ETV Bharat / sports

ଧାୱନଙ୍କ ଧୂଆଁଧାର ବ୍ୟାଟିଂ; 6 ୱିକେଟରେ କିଙ୍ଗସକୁ ହରାଇଲା କ୍ୟାପିଟାଲ୍ସ

author img

By

Published : Apr 19, 2021, 7:21 AM IST

ଆଇପିଏଲ 11ତମ ଲିଗ ମୁକାବିଲାରେ ପଞ୍ଜାବ କିଙ୍ଗସକୁ ଧରଶାୟୀ କରିଛି ଦିଲ୍ଲୀ କ୍ୟାପିଟାଲ୍ସ । 6 ୱିକେଟରେ କିଙ୍ଗସକୁ ହରାଇଛି କ୍ୟାପିଟାଲ୍ସ । ଅଧିକ ପଢନ୍ତୁ...

ଧାୱନ ଧମାକା
ଧାୱନ ଧମାକା

ମୁମ୍ବାଇ: ୱାଙ୍ଖଡେରେ ଚମକିଲେ ଧାୱନ । ଆଇପିଏଲ 11ତମ ଲିଗ ମୁକାବିଲାରେ ପଞ୍ଜାବ କିଙ୍ଗସକୁ ଧରଶାୟୀ କରିଛି ଦିଲ୍ଲୀ କ୍ୟାପିଟାଲ୍ସ । ଧାୱନଙ୍କ ଧୂଆଁଧାର ବ୍ୟାଟିଂ ବଳରେ ପୁଣି ଥରେ ବିଜୟ ଧାରାକୁ ଫେରିଛି ଦିଲ୍ଲୀ । 6 ୱିକେଟରେ କିଙ୍ଗସକୁ ହରାଇଛି କ୍ୟାପିଟାଲ୍ସ ।

ପ୍ରଥମେ ଟସ ଜିତି ଦିଲ୍ଲୀ କ୍ଯାପିଟାଲ୍ସ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା । ପଞ୍ଜାବ କିଙ୍ଗସର ଦୁଇ ଓପନର ମୟଙ୍କ ଅଗ୍ରୱାଲ ଓ ରାହୁଲ ଚମତ୍କାର ବ୍ୟାଟିଂ କରିଥିଲେ । ଉଭୟ ଦମଦାର ବ୍ୟାଟିଂ କରି ଦଳୀୟ ସ୍କୋରକୁ ଦ୍ରୁତ ଗତିରେ ଆଗେଇ ନେଇଥିଲେ । 15 ଓଭର ବେଳକୁ ପଞ୍ଜାବ 140 ରନ ସଂଗ୍ରହ କରି ସାରିଥିଲା । ଏବି ଯୋଡିକୁ ଭାଙ୍ଗିବା ପାଇଁ ଦିଲ୍ଲୀ ଜୋରଦାର ପ୍ରସ୍ତୁତି କରିଥିଲା । ହେଲେ ଦିଲ୍ଲୀକୁ ସୁଫଳ ମିଳି ନ ଥିଲା । 25 ବଲରେ ମୟଙ୍କ ଅଗ୍ରୱାଲ ଅର୍ଦ୍ଧଶତକ ହାସଲ କରି ସାରିଥିଲେ । ଉଭୟ ବ୍ୟାଟ୍ସମ୍ୟାନ ପ୍ରଥମ ୱିକେଟରେ 122ରନ ସଂଗ୍ରହ କରିଥିଲା । ରାହୁଲ ମଧ୍ୟ ଆକ୍ରାତ୍ମକ ସଟ ଖେଳି ଅର୍ଦ୍ଧଶତକ ହାସଲ କରିଥିଲେ । ଦଳୀୟ ସ୍କୋର 141 ହୋଇଥିବା ବେଳେ ରାହୁଲ ଏକାକୀ 61 ରନ କରି ରାବାଡାଙ୍କ ବଲରେ ଆଉଟ ହୋଇଥିଲେ । ପରେ ପରେ କିଙ୍ଗସଙ୍କ ରନରେ ସାମାନ୍ୟ ବ୍ରେକ ଲାଗିଥିଲା । 20 ଓଭରରେ କିଙ୍ଗସ 195 ରନ କରି କ୍ୟାପିଟାଲ୍ସକୁ 196 ରନର ଟାର୍ଗେଟ ଦେଇଥିଲା ।

