ETV Bharat / sports

ପ୍ଲେ-ଅଫରେ ଭଲ ପ୍ରଦର୍ଶନ କରିବି ବୋଲି ଆଶା: ବୁମରାହ

author img

By

Published : Nov 4, 2020, 8:09 PM IST

ଚଳିତ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସର ଦ୍ରୁତ ବୋଲର ଯଶପ୍ରୀତ ବୁମରାହଙ୍କ ପ୍ରଦର୍ଶନ ଏତେଟା ଖାସ ରହିନାହିଁ । ଚଳିତ ସିଜନରେ ମ୍ୟାଚ ଗୁଡ଼ିକରେ ସେ ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି । ଅଧିକ ପଢ଼ନ୍ତୁ...

ପ୍ଲେ-ଅଫରେ ଭଲ ପ୍ରଦର୍ଶନ କରିବି ବୋଲି ଆଶା:ବୁମରାହ

ଦୁବାଇ: ଆଇପିଏଲ 2020ର ପ୍ଲେ-ଅଫରେ ପହଞ୍ଚିଛି ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ । ଦମଦାର ପ୍ରଦର୍ଶନ କରି ପ୍ରଥମ କରି ପ୍ଲେ-ଅଫ ପାଇଁ ଯୋଗ୍ୟତା ହାସଲ କରିଥିଲା ଏହି ଦଳ। ଏହି ଟିମର ପ୍ରତ୍ୟେକ ଖେଳାଳି ଚମତ୍କାର ପ୍ରଦର୍ଶନ କରିଛନ୍ତି । ମୁମ୍ବାଇ ଇଣ୍ଡିଆନ୍ସର ଦ୍ରୁତ ବୋଲର ଯଶପ୍ରୀତ ବୁମରାହଙ୍କ ପ୍ରଦର୍ଶନ ମଧ୍ୟ ବେଶ ଉଚ୍ଚକୋଟିର ରହିଥିଲା। ହେଲେ ଚଳିତ ସିଜନରେ ମ୍ୟାଚ ଗୁଡ଼ିକରେ ସେ ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ଏହାକୁ ନେଇ ତାଙ୍କ ପ୍ରଦର୍ଶନ ଉପରେ ପ୍ରଶ୍ନ ଉଠିବାରେ ଲାଗିଛି । ସେପଟେ ଏହାକୁ ନେଇ ନିଜର ସ୍ପଷ୍ଟୋକ୍ତି ଦେଇଛନ୍ତି ବୁମରାହ ।

ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ସବୁବେଳେ ଟ୍ରମକାର୍ଡ ସାବ୍ୟସ୍ତ ହୋଇଛନ୍ତି ବୁମରାହ । ଆବଶ୍ୟକବେଳେ ସେ ଦଳ ପାଇଁ ୱିକେଟ ନେଇ ମୁମ୍ବାଇକୁ ବିଜୟ ରାସ୍ତା ଦେଖାଇଛନ୍ତି। ହେଲେ ଚଳିତ ସିଜନରେ ବୁମରାହଙ୍କ ବୋଲିଂରେ ସେ ଧାର ଦେଖିବାକୁ ମିଳିନଥିଲା। ବୁମରାହ ଆଶାନୁରୂପ ପ୍ରଦର୍ଶନ କରି ପାରିନଥିଲେ। ବିଶେଷ କରି ଚେନ୍ନାଇ ସୁପର କିଙ୍ଗସ ବିପକ୍ଷରେ ସେ 4 ଓଭର ବୋଲିଂ କରି 43 ଖର୍ଚ୍ଚ କରିଥିଲେ। ସେହି ମ୍ୟାଚରେ ସେ କେବଳ ଗୋଟିଏ ୱିକେଟ ନେବାରେ ସକ୍ଷମ ହୋଇଥିଲେ। ଏହାପରେ କୋଲାକାତା ବିପକ୍ଷରେ ମଧ୍ୟ ସେ 32 ରନ ଦେଇ ଦୁଇଟି ୱିକେଟ ନେଇଥିଲେ। ଏହାକୁ ନେଇ ଏବେ ଚିନ୍ତାରେ ରହିଛି ମୁମ୍ବାଇ ଇଣ୍ଡିଆନ୍ସ ଦଳ।

