ETV Bharat / sports

‘କ୍ୟାପ୍ଟେନ କୁଲ୍‌ ରାଗି ମଧ୍ୟ’

author img

By

Published : Apr 9, 2019, 10:31 PM IST

ସର୍ବଦା କୁଲ୍‌ ରହୁଥିବା କ୍ୟାପଟେନ କୁଲଙ୍କ ମିଜାଜ ନିକଟରେ ବିଗିଡି ଯାଇଥିଲା । ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଶନିବାର କିଙ୍ଗସ୍‌ ଇଲେଭେନ ପଞ୍ଜାବ ବିପକ୍ଷ ମ୍ୟାଚରେ ଏହି ଦୃଶ୍ୟ ଦେଖିବାକୁ ମିଳିଥିଲା । ଦ୍ରୁତ ବୋଲର ଦୀପକ ଚହରଙ୍କ ଉପରେ ଧୋନି ଖୁବ୍‌ ରାଗି ଯାଇଥିବା ଦେଖିବାକୁ ମିଳିଥିଲା।

ଫାଇଲ ଫଟୋ

ଚେନ୍ନାଇ: କ୍ରିକେଟ୍‌ ଇତିହାସରେ କ୍ୟାପଟେନ୍ କୁଲ ଭାବରେ ପରିଚିତ ମହେନ୍ଦ୍ର ସିଂହ ଧୋନି। ପଡିଆରେ ପରିସ୍ଥିତି ଯେତେ ଜଟିଳ ଥିଲେ ମଧ୍ୟ ନିଜ ନିୟନ୍ତ୍ରଣ ହରାନ୍ତି ନାହିଁ ଧୋନି । ହାରିବା ସ୍ଥିତି ଆସିଯାଇଥିଲେ ମଧ୍ୟ ସେ ଶାନ୍ତ ଓ ବିନ୍ଦାସ ମିଜାଜରେ ସ୍ଥିତି ସମ୍ଭାଳିଥାନ୍ତି । ଏଥିପାଇଁ ଅନେକ ରୋମାଞ୍ଚକର ମ୍ୟାଚରେ ସେ ଶେଷ ମୂହୁର୍ତ୍ତରେ ଦଳକୁ ବିଜୟୀ କରିଥାନ୍ତି ।

ତେବେ ସର୍ବଦା କୁଲ୍‌ ରହୁଥିବା କ୍ଯାପଟେନ କୁଲଙ୍କ ମିଜାଜ ନିକଟରେ ବିଗିଡି ଯାଇଥିଲା। ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଶନିବାର କିଙ୍ଗସ୍‌ ଇଲେଭେନ ପଞ୍ଜାବ ବିପକ୍ଷ ମ୍ୟାଚରେ ଏହି ଦୃଶ୍ୟ ଦେଖିବାକୁ ମିଳିଥିଲା । ଦ୍ରୁତ ବୋଲର ଦୀପକ ଚହରଙ୍କ ଉପରେ ଧୋନି ଖୁବ୍‌ ରାଗି ଯାଇଥିବା ଦେଖିବାକୁ ମିଳିଥିଲା।

ମ୍ୟାଚର ଦ୍ବିତୀୟ ଇଂନିସର 19 ତମ ଓଭରରେ ଦୀପକ ବୋଲିଂ କରିବାକୁ ଆସିଥିଲେ। ଏହି ସମୟରେ ପଞ୍ଜାବକୁ ବିଜୟ ପାଇଁ ୧୨ ବଲରେ ୩୯ ରନ ଦରକାର ଥିଲା। ବୋଲିଂ କରିବାକୁ ଆସିଥିବା ଚହରଙ୍କ ପ୍ରଥମ ବଲରେ ପଞ୍ଜାବର ସର୍ଫରାଜ ଖାନ୍‌ ‌ଚୌକା ମାରିଥିଲେ। ତେବେ ଏହି ବଲ ନୋ ବଲ ଥିଲା ଏବଂ ପଞ୍ଜାବକୁ ଫ୍ରି ହିଟ୍‌ ମିଳିଥିଲା । ଏହା ପର ବଲ ଚହର ପୁଣି ନୋ ବଲ ପକାଇଥିଲେ। ଲଗାତାର 2ଟି ନୋ ବଲ ପାଇଁ ତାଙ୍କ ଉପରେ ଧୋନି ରାଗି ଯାଇଥିଲେ । କ୍ୟାପ୍ଟେନ କୁଲ ହରାଇ ବସିଥିଲେ ନିଜର ନିୟନ୍ତ୍ରଣ । ଚହ୍ବରଙ୍କ ପାଖକୁ ଆସି ତାଙ୍କୁ ରାଗି କରି କିଛି କହିଥିବାର ଦେଖାଯାଇଥିଲା ।

ତେବେ ଧୋନିଙ୍କ ରାଗ ଔଷଧ ପରି କାମ କରିଥିଲା । ଏହାପରେ ବୋଲିଂରେ ସୁଧାର ଆଣି ଦୀପକ ଚତ୍ମକାର ବୋଲିଂ କରି ପରବର୍ତ୍ତୀ 5ଟି ବଲରେ 7 ରନ ଦେଇ ଗୋଟିଏ ୱିକେଟ୍‌ ନେଇଥିଲେ । ଏହାସହ ଦଳକୁ ସେ ବିଜୟର ନିକଟବର୍ତ୍ତୀ କରିଥିଲେ । ତେବେ ଧୋନିଙ୍କ ରାଗ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ହୋଇଥିଲା । ମ୍ୟାଚ ପରେ ଦୀପକ ମଧ୍ୟ ଏହାକୁ ସ୍ବୀକାର କରି କହିଥିଲେ ଯେ ଧୋନି ତାଙ୍କ ଉପରେ ରାଗି ଯାଇଥିଲେ ।

