ETV Bharat / sports

ଆଇପିଏଲ 2020: ଆରସିବିକୁ ମାତ୍ର 85 ରନର ଟାର୍ଗେଟ ଦେଲା କେକେଆର - IPL 2020 kkr gave rcb a target of just 85 runs

ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋରର ଦମଦାର ବୋଲିଂ ଆଗରେ ଫେଲ ମାରିଛି କେକେଆର ବ୍ୟାଟିଂ। ଆରସିବିକୁ ମାତ୍ର 85 ରନର ଟାର୍ଗେଟ ଦେଇଛି କେକେଆର। ଅଧିକ ପଢ଼ନ୍ତୁ...

ଆରସିବିକୁ ମାତ୍ର 85 ରନର ଟାର୍ଗେଟ ଦେଲା କେକେଆର

author img

By

Published : Oct 21, 2020, 9:39 PM IST

ଆବୁଧାବି: ଶେଖ ଜାଏଦ ଷ୍ଟାଡିୟମରେ ଖେଳାଯାଉଥିବା ଆଇପିଏଲ୍-13ର 39 ତମ ମ୍ୟାଚରେ କୋଲାକାତା ନାଇଟ ରାଇଡର୍ସ ବ୍ୟାଟିଂ ଲାଇନ ଅପ ଫେଲ ମାରିଛି। ଆରସିବିର ଦମଦାର ବୋଲିଂ ଯୋଗୁଁ କୋଲକାତା ନାଇଟ ରାଇଡର୍ସ ନିର୍ଦ୍ଧାରିତ 20 ଓଭରରେ ମାତ୍ର 85 ରନର ବିଜୟ ଲକ୍ଷ୍ୟ ଦେଇଛି।

ମ୍ୟାଚରେ ଟସ୍ ଜିତି କେକେଆର୍ ଆରସିବିକୁ ବୋଲିଂ କରିବାକୁ ଆମନ୍ତ୍ରଣ କରିଥିଲା। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବୋଲିଂ କରି କୋଲକାତାର ଟପ ଅର୍ଡର ବ୍ୟାଟସମ୍ୟାନଙ୍କୁ ମାତ୍ର 3 ଓଭରରେ ପାଭେଲିଅନକୁ ପଠାଇ ଦେଇଥିଲା। ବାଙ୍ଗାଲୋରର ଷ୍ଟ୍ରାଇକ ବୋଲର ମହୋମ୍ମଦ ସିରାଜ ସର୍ବାଧିକ 3ଟି ୱିକେଟ ନେଇଛନ୍ତି। ତାଙ୍କ ପଛକୁ ବାଙ୍ଗାଲୋର ସ୍ପିନର ୟୁଜିବେନ୍ଦ୍ର ଚହଲ 2 ୱିକେଟ ନେଇଛନ୍ତି। ଏହାସହ ନବଦୀପ ସାଇନି ଓ ୱାଶିଂଟନ ସୁନ୍ଦର ଗୋଟିଏ ଲେଖାଏଁ ୱିକେଟ ନେଇଛନ୍ତି। ମ୍ୟାଚରେ ଦୁଇଟି ମ୍ୟାଡେନ ଓଭର ପକାଇବାର ରେକର୍ଡ କରିଛନ୍ତି ମହମ୍ମଦ ସିରାଜ।

ଆରସିବିକୁ ମାତ୍ର 85 ରନର ଟାର୍ଗେଟ ଦେଲା କେକେଆର
ଆରସିବିକୁ ମାତ୍ର 85 ରନର ଟାର୍ଗେଟ ଦେଲା କେକେଆର

ବାଙ୍ଗାଲୋର ବୋଲିଂର ଆଜି କୌଣସି ଜବାବ ନଥିଲା କେକେଆର ବ୍ୟାଟସମ୍ୟାନଙ୍କ ପାଖରେ। କେକେଆର ଅଧିନାୟକ ଇଅନ ମୋର୍ଗାନ ସର୍ବାଧିକ 30 ରନ କରିଥିଲେ। ତାଙ୍କ ପଛକୁ ଲକି ଫର୍ଗୁସନ 19 ଓ କୁଳଦୀବ ଯାଦବ 12 ରନ କରିଥିଲେ। ଆଉ କୌଣସି ବ୍ୟାଟସମ୍ୟାନ ସେଭଳି ଆଖି ଦୃଷିଆ ସ୍କୋର କରିପାରିନଥିଲେ। ମ୍ୟାଚ ଆରମ୍ଭରୁ ହିଁ ଗୁରୁତ୍ବପୂର୍ଣ୍ଣ ଟପ ଅର୍ଡର ବ୍ୟାଟସ ମ୍ୟାନ ଫେଲ ମାରିଥିଲେ। ପ୍ରଥମ 4 ଓଭରରେ କେକେଆର ନିଜର 4 ବହୁମୂଲ୍ୟ ୱିକେଟ ହରାଇଥିଲା।

କୋଲକାତା ନାଇଟ୍ ରାଇଡର୍ସ ଏକାଦଶ: ଶୁବମନ ଗିଲ, ଟମ ବଣ୍ଟନ, ନୀତୀଶ ରାଣା, ଇୟନ ମୋର୍ଗାନ, ଦିନେଶ କାର୍ତ୍ତିକ, ରାହୁଲ ତ୍ରିପାଠୀ, ପ୍ୟାଟ କମିନ୍ସ, ଲକି ଫୁଗୁସନ, କୁଲଦୀପ ଯାଦବ, ପ୍ରସିଦ୍ଧ କୃଷ୍ଣା, ବରୁଣ ଚକ୍ରବର୍ତ୍ତୀ ।

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏକାଦଶ: ଦେବଦତ୍ତ ପାଦିକଲ, ଆରନ ଫିଞ୍ଚ, ବିରାଟ କୋହଲି , ଏବି ଡି ଭିଲିୟର୍ସ, ଗୁରୁକିରାଟ ସିଂ ମନ୍, ୱାଶିଂଟନ୍ ସୁନ୍ଦର, କ୍ରିସ୍ ମୋରିସ୍, ମହମ୍ମଦ ସିରାଜ, ଇସୁରୁ ଉଦାନା, ନବଦୀପ ସାଇନି, ୟୁଜଭେନ୍ଦ୍ର ଚହଲ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.