ମୁମ୍ବାଇ: ଚଳିତ ଆଇପିଏଲ ଟୁର୍ଣ୍ଣାମେଣ୍ଟରେ ସୁପରସନଣ୍ଡେରେ ରହିଛି ଦୁଇଟି ମୁକାବିଲା । ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ (IPL 2022) 62ତମ ମ୍ୟାଚ ଚେନ୍ନାଇ ସୁପରକିଙ୍ଗ୍ସ ଓ ଗୁଜୁରାଟ ଟାଇଟନ୍ସ ମଧ୍ୟରେ ଖେଳାଯିବ । ସେହିପରି 63 ତମ ଲିଗ ମ୍ୟାଚ୍ ଲକ୍ଷ୍ନୌ ସୁପରଜିଆଣ୍ଟ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯିବ । ସୁପକକିଙ୍ଗ୍ସ ପ୍ଲେ-ଅଫ ଦୌଡରୁ ବାଦ ପଡିସାରିଛି । ଆଜି କେବଳ ସମ୍ମାନ ପାଇଁ ଟାଇଟନ୍ସ ସହ ଖେଳିବ CSK । ସେପଟେ ଟାଇଟନ୍ସ ପ୍ରଥମ ଦଳ ଭାବେ 18 ପଏଣ୍ଟ ସହ ପ୍ଲେ-ଅଫରେ ପ୍ରବେଶ କରି ସାରିଛି । ଆଜିର ମ୍ୟାଚ୍ ଜିତି ପ୍ରଥମ ସ୍ଥାନକୁ ବଜାୟ ରଖିବାକୁ ଲକ୍ଷ୍ୟରେ ରହିଛି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ GT ।
ଟାଇଟନ୍ସ ଚୁଡାନ୍ତ ଏକାଦଶରେ ପରିବର୍ତ୍ତନର ସମ୍ଭାବନା କମ ରହିଛି । ଗୁଜୁରାଟ ତାର ଶେଷ ମ୍ୟାଚରେ ଲକ୍ଷ୍ନୌକୁ ହରାଇ ପ୍ଲେ-ଅଫ୍ ଟିକେଟ ହାତେଇଥିଲା । ସୁପରକିଙ୍ଗ୍ସ ଏକାଦଶରେ କିଛି ପରିବର୍ତ୍ତନ କରିପାରେ । ଆଇପିଏଲରୁ ବାଦ ପଡିଛନ୍ତି ଅଲରାଉଣ୍ଡର ଜାଡେଜା । ଆଜି କିଛି ଯୁବ ଖେଳାଳିଙ୍କୁ ଦକ୍ଷତା ପ୍ରମାଣିତ କରିବାର ସୁଯୋଗ ଆସିଛି । 4ଥର ଟ୍ରଫି ହାତେଇଥିବା ଚେନ୍ନାଇର ଚଳିତ ସିଜିନରେ ନୈରାଶ୍ୟଜନକ ପ୍ରଦର୍ଶନ କରିଛି । ଆଜି ଓଡିଶା ଖେଳାଳି ଶୁଭ୍ରାଂଶୁ ପଦାର୍ପଣ କରିପାରନ୍ତି । ସେହିପରି 63ତମ ମୁକାବିଲାରେ ନବାଗତ ଲକ୍ଷ୍ନୌ ଓ ରାଜସ୍ଥାନ ମଧ୍ୟରେ ଖେଳାଯିବ । ଲକ୍ଷ୍ନୌ ତାର ଶେଷ ମ୍ୟାଚରେ ଗୁଜୁରାଟଠୁ ପରାସ୍ତ ହୋଇଥିଲା ।
ଦଳ ପାଇଁ ପ୍ଲେ ଅଫ ଆଶା ଉଜ୍ଜିବୀତ ଅଛି । 12ଟି ମ୍ୟାଚ ଖେଳି ଦଳ 8ଟିରେ ବିଜୟ ହୋଇ 16 ପଏଣ୍ଟ ସହ ଟେବୁଲ ଦ୍ବିତୀୟ ସ୍ଥାନରେ ରହିଛି । ଆଜିର ମ୍ୟାଚ ଜିତି ପ୍ଲେ ଅଫରେ ପ୍ରବେଶ କରିବାକୁ ଲକ୍ଷ୍ୟ ରଖିଛି । ସେପଟେ ରାଜସ୍ଥାନ ତାର ଶେଷ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସଠୁ ପରାସ୍ତ ହୋଇଥିଲା । ପ୍ଲେ ଅଫରେ ପ୍ରବେଶ କରିବାକୁ ହେଲେ ଦଳକୁ ଆଜିର ମ୍ୟାଚ ଜିତିବାକୁ ହେବ । ଲିଗ ପର୍ଯ୍ୟାୟ ପଏଣ୍ଟ ତାଲିକାରେ ପ୍ରଥମ 4ଟି ଆସନ ଦଳ ପ୍ଲେ ଅଫରେ ପ୍ରବେଶ କରିବେ । ଏହି ରାଉଣ୍ଡରେ ପ୍ରଥମ 2ଟି ସ୍ଥାନ ମଧ୍ୟରେ ରହିବା ଫଳପ୍ରଦ ସାବ୍ୟସ୍ତ ହେବ । ଫର୍ମାଟ ଅନୁଯାୟୀ ପ୍ଲେ-ଅଫ ରାଉଣ୍ଡରେ 3ଟି ମ୍ୟାଚ ରହିଛି । ପ୍ରଥମ ମ୍ୟାଚରେ ପଏଣ୍ଟ ତାଲିକାର ପ୍ରଥମ 2ଟି ସ୍ଥାନରେ ରହିଥିବା ଦଳ ପରସ୍ପରକୁ ଭେଟିବେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