ETV Bharat / sports

IPL 2022: ଆଜି ମୁମ୍ବାଇ-ଚେନ୍ନାଇ ହାଇଭୋଲଟେଜ୍‌ ଲଢେଇ, ଟସ୍‌ ଜିତିଲା CSK - ଚେନ୍ନାଇ ବନାମ ମୁମ୍ବାଇ

ଆଇପିଏଲର ୩୩ତମ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି ସୁପରକିଙ୍ଗ୍ସ କ୍ୟାପଟେନ ରବିନ୍ଦ୍ର ଜାଡେଜା । ଅଧିକ ପଢ଼ନ୍ତୁ

IPL 2022: ଟସ୍‌ ଜିତିଲା ଚେନ୍ନାଇ, ବ୍ୟାଟିଂ କରିବ ମୁମ୍ବାଇ

author img

By

Published : Apr 21, 2022, 7:13 PM IST

Updated : Apr 21, 2022, 7:38 PM IST

ମୁମ୍ବାଇ: IPL 2022ର ୩୩ତମ ମ୍ୟାଚ୍‌ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଚେନ୍ନାଇ ସୁପରକିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଉଛି । ଏହି ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି ସୁପରକିଙ୍ଗ୍ସ କ୍ୟାପଟେନ ରବିନ୍ଦ୍ର ଜାଡେଜା । ଟୁର୍ଣ୍ଣାମେଣ୍ଟ ଇତିହାସରେ ଏହି ଦୁଇ ସଫଳତମ ଟିମ ପଏଣ୍ଟ ଟେବୁଲର ଶେଷ ଭାଗରେ ରହିଛନ୍ତି ।

ଚେନ୍ନାଇ ଓ ମୁମ୍ବାଇ ଉଭୟ ଟୁର୍ଣ୍ଣାମେଣ୍ଟରେ ୬ଟି ଲେଖାଏଁ ମ୍ୟାଚ୍‌ ଖେଳିଛନ୍ତି । ଚେନ୍ନାଇ ଗୋଟିଏ ମ୍ୟାଚ୍‌ ଜିତି ନବମ ସ୍ଥାନରେ ରହିଥିବା ବେଳେ ମୁମ୍ବାଇ ଦଶମ ସ୍ଥାନରେ ରହିଛି । ଆଜିର ମ୍ୟାଚ୍‌ ପାଇଁ ଚେନ୍ନାଇ ଦଳରେ ଦୁଇ ପରିବର୍ତ୍ତନ ହୋଇଥିବା ବେଳେ ମୁମ୍ବାଇ ଦଳରେ ୩ଟି ପରିବର୍ତ୍ତନ ହୋଇଛି ।

ଚେନ୍ନାଇ ଦଳରେ ଡ୍ବେନ୍‌ ପ୍ରିଟୋରିଅସ ଓ ମିଚେଲ ସାଣ୍ଟନାର ସାମିଲ ହୋଇଛନ୍ତି । ମୁମ୍ବାଇ ଦଳରେ ହ୍ରିତିକ ଶୋକିନ ରିଲି ମେରିଡିଥ୍‌ ଡେବ୍ୟୁ କରିବେ । ସେହିଭଳି ଡାନିଏଲ ସାମ୍ସ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ମ୍ୟାଚ୍‌ରେ ବିଜୟୀ ହୋଇ ପ୍ଲେ ଅଫ୍‌ ଆଶାକୁ ଉଜ୍ଜିବିତ କରିବାକୁ ଚେଷ୍ଟା କରିବେ ଉଭୟ ଦଳ ।

ଚୁଡ଼ାନ୍ତ ଏକାଦଶ

ଚେନ୍ନାଇ ସୁପର କିଙ୍ଗ୍ସ: ଋତୁରାଜ ଗାୟକୱାଡ, ରବିନ ଉଥାପ୍ପା, ଅମ୍ବାତି ରାୟୁଡୁ, ଶିଭମ ଦୁବେ, ରବିନ୍ଦ୍ର ଜାଡେଜା(ଅଧିନାୟକ), ଏମ୍‌ଏସ୍‌ ଧୋନୀ, ଡ୍ବେନ ପ୍ରିଟୋରିସ, ଡ୍ବେନ୍‌ ବ୍ରାଭୋ, ମିଚେଲ ସାଣ୍ଟନର, ମହିଶ ଥିକ୍‌ଶାନା, ମୁକେଶ ଚୌଧୁରୀ ।

ମୁମ୍ବାଇ ଇଣ୍ଡିଆନ୍ସ : ରୋହିତ ଶର୍ମା (ଅଧିନାୟକ), ଇଶାନ କିଷନ, ଡିୱାଲ୍ଡ ବ୍ରେଭିସ୍, ସୂର୍ଯ୍ୟକୁମାର ଯାଦବ, ତିଲକ ବର୍ମା, କିରଣ ପୋଲାର୍ଡ, ଡାନିଏଲ ସାମ୍ସ, ହ୍ରିତିକ ଶୋକିନ, ରିଲି ମେରିଡିଥ, ଜୟଦେବ ଉନଦକତ, ଜଶପ୍ରୀତ ବୁମ୍‌ରା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 21, 2022, 7:38 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.