ETV Bharat / sports

IPL 2022: ଡିକକ୍-ରାହୁଲ KKR ବୋଲରଙ୍କୁ ଧୁମ ଧୋଇଲେ, 211 ରନର ରଖିଲେ ଟାର୍ଗେଟ୍ - ଲକ୍ଷ୍ନୌ କୋଲକାତା ମ୍ୟାଚ

ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ(IPL 2022) 66ତମ ମ୍ୟାଚ କୋଲକାତା ନାଇଟ ରାଇଡର୍ସ ଏବଂ ଲକ୍ଷ୍ନୌ ଜିଆଣ୍ଟ୍ସ ମଧ୍ୟରେ ଖେଳାଯାଉଛି । ପ୍ରଥମ ଇନିଂସରେ ବିନା ୱିକେଟରେ 210 ରନ କଲା ଲକ୍ଷ୍ନୌ ସୁପର ଜିଆଣ୍ଟସ ।

IPL 2022: ସୁପର ଜିଆଣ୍ଟ୍‌ସର ସୁପର ସୋ' ବିନା ୱିକେଟରେ 210

author img

By

Published : May 18, 2022, 9:46 PM IST

ମୁମ୍ବାଇ: ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ(IPL 2022) 66ତମ ମ୍ୟାଚ କୋଲକାତା ନାଇଟ ରାଇଡର୍ସ ଏବଂ ଲକ୍ଷ୍ନୌ ଜିଆଣ୍ଟ୍ସ ମଧ୍ୟରେ ଖେଳାଯାଉଛି । ପ୍ରଥମ ଇନିଂସରେ ବିନା ୱିକେଟରେ ରେକର୍ଡ 210 ରନ କରିଛି ଲକ୍ଷ୍ନୌ ସୁପର ଜିଆଣ୍ଟସ । ଫଳରେ କୋଲକାତା ସମ୍ମୁଖରେ ବିଶାଳ 211 ରନର ବିଜୟ ଲକ୍ଷ୍ୟ ରହିଛି । ଲକ୍ଷ୍ନୌ ପକ୍ଷରୁ କ୍ବିଣ୍ଟନ ଡିକକ ଶତକ କରି ଥିବାବେଳେ କ୍ୟାପ୍ଟେନ ରାହୁଲ ଅର୍ଦ୍ଧଶତକ କରିଛନ୍ତି ।

IPL ଇତିହାସରେ କେ.ଏଲ ରାହୁଲଙ୍କ ସୁପର ଜିଆଣ୍ଟ୍‌ସ ଟିମ୍ ବିରଳ ରେକର୍ଡ ଜୋଡିଲା । ପ୍ରଥମ କରି କୌଣସି ଟିମ୍ ବିନା ୱିକେଟରେ ସମ୍ପୂର୍ଣ୍ଣ 20 ଓଭର ଖେଳିଛି । ଏଥିସହ ଓପନିଂ ଜୋଡି ବଳରେ ଦଳ 210 ରନ୍ କରିପାରିଛି । ତେବେ ମୁମ୍ବାଇର ଡ. ଡିଓ୍ବାଇ ପାଟିଲ ଷ୍ଟାଡିୟମରେ ଖେଳା ଯାଉଥିବା ଆଜିର ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନେଇଥିଲେ ଲକ୍ଷ୍ନୌ କ୍ୟାପ୍ଟେନ କେ.ଏଲ ରାହୁଲ । ଏହାପରେ ଦଳ ପକ୍ଷରୁ ପାଳି ଆରମ୍ଭ କରିଥିଲେ କ୍ୟାପ୍ଟେନଙ୍କ ସମେତ ଓପନର କ୍ବିଣ୍ଟନ ଡିକକ ।

ଆରମ୍ଭରୁ ଡିକକ ବିସ୍ଫୋରକ ବ୍ୟାଟିଂ କରି ମାତ୍ର 70 ବଲରେ 140 ରନ୍ ସଂଗ୍ରହ କରିଛନ୍ତି । ଯେଉଁଥିରେ 10 ଟି ଛକା ଏବଂ 10ଟି ଚୌକା ରହିଛି । ସେହିପରି ରାହୁଲ 51 ବଲରେ 68 ରନ୍ କରିଛନ୍ତି । ଅନ୍ୟପଟେ କୋଲକାତା ପକ୍ଷରୁ କୌଣସି ବୋଲର ଗୋଟିଏ ୱିକେଟ ମଧ୍ୟ ହାସଲ କରିପାରି ନାହାନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.