ETV Bharat / sports

IPL 2022: ଆଜି RCB-LSG ଏଲିମିନେଟର ମୁକାବିଲା

author img

By

Published : May 25, 2022, 3:10 PM IST

ଅନ୍ତିମ ପର୍ଯ୍ୟାୟରେ ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ ଟୁର୍ଣ୍ଣାମେଣ୍ଟ (IPL 2022) । ଆଜି (ବୁଧବାର) ଖେଳାଯିବ ଆଇପିଏଲର ପଞ୍ଚଦଶ ସଂସ୍କରଣର ଏଲିମିନେଟର ମ୍ୟାଚ । ଏଥିରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଲକ୍ଷ୍ନୌ ସୁପରଜିଆଣ୍ଟ୍ସ ପରସ୍ପରକୁ ଭେଟିବେ । ଅଧିକ ପଢନ୍ତୁ

ଆଜି RCB-LSG ଏଲିମିନେଟର ମୁକାବିଲା
ଆଜି RCB-LSG ଏଲିମିନେଟର ମୁକାବିଲା

କୋଲକାତା: ଅନ୍ତିମ ପର୍ଯ୍ୟାୟରେ ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ ଟୁର୍ଣ୍ଣାମେଣ୍ଟ (IPL 2022) । ଆଜି (ବୁଧବାର) ଖେଳାଯିବ ଆଇପିଏଲର ପଞ୍ଚଦଶ ସଂସ୍କରଣର ଏଲିମିନେଟର ମ୍ୟାଚ । ଏଥିରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଲକ୍ଷ୍ନୌ ସୁପରଜିଆଣ୍ଟ୍ସ ପରସ୍ପରକୁ ଭେଟିବେ । ପରାଜିତ ଦଳର ଅଭିଯାନ ଶେଷ ହେବ । ବିଜୟ ଦଳ ଦ୍ବିତୀୟ ଦଳ ଭାବେ କ୍ବାଲିଫାୟର ଖେଳିବାକୁ ସୁଯୋଗ ପାଇବ ।

କେଏଲ୍ ରାହୁଲଙ୍କ ନେତୃତ୍ବଧୀନ ନବାଗତ ସୁପରଜିଆଣ୍ଟ୍ସ ଚଳିତ ସିଜିନରେ ଉନ୍ନତ ପ୍ରଦର୍ଶନ କରିଥିଲା । ଦଳ 9ଟି ଲିଗ ମ୍ୟାଚ ଜିତିବାରେ ସଫଳ ହୋଇଛି । ଫାଇନାଲରେ ପ୍ରବେଶ କରିବାର ସୁଯୋଗକୁ ହାତଛଡା କରିବ ନାହିଁ ସୁପରଜିଆଣ୍ଟ୍ସ । ବ୍ୟାଟିଂ ବିଭାଗରେ ଥିବା ଛୋଟମୋଟ ତ୍ରୁଟି ସୁଧାରି ଦଳକୁ ପ୍ରଦର୍ଶନ କରିବାକୁ ପଡିବ । କେଏଲ ରାହୁଲ ସଫଳ ହେଲେ ବିଜୟ ସହଜ ହେବ । ଆଜି ଶ୍ରେଷ୍ଠ ପ୍ରଦର୍ଶନ କରି ଟାଇଟଲ ଦୌଡ ଜାରି ରଖିବ ।

ସେପଟେ ରୟାଲ କିଛି ଭଲ ପ୍ରଦର୍ଶନ କରି ନଥିଲେ ମଧ୍ୟ ଭାଗ୍ୟ ଜୋର ରହିଛି । ଲିଗ ପର୍ଯ୍ୟାୟରେ ଲକ୍ଷ୍ନୌକୁ ହରାଇଛି ବାଙ୍ଗାଲୋର । ଆଜିର ମ୍ୟାଚରେ ମଧ୍ୟ ଦଳକୁ ପରାସ୍ତ କରିବାକୁ ସବୁ ପ୍ରକାଶ କୌଶଳ ଆପଣେଇବ । ଦଳର ଅନେକ ଖେଳାଳି ଫର୍ମରେ ଥିଲେ ବି ଚଳିତ ସିଜିନରେ ରାଜୁତି କରିପାରିନଥିଲା । ଆଜି ମୁକାବିଲାରେ ମାକ୍ସୱେଲ ସଫଳ ହେଲେ ଦଳ ବିଶାଳ ରନ ସଂଗ୍ରହ କରିବାରେ ସଫଳ ହେବ । ଆଜି ସନ୍ଧ୍ୟା 7ଟା30ରେ ଇଡେନ ଗାର୍ଡେନରେ ଖେଳାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.