ETV Bharat / sports

IPL ଆଚାର ସଂହିତାର ଉଲ୍ଲଂଘନ ପରେ କ୍ଷମା ମାଗିଲେ ଦିନେଶ କାର୍ତ୍ତିକ - ଆଇପିଏଲ ୨୦୨୧

ଆଇପିଏଲ ଆଚାର ସଂହିତାର ଉଲ୍ଲଂଘନ ପାଇଁ ହଟ୍ଟହଟ୍ଟା କୋଲକାତା ନାଇଟ ରାଇଡର୍ସର ପୂର୍ବତନ କ୍ୟାପଟେନ ତଥା ୱିକେଟ କିପର ବ୍ୟାଟ୍ସମ୍ୟାନ ଦିନେଶ କାର୍ତ୍ତିକ । ଅଧିକ ପଢନ୍ତୁ...

IPL 2021 Reprimanded Dinesh karthik
ଆଇପିଏଲ ଆଚାର ସଂହିତାର ଉଲ୍ଲଘନ ପରେ କ୍ଷମା ମାଗିଲେ ଦିନେଶ କାର୍ତ୍ତିକ
author img

By

Published : Oct 14, 2021, 5:14 PM IST

ଶାରଜାହ: କୋଲକାତା ନାଇଟ ରାଇଡର୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ IPL 2021 ଟୁର୍ଣ୍ଣାମେଣ୍ଟର ଦ୍ବିତୀୟ କ୍ବାଲିଫାୟର ମୁକାବିଲାରେ ଦିଲ୍ଲୀ ବିପକ୍ଷରେ ରୋମାଞ୍ଚକ ବିଜୟ ହାସଲ କରିଛି କୋଲକାତା । ଏଥିସହ ଟିମ ଫାଇନାଲରେ ପହଞ୍ଚିଯାଇଛି । ୨୦୧୪ ପରେ KKR ଟିମ ୭ ବର୍ଷ ପରେ ଆଇପିଏଲ ଫାଇନାଲରେ ପ୍ରବେଶ କରିଛି । ତେବେ ଏହି ବିଜୟ ପରେ ମଧ୍ୟ କୋଲକାତା ନାଇଟ ରାଇଡର୍ସର ପୂର୍ବତନ କ୍ୟାପଟେନ ତଥା ୱିକେଟ କିପର ବ୍ୟାଟ୍ସମ୍ୟାନ ଦିନେଶ କାର୍ତ୍ତିକଙ୍କ ପାଇଁ କିଛି ଠିକ୍‌ ରହିନଥିଲା । ପ୍ରଥମେ ତ ବିନା କୌଣସି ରନ୍‌ କରି ପାଭିଲିୟନ ଫେରିବାକୁ ପଡିଥିଲା ଓ ଏହାପରେ ଆଇପିଏଲ ଆଚାର ସଂହିତାର ଉଲ୍ଲଂଘନ ପାଇଁ ହଟ୍ଟହଟ୍ଟା ମଧ୍ୟ ହେବାକୁ ପଡିଛି ।

ମ୍ୟାଚ୍‌ର ୧୮ତମ ଓଭରରେ କାର୍ତ୍ତିକ ବ୍ୟାଟିଂ କରିବାକୁ ଆସିଥିଲେ ଓ ୩ଟି ବଲ୍‌ ଖେଳିବା ପରେ ବିନା କୌଣସି ରନ୍‌ ସଂଗ୍ରହ କରି ରବାଡାଙ୍କ ବଲ୍‌ରେ ବୋଲ୍ଡ ହୋଇଯାଇଥିଲେ । ଏପରି ଆଉଟ୍‌ ହେବାପରେ ନିଜ ରାଗ ଉପରୁ ନିୟନ୍ତ୍ରଣ ହରାଇଥିଲେ ଓ ଷ୍ଟମ୍ପ୍‌କୁ ହଟାଇବାକୁ ପ୍ରୟାସ କରୁଥିବା ନଜର ଆସିଥିଲେ ।

ଏହାପରେ ଜଣ ଅଧିକାରୀ ଏହି ମାମଲାରେ ବୟାନ ଦେଇଥିଲେ ଯେ, କାର୍ତ୍ତିକ ଆଇପିଏଲର ଲେଭଲ ୧ ନିୟମ ୨.୨କୁ ଗ୍ରହଣ କରିଛନ୍ତି । ଲେଭଲ ୧ 'କୋଡ୍‌ ଅଫ୍‌ କଣ୍ଡକ୍ଟ'ର ଉଲଂଘନ ପାଇଁ ମ୍ୟାଚ୍‌ ରେଫ୍ରୀଙ୍କ ନିଷ୍ପତ୍ତି ଶେଷ ନିଷ୍ପତ୍ତି ହୋଇଥାଏ ।

ଏହି ଗୁରୁତ୍ବପୂର୍ଣ୍ଣ ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମେ ବ୍ୟାଟିଂ କରିବା ସହ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ ହରାଇ ୧୩୫ ରନ୍‌ ସଂଗ୍ରହ କରିଥିଲା । ଏହାପରେ କଡା ସଂଘର୍ଷପୂର୍ଣ୍ଣ ମୁକାବିଲାରେ KKR ଟିମ ୧୯.୫ ଓଭରରେ ୭ ୱିକେଟ ହରାଇ ୧୩୬ ରନ୍‌ ସଂଗ୍ରହ କରିବା ସହ ବିଜୟୀ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.