ବଲ୍ରୁ ଧୁଆଁଧାର ୭୦ ରନ୍ର ମ୍ୟାଚ୍ ବିଜୟୀ ଇଂନିସ ଖେଳିଥିଲେ। ରସେଲଙ୍କ ଏହି ମାରଥାନ ଇଂନିସରେ ୨ଟି ଚୌକା ଓ ୮ଟି ଛକା ସାମିଲ ରହିଛି । କ୍ୟାପଟେନ୍ ଶ୍ରେୟସ ଆୟର ୨୬ ଓ ସାମ୍ ବିଲିଙ୍ଗ୍ସ ୨୪ ରନ୍ର ଉପଯୋଗୀ ଇଂନିସ ଖେଳିଥିଲେ ।
ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ପଞ୍ଜାବ କିଙ୍ଗ୍ସ ୧୩୭ ରନ୍ରେ ଅଲଆଉଟ୍ ହୋଇଥିଲା । ଏପରିକି କୋଲକାତାର ଘାତକ ବୋଲିଂକୁ ସାମ୍ନା କରି ନପାରି ସଂପୂର୍ଣ୍ଣ ୨୦ ଓଭର ଖେଳିପାରିନଥିଲା । ଭେଟେରାନ ଦ୍ରୁତ ବୋଲର ଉମେଶ ଯାଦବ ୪ ଓଭରରେ ମାତ୍ର ୨୩ ରନ୍ ବ୍ୟୟ କରି ୪ଟି ୱିକେଟ ଅକ୍ତିଆର କରିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