କିନ୍ତୁ ଖେଳ ଶେଷ ହେବା ପରେ ସେ ତାଙ୍କୁ ଆଲିଙ୍ଗନ କରି ସାବାସୀ ଦେଇଥିଲେ ‌ବୋଲି ଦୀପକ କହିଛନ୍ତି । ଯେହେତୁ ସେ ଭୁଲ କରିଥିଲେ ତେଣୁ ଗାଳି ଶୁଣିଥିଲେ । ହେଲେ ମ୍ୟାଚ ପରେ ଧୋନି ତାଙ୍କୁ ସାବାସୀ ମଧ୍ୟ ଦେଇଥିଲେ । ସେତେବେଳେ ସେ ଚାପ ଯୋଗୁଁ ଭଲ ବୋଲିଂ କରିପାରିନଥିଲେ ବୋଲି କହିଛନ୍ତି । ତେବେ ଧୋନିଙ୍କ ଗାଳି କେବେ ମଧ୍ୟ ତାଙ୍କୁ ଦୁଃଖ ଦେଇନଥିଲା ବୋଲି ଦୀପକ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

ବିଶ୍ବକପ ଟିମ ଘୋଷଣା କଲା ନ୍ୟୁଜିଲାଣ୍ଡ

ଓ୍ବେଲିଂଟନ: ଇଂଲଣ୍ଡ ଓ ୱେଲସରେ ଆସନ୍ତା 30ରୁ ଆରମ୍ଭ ହେବାକୁ ଯାଉଛି ବିଶ୍ବକପ । ଏଥିଲାଗି ବୁଧବାର ନ୍ୟୁଜିଲାଣ୍ଡ କ୍ରିକେଟ ବୋର୍ଡ ତାର ୧୫ ଜଣିଆ ଦଳ ଘୋଷଣା କରିଛି । ଦଳରେ ବ୍ୟାକଅପ ୱିକେଟ କିପର ଭାବେ ଟମ ବ୍ଲୁଣ୍ଡେଲଙ୍କୁ ସାମିଲ କରାଯାଇଛି ।

ତେବେ 6ଥର ସେମିଫାଇନାଲ ଖେଳିଥିବା ଓ ଶେଷଥର ଫାଇନାଲରେ ହାରିଥିବା ନ୍ୟୁଜିଲାଣ୍ଡ ଦଳ ଆଗାମୀ ବିଶ୍ୱକପ୍‌ ଜିତିବାକୁ ଲକ୍ଷ୍ୟ ରଖିଛି । ଅନ୍ୟପଟେ ବ୍ଲାକ କ୍ୟାପ ଦଳ ଦିନିକିଆ ମାନ୍ୟତାର ୩ୟ ସ୍ଥାନରେ ରହିଛି । ମାନ୍ୟତାର ପ୍ରଥମରେ ଇଂଲଣ୍ଡ ଓ 3ୟ ସ୍ଥାନରେ ଭାରତ ରହିଛି ।

ଟମ ଲଥାମଙ୍କ ସମେତ ବ୍ଲୁଣ୍ଡେଲଙ୍କୁ ୱିକେଟ କିପର ଭାବେ ଦଳରେ ସାମିଲ କରାଯାଇଛି । ମୁଖ୍ୟ ସ୍ପିନର ଭାବେ ମିଚେଲ ସାଣ୍ଟନର ଦଳରେ ସ୍ଥାନ ପାଇଥିବାବେଳେ ତାଙ୍କ ସହିତ ରହିଛନ୍ତି ଇଶ ସୋଧି । ସେହିପରି ଅଲରାଉଣ୍ଡ ଭାବେ ଜିମି ନିଶାମ ଓ କଲିନ ଡେ ଗ୍ରାଣ୍ଡହୋମ ଦଳରେ ସ୍ଥାନ ପାଇଛନ୍ତି । ଟିମ ସାଉଦି, ଟ୍ରେଣ୍ଟ ବୋଲ୍ଟ ଓ ଲୋକି ଫରଗ୍ୟୁସନ ଦଳରେ ପେସ ଆଟାକ ଭାବେ ସ୍ଥାନ ପାଇଛନ୍ତି ।

ନ୍ୟୁଜିଲାଣ୍ଡ ଦଳ: କେନ ଓ୍ବିଲିୟମସନ (ଅଧିନାୟକ), ଟମ ବ୍ଲୁଣ୍ଡେଲ, ଟମ୍‌ ଲଥାମ, (ୱିକେଟକିପର), ଟ୍ରେଣ୍ଟ ବୋଲ୍ଟ, କଲିନ ଡେ ଗ୍ରାଣ୍ଡହୋମ, ଲୋକି ଫର୍ଗୁସନ, କଲିନ ମୁନ୍‌ରୋ, ମାର୍ଟିନ ଗୁପଟିଲ, ମ୍ୟାଟ ହେନ୍‌ରୀ, ଜିମି ନିଶାମ, ହେନରୀ ନିକୋଲସ, ମିଚେଲ ସାଣ୍ଟନର, ଇଶ ସୋଧି, ଟିମ୍‌ ସୌଦି ଓ ରସ ଟେଲର ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.