ବର୍ତ୍ତମାନ ବୁମରାହଙ୍କ ପାଖରେ ସେହି ବୋଲିଂ ସ୍ପାର୍କ ସରି ଆସୁଥିବା ନେଇ ଚର୍ଚ୍ଚା ହେଉଛି । ୟର୍କର ବୋଲିଂ ପାଇଁ ଜଣାଶୁଣା ବୁମରାହ ଚଳିତ ସିଜନରେ ତାହା ଦେଖିବାକୁ ମିଳିନାହିଁ। ତେବେ କିଙ୍ଗସ ଏକାଦଶ ପଞ୍ଜାବ ବିପକ୍ଷରେ ସେ 18 ରନ ଦେଇ ଦୁଇଟି ୱିକେଟ ନେଇଥିଲେ। 2020 ଆଇପିଏଲ ସିଜନରେ ଏହି ଗୋଟିଏ ତାଙ୍କର ଭଲ ପ୍ରଦର୍ଶନ ରହିଛି ।

ସେପଟେ ଏଭଳି ଚର୍ଚ୍ଚାକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଜଶପ୍ରୀତ ବୁମରାହ। ବୁମରାହ କହିଛନ୍ତି ଯେ, "ବହୁଦିନ ଧରି କ୍ରିକେଟଠାରୁ ଦୂରେଇ ରହିଥିଲି। ଏଥିପାଇଁ ପ୍ରଦର୍ଶନରେ ଟିକେ ଫରକ ଆସିଛି। ଏହାଛଡ଼ା ପାଣିପାଗ ପରିବର୍ତ୍ତନ ମଧ୍ୟ ପ୍ରଦର୍ଶନ ଉପରେ ପ୍ରଭାବ ପକାଇଛି। ୟୁଏଇର ପାଣିପାଗ ଭାରତଠାରୁ ଭିନ୍ନ। ଏଭଳି ସ୍ଥିତିରେ ବୋଲିଂ କରିବା କଷ୍ଟକର ହୋଇ ପଡ଼ିଥିଲା। ତେବେ ଆଗାମୀ ମ୍ୟାଚ ଗୁଡ଼ିକରେ ଭଲ ପ୍ରଦର୍ଶନ କରିବା ନେଇ ଆଶା ରହିଛି। ଏଥିପାଇଁ ମୁଁ ଜୋରଦାର ଅଭ୍ୟାସ ଜାରି ରଖିଛି। ଏହାସହ ଦୁବାଇରେ ସକାଳେ ପ୍ରବଳ ଗରମ ବାତାବରଣ ରହୁଛି। ଏଥିପାଇଁ ଦିନରେ ଝାଳ ଯୋଗୁଁ ବଲ ଗ୍ରିପ କରିବା କଷ୍ଟକର ହୋଇ ପଡ଼ୁଛି । ସେପଟେ ସନ୍ଧ୍ୟା ହେଲେ ପ୍ରବଳ କାକର ପଡ଼ୁଛି, ସେହି ସମୟରେ ମଧ୍ୟ ବଲ ଗ୍ରିପ କରିବା କଷ୍ଟ ହୋଇ ପଡ଼ୁଛି । ଏଥିପାଇଁ ନିଶ୍ଚିତ ଭାବରେ କଷ୍ଟ କରିବାକୁ ପଡ଼ିବ। କୋଭିଡ କଟକଣା ଯୋଗୁଁ ଅଭ୍ୟାସଠାରୁ ଦୂରେଇ ରହିଥିଲି । ଆଗାମୀ ମ୍ୟାଚରେ ନିଶ୍ଚିତ ଭାବରେ ଭଲ ପ୍ରଦର୍ଶନ ହେବ ବୋଲି ଆଶା କରୁଛି । "

ଗୁରୁବାର ମୁମ୍ବାଇ ଇଣ୍ଡିଆନ୍ସ ଦଳ ପ୍ଲେ-ଅଫ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟିବ। ଆଇପିଏଲ ପଏଣ୍ଟ ତାଲିକାରେ ମୁମ୍ବାଇ ପ୍ରଥମ ସ୍ଥାନରେ ରହିଥିବାବେଳେ ଦିଲ୍ଲୀ ଦ୍ବିତୀୟ ସ୍ଥାନରେ ରହିଥିଲା। ପ୍ରଥମ ପ୍ଲେ-ଅଫ ଯେଉଁ ଦଳ ଜିତିବ ସେହି ଦଳ ଫାଇନାଲ ଉନ୍ନିତ ହେବ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.