ପୁନେ: ଇଣ୍ଡିଆନ ପ୍ରିମିୟର ଲିଗ(IPL) ୨୦୨୨ରେ ଆଜି ରହିଛି ଦୁଇଟି ମୁକାବିଲା । ପ୍ରଥମ ମ୍ୟାଚ୍ ମୁମ୍ବାଇ ଇଣ୍ଡିଆନ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଉଥିବାବେଳେ ଦ୍ବିତୀୟ ମ୍ୟାଚ୍ ଦିଲ୍ଲୀ କ୍ୟାପିଟାଲ୍ସ ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ରହିଛି । ଗୁଜରାଟର ପ୍ରଥମ ମ୍ୟାଚ୍ ଦ୍ବିତୀୟ ନୂଆ ଟିମ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ ସହିତ ରହିଥିଲା, ଯେଉଁଥିରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଟିମ ଲକ୍ଷ୍ନୌକୁ ହରାଇଥିଲା । ମାତ୍ର ଇଣ୍ଡିଆନ ପ୍ରିମିୟର ଲିଗ(IPL)ରେ ଟାଇଟନ୍ସ ଟିମର ଅସଲ ପରୀକ୍ଷା ଆଜି ସନ୍ଧ୍ୟାରେ(ଶନିବାର) ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚ୍ରେ ହେବ । ଗୁଜରାଟ ଓ ଦିଲ୍ଲୀ ଆଇପିଏଲର ପଞ୍ଚଦଶ ସଂସ୍କରଣରେ ନିଜର ଅଭିଯାନ ବିଜୟରୁ ଆରମ୍ଭ କରିଥିଲେ । ଫଳରେ MCA ଷ୍ଟାଡିୟମରେ ଉଭୟ ଟିମର ଲକ୍ଷ୍ୟ ବିଜୟ ଉପରେ ରହିବ । ଲୁଙ୍ଗି ନିଙ୍ଗିଡି, ମୁସ୍ତାଫିଜୁର ରେହମାନ ଓ ସର୍ଫରାଜ ଖାନ ଆସିବାପରେ ଦିଲ୍ଲୀର ବ୍ୟାଟିଂ ଓ ବୋଲିଂ ଅଧିକ ଶକ୍ତିଶାଳୀ ହେବ । ଏହି ତିନି ଖେଳାଳି ନିଜର ତିନିଦିନିଆ ବାଧ୍ୟତାମୂଳକ କ୍ବାରେଣ୍ଟିନ ଶେଷ କରିସାରିଛନ୍ତି ।
ଦିଲ୍ଲୀ ପ୍ରଥମ ମ୍ୟାଚ୍ରେ ଲକ୍ଷ୍ନୌ ବିପକ୍ଷରେ ୫ ୱିକେଟରେ ବିଜୟୀ ହୋଇ ଟୁର୍ଣ୍ଣାମେଣ୍ଟର କୌଣସି ବି ଟିମକୁ ହରାଇବାର କ୍ଷମତା ଥିବା ପ୍ରମାଣ କରିଛି । ଏପରି ସ୍ଥିତିରେ ପାଞ୍ଚ ଥର ଚାମ୍ପିୟନ ରହିସାରିଥିବା ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇଥିଲେ ମଧ୍ୟ ଗୁଜରାଟକୁ ହାଲୁକା ଭାବେ ନେବ ନାହିଁ ଦିଲ୍ଲୀ । ଅନ୍ୟପଟେ ମାଥ୍ୟୁ ୱେଡ୍ ଓ ଶୁଭମନ ଗିଲ୍ଙ୍କ ଓପନିଂ ଯୋଡି ଉପରେ ପୁଣିଥିରେ ସମସ୍ତଙ୍କ ନଜର ରହିବ ।
ସ୍କ୍ବାଡ୍:
ଦିଲ୍ଲୀ କ୍ୟାପିଟାଲ୍ସ: ଋଷଭ ପନ୍ତ(କ୍ୟାପଟେନ୍), ଅକ୍ଷରକ ପଟେଲ, ପୃଥ୍ବୀ ଶ, ଆନରିଚ ନୋର୍କିଆ, ଡେଭିଡ ୱାର୍ଣ୍ଣର, ମିଚେଳ ମାର୍ଶ, ଶାର୍ଦ୍ଦୁଳ ଠାକୁର, ମୁସ୍ତାଫିଜୁର ରେହମାନ, କୁଲଦୀପ ଯାଦବ, ଅଶ୍ବିନ ହେମ୍ବାର, ଅଭିଶେକ ଶର୍ମା, କମଲେଶ ନାଗରକୋଟି, କେଏସ ଭରତ, ମନଦୀପ ସିଂହ, ଖଲିଲ ଅହମ୍ମଦ, ଚେତନ ସକାରିୟା, ଲଳିତ ଯାଦବ, ରିପଲ ପଟେଲ, ୟଶ ଧୂଲ, ରୋଭମନ ପାୱେଲ, ପ୍ରବୀଣ ଦୁବେ, ଲୁଙ୍ଗି ନିଙ୍ଗିଡି, ଭିକି ଔସ୍ତୱାଲ ଓ ସର୍ଫରାଜ ଖାନ୍ ।
ଗୁଜରାଟ ଟାଇଟନ୍ସ: ହାର୍ଦ୍ଦିକ ପାଣ୍ଡ୍ୟା(କ୍ୟାପଟେନ୍), ରସିଦ ଖାନ, ଶୁଭମଲ ଗିଲ୍, ମହମ୍ମଦ ଶାମି, ଲୋକି ଫର୍ଗୁସନ, ଅଭିନବ ସଦରଙ୍ଗାନୀ, ରାହୁଲ ତେୱାତିଆ, ନୂର ଅହମ୍ମଦ, ସାଇ କିଶୋର,ବିଜୟ ଶଙ୍କର, ଜୟନ୍ତ ଯାଦବ, ଡୋମିନିକ ଡ୍ରେକ୍ସ, ଦର୍ଶନ ନାଲକାଣ୍ଡେ, ୟଶ ଦୟାଲ, ଆଲଜରୀ ଜୋସେଫ, ପ୍ରଦୀପ ସାଙ୍ଗୱାନ, ଡେଭିଡ ମିଲର, ଋଦ୍ଧିମାନ ଶାହା, ମାଥ୍ୟୁ ୱେଡ୍, ବରୁଣ ଆରୁନ ଓ ବିସାଇ ସୁଦର୍ଶନ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