ହାଇଦ୍ରାବାଦ: ଖୁବ୍ ଶୀଘ୍ର ଇଂଲଣ୍ଡରୁ ଫେରିବେ ଭାରତୀୟ ଟେଷ୍ଟ କ୍ରିକେଟ ଟିମ୍ । ସେଠାରୁ ଆସିବା ପରେ ସମସ୍ତଙ୍କୁ ୬ ଦିନ କ୍ବାରେଣ୍ଟାଇନରେ ରଖିବାକୁ କହିଛି ବିସିସିଆଇ । ତେବେ କ୍ବାରେଣ୍ଟାଇନ ସରିବା ପରେ ଆଇପିଏଲ ପାଇଁ ଅଭ୍ୟାସ ଆରମ୍ଭ ହେବ ।
ବୋର୍ଡ ଅଫ୍ କଣ୍ଟ୍ରୋଲ୍ ଫର୍ କ୍ରିକେଟ୍ ଇନ୍ ଇଣ୍ଡିଆ (ବିସିସିଆଇ) ସମସ୍ତ ଫ୍ରାଞ୍ଚାଇଜ୍କୁ ନିର୍ଦ୍ଦେଶ ଦେଇଛି ଯେ, ବ୍ରିଟେନରୁ ଆସୁଥିବା ପ୍ରତ୍ୟେକ ଖେଳାଳିଙ୍କୁ IPL 2021 ପୁନଃ ସଂସ୍କରଣରରେ ଯୋଗଦେବା ପୂର୍ବରୁ କ୍ବାରେଣ୍ଟାଇନରେ ରଖାଯିବ ।
ମଞ୍ଚେଷ୍ଟରରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଅନ୍ତିମ ଟେଷ୍ଟ ବାତିଲ ହେବା ସମସ୍ତ ଖେଳାଳିଙ୍କୁ ଭାରତ ପ୍ରତ୍ୟାବର୍ତ୍ତନ ପାଇଁ ନିଷ୍ପତ୍ତି ହୋଇଛି ।
@ANI