ନୂଆଦିଲ୍ଲୀ: ଭାରତୀୟ ଧଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ନିଜ କୁନି ଝିଅ ଜିଭା ସହ ସୋସିଆଲ ମିଡିଆରେ ପ୍ରାୟ ସମୟରେ ଭିଡିଓ ସେୟାର କରିଥାନ୍ତି। ଯେଉଁଥିରେ ସେ ଜିଭା ସହ ମସ୍ତି କରୁଥିବା ଦେଖିବାକୁ ମିଳିଥାଏ। ତେବେ ଏବେ ପୁଣି ଏକ ଭିଡିଓ ସେୟାର କରିଛନ୍ତି ଧୋନି ଯେଉଁଥିରେ ସେ କୁନି ଜିଭା ସହ ବିଭିନ୍ନ ଭାରତୀୟ ଭାଷାରେ କଥା ହେଉଛନ୍ତି ଆଉ ଜିଭା ମଧ୍ୟ ସବୁ ଭାଷାରେ ତାର ଉତ୍ତର ଦେଉଛନ୍ତି।
ଭିଡିଓ ଆରମ୍ଭରୁ ଧୋନି ଜିଭାଙ୍କୁ ତାମିଲରେ ‘କେମିତି ଅଛ’ ବୋଲି ପଚାରୁଛନ୍ତି, ଜିଭା ମଧ୍ୟ ପାପା ଧୋନିଙ୍କୁ ତାର ଉତ୍ତର ତାମିଲରେ ଦେଉଛନ୍ତି। ତାପରେ ଧୋନି ଜିଭାଙ୍କୁ ଭୋଜପୁରୀ, ବଙ୍ଗାଳୀ, ଗୁଜରାତୀ, ପଞ୍ଜାବୀରେ ଏହି ପ୍ରଶ୍ନ ପଚାରୁଛନ୍ତି ଜିଭାଙ୍କୁ, ଆଉ ଜିଭା ମଧ୍ୟ ସେତିକି ଚାଲାକ ହୋଇ ତାଙ୍କୁ ସବୁ ଭାଷାରେ ଉତ୍ତର ଦେଉଛନ୍ତି। ଶେଷରେ ଧୋନି ଜିଭାଙ୍କୁ ଇନସାଅଲ୍ଲାହ କହୁଛନ୍ତି, ଯାହାର ଉତ୍ତରରେ ଜିଭା କହୁଛନ୍ତି ମାଶା ଅଲ୍ଲାହ।
ଭିଡିଓରସବୁଠାରୁ ମଜାଦାର କଥା ଥିଲା, ଯେତେବେଳେ ଧୋନି ଜିଭାଙ୍କୁ ଧୋନି ଭୋଜପୁରୀରେ ପଚାରୁଛନ୍ତି, ‘କୈସନ ବା’, ଉତ୍ତରରେ ଜିଭା କହୁଛନ୍ତି ‘ଠିକ ବା’। ଏହାପରେ ଧୋନି ପଞ୍ଜାବୀରେ ପଚାରୁଛନ୍ତି ‘କିଦ୍ଦା’ ଆଉ ଜିଭା ହାତ ଉପରକୁ କରି ଅତି ସୁନ୍ଦର ଭାବେ ଉତ୍ତରରେ ‘ବଦ୍ଦିଆ’ ବୋଲି କହୁଛନ୍ତି।
ଧୋନି ଓ ଜିଭାଙ୍କ ଏହି ମଜା ମସ୍ତି ଭରା ଭିଡିଓକୁ ସୋସିଆଲ ମିଡିଆରେ ଖୁବ ପସନ୍ଦ କରୁଛନ୍ତି ଫ୍ୟାନ୍ସ।