ETV Bharat / sports

କୋଲକାତା କ୍ୟାମ୍ପରେ କୋରୋନା, କ୍ବାରେଣ୍ଟିନରେ ଦିଲ୍ଲୀ

author img

By

Published : May 3, 2021, 10:44 PM IST

ଦିଲ୍ଲୀ କ୍ୟାପିଟାଲ୍ସ ଓ କେକେଆର ମଧ୍ୟରେ ଗତ ଗୁରୁବାର (ଏପ୍ରିଲ 29)ରେ ମ୍ୟାଚ ଖେଳାଯାଇଥିଲା । ଅଧିକ ପଢନ୍ତୁ...

IPL 2021: DC contingent isolating after two KKR players test Covid positive
କୋଲକାତା କ୍ୟାମ୍ପରେ କୋରୋନା, କ୍ବାରେଣ୍ଟିନରେ ଦିଲ୍ଲୀ

ନୂଆଦିଲ୍ଲୀ: କୋଲକାତା ନାଇଟ ରାଇଡର୍ସ ଖେଳାଳି ବରୁଣ ଚକ୍ରବର୍ତ୍ତୀ ଓ ସନ୍ଦୀପ ୱାରିୟର କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାପରେ ସଂପୂର୍ଣ୍ଣ ଦିଲ୍ଲୀ କ୍ୟାପିଟାଲ୍ସ ଟିମ ଖେଳାଳି ନିଜ ନିଜ ରୁମ୍‌ରେ ଆଇସୋଲେସନରେ ରହିଛନ୍ତି ।

ଦିଲ୍ଲୀ କ୍ୟାପିଟାଲ୍ସ ଓ କେକେଆର ମଧ୍ୟରେ ଗତ ଗୁରୁବାର (ଏପ୍ରିଲ 29)ରେ ମ୍ୟାଚ ଖେଳାଯାଇଥିଲା । ମେ 8ରେ ପୁନର୍ବାର ଦୁଇ ଟିମ ମଧ୍ୟରେ ମୁକାବିଲା ରହିଛି ।

ସୋମବାର ଅପରାହ୍ନରୁ ସମସ୍ତ ସଦସ୍ୟ ଆଇସୋଲେସନରେ ରହିଥିବା ଦିଲ୍ଲୀ କ୍ୟାମ୍ପରୁ ସୂଚନା ମିଳିଛି ।

ମୋଟ 12 ପଏଣ୍ଟ ସହ ଦିଲ୍ଲୀ ଚଳିତ ଆଇପିଏଲର ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି । କେକେଆର ଖେଳାଳି ପଜିଟିଭ ଚିହ୍ନଟ ହେବାପରେ ଆରସିବି ଓ କେକେଆର ମଧ୍ୟରେ ସୋମବାର ଖେଳାଯିବାକୁ ଥିବା ମ୍ୟାଚ ସ୍ଥଗିତ ହେବାସହ ପରେ ଖେଳାଯିବା ନେଇ ପୁନଃତାରିଖ ଧାର୍ଯ୍ୟ ହେବ ।

ବରୁଣ ଚକ୍ରବର୍ତ୍ତୀ ଓ ସନ୍ଦୀପ ୱାରିୟର ଗତ 4 ଦିନରେ ହୋଇଥିବା କୋଭିଡ ଟେଷ୍ଟର ତୃତୀୟ ରାଉଣ୍ଡରେ ପଜିଟିଭ ଚିହ୍ନଟ ହୋଇଛନ୍ତି । ତେବେ ଅନ୍ୟ ସଦସ୍ୟଙ୍କ ରିପୋର୍ଟ ନେଗେଟିଭ ରହିଥିବା ଆଇପିଏଲ ସ୍ପଷ୍ଟ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.