ETV Bharat / sports

ପ୍ଲାଜମା ଦାନ କରିବାକୁ ଦିଲ୍ଲୀ କ୍ୟାପିଟାଲ୍ସର ଅପିଲ - ଦିଲ୍ଲୀ କ୍ୟାପିଟାଲ୍ସ

ମହାମାରୀକୁ ହରାଇ ସୁସ୍ଥ ହୋଇଥିବା ଲୋକଙ୍କୁ ଦେଶର 'ଦାୟିତ୍ବସଂପନ୍ନ' ନାଗରିକ ଭାବେ ପ୍ଲାଜମା ଦାନ କରିବାକୁ ଅପିଲ କରିଛି ଦିଲ୍ଲୀ କ୍ୟାପିଟାଲ୍ସ । ଅଧିକ ପଢନ୍ତୁ...

IPL 2021: Delhi Capitals encourages COVID-19 survivors to donate plasma
ପ୍ଲାଜମା ଦାନକରିବାକୁ ଦିଲ୍ଲୀ କ୍ୟାପିଟାଲ୍ସର ଅପିଲ
author img

By

Published : Apr 23, 2021, 5:20 PM IST

ନୂଆଦିଲ୍ଲୀ: ଦେଶରେ କୋରୋନା ସ୍ଥିତି ସଙ୍ଗୀନ ରହିଥିବାବେଳେ ଇଣ୍ଡିଆନ ପ୍ରିମିୟର ଲିଗ ଫ୍ରାଞ୍ଚାଇଜ ଦିଲ୍ଲୀ କ୍ୟାପିଟାଲ୍ସ ମହାମାରୀ ବିରୋଧୀ ଲଢେଇରେ ସାମିଲ ହୋଇଛି । ମହାମାରୀକୁ ହରାଇ ସୁସ୍ଥ ହୋଇଥିବା ଲୋକଙ୍କୁ ଦେଶର 'ଦାୟିତ୍ବସଂପନ୍ନ' ନାଗରିକ ଭାବେ ପ୍ଲାଜମା ଦାନ କରିବାକୁ ଅପିଲ କରିଛି ଫ୍ରାଞ୍ଚାଇଜ । ସଂକ୍ରମିତଙ୍କ ଚିକିତ୍ସାରେ ପ୍ଲାଜମା ସଞ୍ଜିବନୀ ଭାବେ କାର୍ଯ୍ୟ କରୁଥିବାରୁ ଯୁଦ୍ଧ ଭଳି ସ୍ଥିତିରେ ସମସ୍ତଙ୍କୁ ଆଗେଇଆସିବାକୁ ଅପିଲ୍‌ କରିଛି ଦିଲ୍ଲୀ କ୍ୟାପିଟାଲ୍ସ ।

କୋରୋନାର ଦ୍ବିତୀୟ ଲହର ଦେଶର ବିଭିନ୍ନ ସହରକୁ ବିଶେଷ ଭାବେ କବଳିତ କରିଛି । କେଉଁଠି ନିଶ୍ବାସ ପାଇଁ ମଣିଷ ସଂଘର୍ଷ କରୁଛି ତ, କେଉଁଠି ଡାକ୍ତରଖାନା ପହଞ୍ଚିବା ପୂର୍ବରୁ ପ୍ରାଣ ନେଉଛି କୋରୋନା । ଅଧିକ ସଂଖ୍ୟକ ସଂକ୍ରମିତ ରୋଗୀ ଚିହ୍ନଟ ହେଉଥିବାରୁ ସଠିକ୍‌ ସ୍ବାସ୍ଥ୍ୟସେବା ମଧ୍ୟ ସମ୍ଭବ ହୋଇପାରୁନି ।

ତେବେ ଦିଲ୍ଲୀ କ୍ୟାପିଟାଲ୍ସ ନିଜର ଇଷ୍ଟାଗ୍ରାମ ପେଜ୍‌ରେ ଭାରତର ସମସ୍ତ ଲୋକଙ୍କୁ ଏକତ୍ର ହେବାର ଏହି ସମୟ ବୋଲି ଆହ୍ବାନ କରିଛି ଏଥିସହ ଦାୟିତ୍ବପୂର୍ଣ୍ଣ ନାଗରିକ ଭାବେ ଲଢେଇରେ ସାମିଲ ହେବାକୁ ଅପିଲ କରିଛି ।

ଦିଲ୍ଲୀରେ ରାଜ୍ୟ ସରକାରଙ୍କ ହେଲ୍‌ଥ ବୁଲେଟିନ ରିପୋର୍ଟ ଅନୁଯାୟୀ, ଗତ 24 ଘଣ୍ଟାରେ 26,169 କୋଭିଡ-19 କେସ୍‌ ଓ 306 ଜଣଙ୍କର ମୃତ୍ୟୁ ହୋଇଛି । ଦୈନିକ ମୃତ୍ୟୁସଂଖ୍ୟାରେ ଏହା ଦିଲ୍ଲୀରେ ସର୍ବକାଳୀନ ଅଧିକ ।

ଅନ୍ୟପଟେ ଦେଶରେ ଗତ 24 ଘଣ୍ଟାରେ 3,32,730 ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଓ କ୍ରମାଗତ ଦ୍ବିତୀୟ ଦିନରେ ମଧ୍ୟ ଦେଶରେ 3 ଲକ୍ଷ ପାର କରିଛି ସଂକ୍ରମଣ ସଂଖ୍ୟା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.