ETV Bharat / sports

IPL 2021: ଦିଲ୍ଲୀକୁ ୧୫୪ ରନ୍‌ରେ ରୋକିଲା ରାଜସ୍ଥାନ

author img

By

Published : Sep 25, 2021, 6:03 PM IST

ଆଇପିଏଲର ୩୬ତମ ମ୍ୟାଚ୍‌ରେ ପ୍ରଥମ ବ୍ୟାଟିଂ କରି ଦିଲ୍ଲୀ କ୍ୟାପିଟାଲ୍ସ ୧୫୪ ରନ୍‌ ସଂଗ୍ରହ କରିଛି । ଫଳରେ ରାଜସ୍ଥାନ ସାମ୍ନାରେ ୧୫୫ ରନ୍‌ର ବିଜୟ ଲକ୍ଷ୍ୟ ରହିଛି । ଅଧିକ ପଢନ୍ତୁ...

IPL 2021: Rajasthan Royals elect to field against Delhi Capitals
IPL 2021: ଦିଲ୍ଲୀକୁ ୧୫୪ ରନ୍‌ରେ ରୋକିଲା ରାଜସ୍ଥାନ

ଆବୁଧାବି: ଆଇପିଏଲର ୩୬ତମ ମ୍ୟାଚ୍‌ ରାଜସ୍ଥାନ ରୟାଲ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଉଛି । ଆବୁଧାବିର ଶୈଖ ଜାଏଦ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ପ୍ରଥମ ବ୍ୟାଟିଂ କରି ଦିଲ୍ଲୀ କ୍ୟାପିଟାଲ୍ସ ୧୫୪ ରନ୍‌ ସଂଗ୍ରହ କରିଛି । ଫଳରେ ରାଜସ୍ଥାନ ସାମ୍ନାରେ ୧୫୫ ରନ୍‌ର ବିଜୟ ଲକ୍ଷ୍ୟ ରହିଛି ।

ଦଳ ପକ୍ଷରୁ ଶ୍ରେୟସ ଆୟର ୩୨ ବଲ୍‌ରୁ ଗୋଟିଏ ଚୌକା ଓ ୨ଟି ଛକା ସହିତ ୪୩ ରନ୍‌ର ଇଂନିସ ଖେଳିଛନ୍ତି । କ୍ୟାପଟେନ ଋଷଭ ପନ୍ତ ୨୪, ସିମ୍ରନ ହେଟମେୟର ୨୮ ଓ ଲଳିତ ଯାଦବ ୧୪ ରନ୍‌ର ଉପଯୋଗୀ ଯୋଗଦାନ କରିଛନ୍ତି । ଦୁଇ ଓପନର ପୃଥ୍ବୀ ଶ ଓ ଶିଖର ଧାୱନ ନିରାଶ କରିଛନ୍ତି ।

ରାଜସ୍ଥାନ ପକ୍ଷରୁ ମୁସ୍ତାଫିଜୁର ରେହମାନ ଓ ଚେତନ ସକାରିୟା ୨ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ । ସେହିପରି କାର୍ତ୍ତିକ ତ୍ୟାଗୀ ଓ ରାହୁଲ ତେୱାତିଆଙ୍କୁ ଗୋଟିଏ ୱିକେଟ ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.