ETV Bharat / sports

IPL 2022: ଆଇପିଏଲ ସମର, ମୁମ୍ବାଇ ବିପକ୍ଷରେ KKR ପାଇଁ କର ବା ମର ମ୍ୟାଚ୍‌ - ଆଜି କୋଲକାତା ବନାମ ମୁମ୍ବାଇ ମୁକାବିଲା

ଆଜି (ସୋମବାର) ଆଇପିଏଲର 56 ତମ ଲିଗ ମ୍ୟାଚ ଖେଳାଯିବ । ଏଥିରେ ମୁମ୍ବାଇ ଇଣ୍ଡିଆନ୍ସ ଓ କୋଲକାତା ନାଇଟ ରାଇଡର୍ସ ପରସ୍ପରକୁ ଭେଟିବେ । ଅଧିକ ପଢନ୍ତୁ

ଆଜି କୋଲକାତା ବନାମ ମୁମ୍ବାଇ ମୁକାବିଲା
ଆଜି କୋଲକାତା ବନାମ ମୁମ୍ବାଇ ମୁକାବିଲା
author img

By

Published : May 9, 2022, 1:19 PM IST

ମୁମ୍ବାଇ: ଚଳିତ ଆଇପିଏଲ ଟୁର୍ଣ୍ଣାମେଣ୍ଟର(IPL 2022) 56ତମ ମ୍ୟାଚ୍‌ ମୁମ୍ବାଇ ଇଣ୍ଡିଆନ୍ସ ଓ କୋଲକାତା ନାଇଟ ରାଇଡର୍ସ (KKR) ମଧ୍ୟରେ ଖେଳାଯିବ । କୋଲକାତା ପାଇଁ ଆଜିର ମ୍ୟାଚ ବେଶ ଗୁରୁତ୍ବପୂର୍ଣ୍ଣ ରହିଛି । ପ୍ଲେ-ଅଫ୍‌ ଖେଳିବା ଆଶା ଉଜ୍ଜିବୀତ ରଖିବାକୁ ମୁମ୍ବାଇ ବିପକ୍ଷ ମ୍ୟାଚ୍‌ KKR ପାଇଁ କର ବା ମର ସଦୃଶ୍ୟ ହୋଇଛି । ଅନ୍ୟପଟେ ପ୍ଲେ-ଅଫରୁ ବାଦ ପଡିଥିବା ମୁମ୍ବାଇ, ଅନ୍ୟ ଟିମର ପ୍ଲେ-ଅଫ ସମୀକରଣକୁ ବିଗାଡିବା ସହ ପଏଣ୍ଟ ତାଲିକାର ଶେଷ ସ୍ଥାନରୁ ଉପରକୁ ଉଠିବା ଲକ୍ଷ୍ୟରେ ରହିଛି ।

ଦୁଇ ଦଳ ମଧ୍ୟରେ ଅନୁଷ୍ଠିତ ପ୍ରଥମ ମୁକାବିଲାରେ କୋଲକାତା ଦମଦାର ବିଜୟ ହାସଲ କରିଥିଲା । କମିନ୍ସଙ୍କ ଦ୍ରୁତତମ ଅର୍ଦ୍ଧଶତକ କୋଲକାତାକୁ ବିଜୟୀ କରିଥିଲା । ଆଜିର ମ୍ୟାଚକୁ ଜିତି ପୂର୍ବ ପରାଜୟର ପ୍ରତିଶୋଧ ନେବା ଲକ୍ଷ୍ୟରେ ରହିବ ମୁମ୍ବାଇ ଇଣ୍ଡିଆନ୍ସ । ବର୍ତ୍ତମାନ ସୁଦ୍ଧା ମୁମ୍ବାଇ 10ଟି ମ୍ୟାଚ ଖେଳି 2ଟିରେ ବିଜୟ ହାସଲ କରିଛି । 4 ପଏଣ୍ଟ ସହ ଟେବୁଲ ଶେଷରେ ରହିଛି ଦଳ ।

ସେପଟେ କୋଲକାତା ଭଳ ଆରମ୍ଭ କରିଥିଲେ ମଧ୍ୟ ପରେ ପରେ ଦଳର ପ୍ରଦର୍ଶନ ଅବନତି ଘଟିଥିଲା । ଏବେ ସୁଦ୍ଧା ଦଳ 11ଟି ମ୍ୟାଚ ଖେଳି 4ଟିରେ ବିଜୟ ହାସଲ କରି ପଏଣ୍ଟ ଟେବୁଲ ନବମ ସ୍ଥାନରେ ରହିଛି । ଦଳର ଓପନିଂ ବିଭାଗ ବିଫଳ ହେବା ଦଳର ପରାଜୟର କାରଣ ପାଲଟିଛି । ଫର୍ମ ହରାଇଥିବା କମିନ୍ସ ଚୁଡାନ୍ତ ଏକାଦଶରୁ ବାଦ ପଡିଛନ୍ତି । ଭେଙ୍କଟେଶ ଆୟର ମଧ୍ୟ ବିଫଳ ହୋଇଛନ୍ତି । ଫଳରେ ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍‌ରେ କୋଲକାତାର ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.