ETV Bharat / sports

ଘରୋଇ ପିଚ୍‌କୁ ନେଇ ନାଖୁସ ଧୋନି

author img

By

Published : Apr 10, 2019, 3:17 PM IST

ପିଚ୍‌ ବୋଲରଙ୍କ ପ୍ରତି ସହାୟକ ଥିବାବେଳେ ଦଳର 2 ସ୍ପିନରଙ୍କ ପ୍ରଦର୍ଶନକୁ ସେ ଖୁବ୍‌ ତାରିଫ କରିଛନ୍ତି । ହରଭଜନଙ୍କ ବୟସ ଉପରେ ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ ବୟସ ଏକ ନମ୍ବର ମାତ୍ର ।

ଫାଇଲ ଫଟୋ

ଚେନ୍ନାଇ: ଆଇପିଏଲ 12ରେ ଘରୋଇ ମାଟିରେ ନିଜର ସମସ୍ତ ମ୍ୟାଚ ଜିତିନେଇଛି ଚେନ୍ନାଇ । ଏହାସହ ଘରୋଇ ପଡିଆରେ ନିଜକୁ ପୁଣିଥରେ ସିଂହ ବୋଲି ପ୍ରମାଣ କରିଛି ଧୋନି ବାହିନୀ । ତେବେ ଗତକାଲି କୋଲକାତାକୁ ହରାଇବା ପରେ ମଧ୍ୟ ଘରୋଇ ପିଚ୍‌କୁ ନେଇ ଧୋନି ନିଜ ଅସନ୍ତୋଷ ଜାହିର କରିଛନ୍ତି ।

ଧୋନି କହିଛନ୍ତି ଯେ ଏଭଳି ପିଚ୍‌ରେ ଖେଳିବାକୁ ସେ ପସନ୍ଦ କରିବେନି । ଏହା ଏକ ଧୀମା ପିଚ୍‌ ଥିଲା । ବ୍ୟାଟ୍ସମ୍ୟାନଙ୍କୁ ଖେଳିବା ପାଇଁ ଅନେକ କଷ୍ଟ କରିବାକୁ ପଡିଥିଲା । ବଲ ଠିକ୍‌ ଭାବେ ବ୍ୟାଟ ଉପରକୁ ଆସୁନଥିଲା । ଯଦିଚ ଏହି ମ୍ୟାଚରେ ଚେନ୍ନାଇ ଜିତିଥିଲା କିନ୍ତୁ ପିଚ୍‌କୁ ନେଇ ଦଳ ଅସନ୍ତୁଷ୍ଟ ଥିଲା ବୋଲି ଧୋନି କହିଛନ୍ତି । ଏହାସହ ଟ୍ବେଣ୍ଟି20 କ୍ରିକେଟ୍‌ରେ ଏଭଳି ପିଚ୍‌ରେ ଲଗାତାର ମ୍ୟାଚ ଖେଳାଗଲେ ଦର୍ଶକ ଏଥିପ୍ରତି ବିମୁଖ ହେବେ ବୋଲି ସେ ଆଶଙ୍କା କରିଛନ୍ତି ।

ତେବେ ପିଚ୍‌ ବୋଲରଙ୍କ ପ୍ରତି ସହାୟକ ଥିବାବେଳେ ଦଳର 2 ସ୍ପିନରଙ୍କ ପ୍ରଦର୍ଶନକୁ ସେ ଖୁବ୍‌ ତାରିଫ କରିଛନ୍ତି । ହରଭଜନଙ୍କ ବୟସ ଉପରେ ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ ବୟସ ଏକ ନମ୍ବର ମାତ୍ର । ଭଜି ଏପର୍ଯ୍ୟନ୍ତ ଯେତେ ମ୍ୟାଚ ଖେଳିଛନ୍ତି ସମସ୍ତ ମ୍ୟାଚରେ ସେ ଭଲ ପ୍ରଦର୍ଶନ କରିଛନ୍ତି । ତାହିର ଏପରି ଜଣେ ବୋଲର ଯାହାଙ୍କୁ ଯେପରି କୁହାଯାଇଥିବ ସେ ସେହିପରି ବୋଲିଂ କରିଚାଲିଥିବେ । ସେ ସବୁବେଳେ ପ୍ଲାନ ଅନୁସାରେ ବୋଲିଂ କରନ୍ତି । ତାଙ୍କ ଯୋଜନା ଉପରେ ତାହିର ପୁରା ବିଶ୍ବାସ ରଖନ୍ତି ବୋଲି କ୍ୟାପ୍ଟେନ କୁଲ କହିଛନ୍ତି ।

