ETV Bharat / sports

'ମୁମ୍ବାଇ ଇଣ୍ଡିଆନ୍ସରେ ଖେଳିବା ପରେ ବଢ଼ିଥିଲେ ପ୍ରଶଂସକ'

"ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳିବା ପରେ ଫ୍ୟାନବେସ୍‌ ବଢ଼ିଲା ।" ଏହା କହିଛନ୍ତି ସଦ୍ୟ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଥିବା ୟର୍କର କିଙ୍ଗ୍‌ ଲସିଥ ମାଲିଙ୍ଗା । ଅଧିକ ପଢ଼ନ୍ତୁ...

author img

By

Published : Sep 19, 2021, 9:51 PM IST

'ମୁମ୍ବାଇ ଇଣ୍ଡିଆନ୍ସରେ ଖେଳିବା ପରେ ବଢ଼ିଥିଲେ ପ୍ରଶଂସକ'
'ମୁମ୍ବାଇ ଇଣ୍ଡିଆନ୍ସରେ ଖେଳିବା ପରେ ବଢ଼ିଥିଲେ ପ୍ରଶଂସକ'

ନୂଆଦିଲ୍ଲୀ: "ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳିବା ପରେ ଫ୍ୟାନବେସ୍‌ ବଢ଼ିଲା ।" ଏହା କହିଛନ୍ତି ସଦ୍ୟ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଥିବା ୟର୍କର କିଙ୍ଗ୍‌ ଲସିଥ ମାଲିଙ୍ଗା । ଗତ ସପ୍ତାହରେ ହିଁ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଥିଲେ ଲସିଥ୍‌ ମାଲିଙ୍ଗା । ୨୦୧୯ରେ ଶେଷ ଥର ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳି ଦଳକୁ ଚମ୍ପିଆନ୍‌ କରାଇଥିଲେ ମାଲିଙ୍ଗା । ଶେଷ ବଲରେ ମ୍ୟାଚ ବିଜୟୀ ହୋଇଥିଲା ମୁମ୍ବାଇ ଇଣ୍ଡିଆନ୍ସ । ଯାହାଫଳରେ ଚେନ୍ନାଇ ସୁପରକିଙ୍ଗ୍ସ ଚମ୍ପିଆନ ହୋଇ ପାରିନଥିଲା ।

ଏହାକୁ ନେଇ ଲସିଥ ମାଲିଙ୍ଗା କହିଛନ୍ତି ଯେ, "ମୁଁ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳୁଥିଲି । ଯାହାଫଳରେ ଭାରତ ସହ ବିଶ୍ବ ବିଭିନ୍ନ କୋଣରେ ମୋର ପ୍ରଶଂସକ ବଢ଼ିବାରେ ଲାଗିଲେ । ମୁଁ ଭାବୁଛି ଫ୍ରାଞ୍ଚାଇଜି କ୍ରିକେଟ ଖେଳିବା ବା ଖାସ୍‌ କରି ଆଇପିଏଲ ଖେଳିବା ପ୍ରତି ଯୁବ କ୍ରିକେଟରଙ୍କ ସ୍ବପ୍ନ । ଏଥିପାଇଁ ମୁମ୍ବାଇ ଇଣ୍ଡିଆନ୍ସ ସହ ବିତାଇଥିବା ମୋର ସ୍ମୃତିକୁ ମୁଁ ବାଣ୍ଟିବାକୁ ଚାହୁଁଛି । ଏହି ଟିମ୍‌ରେ ବହୁ ଅଭିଜ୍ଞ ସପୋର୍ଟ ଷ୍ଟାଫ୍‌ ରହିଛନ୍ତି ।"

ମାଲିଙ୍ଗା କିଭଳି ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ସାମିଲ ହେଲେ ତାହାକୁ ନେଇ ମଧ୍ୟ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, "2008 ମସିହାରେ ପ୍ରଥମ ଥର ପାଇଁ ମୁଁ ମୋ ମ୍ୟାନେଜରଠାରୁ ଏକ କଲ୍‌ ପାଇଥିଲି । ସେ କହିଲେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳିବା ପାଇଁ ମୋତେ ସୁଯୋଗ ମିଳିଛି । ସେହି ଦଳରେ ପୂର୍ବରୁ ଦୁଇ ଜଣ ଶ୍ରୀଲଙ୍କା ଖେଳାଳି ସାମିଲ ଥିବା ସୂଚନା ଦେଇଥିଲେ । ଏହାପରେ ସେ ମୁକେଶ ଅମ୍ବାନୀ ଓ ନୀତା ଅମ୍ବାନୀଙ୍କ ବିଷୟରେ ମଧ୍ୟ କହିଥିଲେ । ସେହି ସମୟରେ ଅନ୍ତର୍ଜାତୀୟ କ୍ରିକେଟରେ ମୋର କେବଳ ୪ ବର୍ଷର ଅଭିଜ୍ଞତା ଥିଲା । କିନ୍ତୁ ଏହି ଦଳରେ ଥିବା ଅଭିଜ୍ଞ ଖେଳାଳିଙ୍କଠାରୁ ମୋତେ ବହୁତ କିଛି ଶିଖିବାକୁ ମିଳିଥିଲା ।"

୨୦୧୪ ମସିହାରେ ଶ୍ରୀଲଙ୍କା ଟି-୨୦ ବିଶ୍ବକପ ଚମ୍ପିଆନ୍‌ ହୋଇଥିଲା । ଏହି ଦଳର ଅଧିନାୟକ ଥିଲେ ଲସିଥ୍‌ ମାଲିଙ୍ଗା । ୨୦୦୪ ମସିହାରେ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ମ୍ୟାଚ୍‌ରେ ଡେବ୍ୟୁ କରିଥିଲେ ମାଲିଙ୍ଗା । ସେହି ସମୟରେ ସେ ଦିନିକିଆରେ ମଧ୍ୟ ଡେବ୍ୟୁ କରିଥିଲେ । ଏହାପରେ ୨୦୦୬ ମସିହାରେ ସେ ଟି-୨୦ରେ ଡେବ୍ୟୁ କରିଥିଲେ । ସେ ୧୦୭ଟି ଟି-୨୦ ୱିକେଟ ହାସଲ କରିଛନ୍ତି । ଗତ ମଙ୍ଗଳବାର ସେ ସମସ୍ତ ଫର୍ମାଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.