196 ରନ ବିଜୟ ଲକ୍ଷ୍ୟ କରି ପଡିଆକୁ ଓହ୍ଲାଇଥିଲା କ୍ୟାପିଟାଲ୍ସର ଦୁଇ ଓପନର ପୃଥୀ ଶ' ଓ ଶିଖର ଧାୱନ । ଦୁଇ ଓପନରଙ୍କର ଧୂଆଁଧାର ବ୍ୟାଟିଂରେ 59 ରନ ଭାଗିଦାରୀ ସଂଗ୍ରହ ହୋଇଥିଲା । ଶ' 17 ଟି ବଲରୁ 32 ରନ କରି ପ୍ରଥମେ ଆଉଟ ହୋଇଥିଲେ । ପରବର୍ତ୍ତୀ ବ୍ୟାଟ୍ସମ୍ୟାନ ଷ୍ଟିଭେନ ସ୍ମିଥ ମାତ୍ର 9 ରନ କରି ପାଭିଲିୟନ ଫେରିଥିଲେ । ମାତ୍ର ଧାୱନଙ୍କ ଧମାକାକୁ ରୋକିବା କିଙ୍ଗସ ପକ୍ଷେ ସମ୍ଭବ ହୋଇ ନଥିଲା । ପଡିଆର ସବୁ ଦିଗକୁ ଛକା ଚୌକା ମାରି ପଞ୍ଜାବ ବୋଲକଙ୍କୁ ହଲଚଲ ଦେଇଥିଲେ ଧାୱନ । ରିଶଭ ପନ୍ତଙ୍କ ସହିତ ସେ ତୃତୀୟ ୱିକେଟରେ 45 ରନ ଯୋଡି ଥିଲେ । 14 ଓଭର ସୁଦ୍ଧା ଦିଲ୍ଲୀ 143ରନ କରି ମାତ୍ର 2 ୱିକେଟ ହରାଇଥିଲା । ବାକି 6 ଓଭରରେ ବିଜୟ ପାଇଁ 53 ରନର ଆବଶ୍ୟକତା ଥିବା । ଧାୱନ ଶତକ ହାସଲ କରିବାର ନିକଟତର ହେଉଥିଲେ । ଝେଡ ରିଚାର୍ଡସନ 15ତମ ଓଭରରେ ଧାୱନଙ୍କ ବୋଲ୍ଡ କରିଥିଲେ । ଧାୱନ 49 ବଲରେ 92 ରନ ହାସଲ କରିଥିଲେ । ଏହା ପରେ 24 ବଲରେ 36 ରନର ଆବଶ୍ୟକତା ଥିଲା । 17ତମ ଓଭରରେ ମହମ୍ମଦ ସାମି 20 ରନ କରିଥିଲେ । 18ତମ ଓଭରର ପ୍ରଥମ ବଲରେ ପନ୍ତ 15 ରନ କରି ଆଉଟ ହୋଇଥିଲେ ।

ପରେ ବିଜୟ ପାଇଁ 12ଟି ବଲରେ 8 ରନର ଆବଶ୍ୟକତା ଥିଲା । 19 ତମ ଓଭରର ପ୍ରଥମ ଦୁଇ ବଲରେ ମାର୍କସ ଷ୍ଟଇନିସ୍ ଓ ଲଳିତ ଯାଦବ ଆବଶ୍ୟକ ରନ ସଂଗ୍ରହ କରି ନେଇଥିଲେ । ଧାୱନଙ୍କ ବ୍ୟାଟିଂ ଆଗରେ ପଞ୍ଜାବର ଅଧିନାୟକ ରାହୁଲଙ୍କ ଦମଦାର ବ୍ୟାଟିଂ ଫିକା ପଡିଯାଇଥିଲା । 6 ୱିକେଟରେ ପଞ୍ଜାବକୁ ହରାଇ ମ୍ୟାଚ କବଜା କରିନେଇଛି ଦିଲ୍ଲୀ । 11ତମ ଲିଗକୁ ମିଶାଇ ପଞ୍ଜାବର ଲାଗାତାର ତୃତୀୟ ପରାଜୟ ହୋଇଛି ।

ବ୍ୟୁରେ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.