ଭୁବନେଶ୍ୱର:ଗତକାଲି ଉତ୍କଳ ବିଶ୍ଵବିଦ୍ୟାଳୟ ପରିସରରେ ପୋଲିସ ଚଢ଼ାଉ ହେବାର ଯେଉଁ ସତ୍ୟ ସାମ୍ନା କୁ ଆସିଛି ତାହାକୁ ଛାତ୍ର କଂଗ୍ରେସ ସ୍ୱାଗତ କରିଛି।ଏହା ସହିତ ବିଶ୍ୱବିଦ୍ୟାଳୟ ପରିସରରେ ଏଭଳି ଆତଙ୍କର ବାତାବରଣ ସୃଷ୍ଟି କରିଥିବା ମୁଖ୍ୟ ନାୟକ ଚିନ୍ମୟ ସାହୁ ଓ ତନ୍ମୟ ସ୍ୱାଇଁ ଙ୍କୁ ଗିରଫ କରାଯିବାକୁ ଦାବି କରାଯାଇଛି।
ସୂଚନା ଯୋଗ୍ୟ କି ଉତ୍କଳ ବିଶ୍ଵବିଦ୍ୟାଳୟ ପରିସରରେ ଥିବା ହଷ୍ଟେଲ କୁ  ବେନିୟମ ଭାବେ କବ୍ଜା କରି ଆଡ଼ା ଜମାଇବା ସହିତ ସେଠାରେ ଆତଙ୍କର ପରିବେଶ ସୃଷ୍ଟି କରିଥିଲେ ଅଣ ଛାତ୍ରମାନେ।ଗତକାଲି ଶହୀଦନଗର ଥାନା ପକ୍ଷରୁ ଗତକାଲି ଚଢ଼ାଉ କରାଯିବ ସହିତ ଶତାଧିକ ଅଣଛାତ୍ରଙ୍କୁ ସେଠାରୁ ବାହାର କରାଯାଇଥିଲା।ଏହା ସହିତ ତାହା ପରିସର ମଧ୍ୟରୁ ଅନେକ ପ୍ରକାର ମାଦକ ସାମଗ୍ରୀ ମଦ ,ଗଞ୍ଜେଇ ଆଦି ବ୍ୟବହାରର ପ୍ରମାଣ ମଧ୍ୟ ମିଳିଛି।ତେବେ ଅଣଛାତ୍ରଙ୍କୁ ଆଶ୍ରୟ ଦାତା ସାଜିଥିବା ଏହି ଦୁଇ ଜଣଙ୍କ ଭୟ ରେ ବିଶ୍ୱବିଦ୍ୟାଳୟ କତ୍ତୃପକ୍ଷ ଏବଂ ଛାତ୍ରଛାତ୍ରୀ ମାନେ ପାଟି ଖୋଲିବାକୁ  ସାହାସ କରିପାରୁ ନଥିବା ସେ କହିଛନ୍ତି।ଏମାନେ ଗୁଣ୍ଡା ଗର୍ଦ୍ଦି କରିବା ସହିତ ଜୋର ଜବରଦସ୍ତ ବଟି ଆଦାୟ କରି ବେଶ ଅୟସ ଜୀବନଯାପନ କରୁଥିବା ଛାତ୍ର କଂଗ୍ରେସ ସଭାପତି ଇତିଶ ପ୍ରଧାନ କହିଛନ୍ତି।ଓଡ଼ିଶାର ପ୍ରତିଷ୍ଠିତ ସ୍ୱନାମଧନ୍ୟ ଶିକ୍ଷା ଅନୁଷ୍ଠାନ ହୋଇଥିବାବେଳେ ଏହାର ସୁନାମ ରକ୍ଷା କରିବା ପାଇଁ ମୁଖ୍ୟମନ୍ତ୍ରୀ ପଦକ୍ଷେପ ନେବା ସହିତ ଆସନ୍ତା 3ଦିନ ଭିତରେ ଏହି ଦୁଇ ମୁଖ୍ୟ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିବାକୁ ଦାବି କରିଛନ୍ତି।ନଚେତ ଛାତ୍ର କଂଗ୍ରେସ ପକ୍ଷରୁ ନବୀନ ନିବାସ ଘେରାଉ କରାଯାଇ ଏହାର ପ୍ରତିବାଦ କରାଯିବ।
Laxmikanta das
Bhubaneswar
Visual already sent by mojo
Av
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.