ETV Bharat / sports

ଇଞ୍ଜାମାମଙ୍କ ସ୍ପଷ୍ଟୀକରଣ, ହୋଇନଥିଲେ ହାର୍ଟ ଆଟାକର ଶିକାର - ଇଞ୍ଜାମମଙ୍କୁ ହାର୍ଟ୍‌ ଆଟାକ୍‌

ହାର୍ଟ୍‌ ଆଟାକ୍‌ର ଶିକାର ହୋଇନାହାନ୍ତି ପୂର୍ବତନ ପାକିସ୍ତାନ ଅଧିନାୟକ ଇଞ୍ଜାମାମ-ଉଲ-ହକ୍‌ । ଏହାକୁ ନେଇ ସେ ଖୋଦ୍‌ ନିଜ ୟୁ-ଟ୍ୟୁବ୍‌ ଚ୍ୟାନେଲରେ ସ୍ପଷ୍ଟୀକରଣ ଦେଇଛନ୍ତି । ଅଧିକ ପଢ଼ନ୍ତୁ...

ଇଞ୍ଜାମମଙ୍କ ସ୍ପଷ୍ଟୀକରଣ, ହାର୍ଟ ଆଟାକର ଶିକାର ହୋଇନଥିଲେ

author img

By

Published : Sep 29, 2021, 5:15 PM IST

ଲାହୋର: ହାର୍ଟ୍‌ ଆଟାକ୍‌ର ଶିକାର ହୋଇନାହାନ୍ତି ପୂର୍ବତନ ପାକିସ୍ତାନ ଅଧିନାୟକ ଇଞ୍ଜାମାମ-ଉଲ-ହକ୍‌ । ଏହାକୁ ନେଇ ସେ ଖୋଦ୍‌ ସ୍ପଷ୍ଟୀକରଣ ଦେଇଛନ୍ତି । ଗତକାଲି(ମଙ୍ଗଳବାର) ଇଞ୍ଜାମାମଙ୍କୁ ହାର୍ଟ ଆଟାକ୍‌ ହୋଇଥିବା ନେଇ ଖବର ପ୍ରକାଶ ପାଇଥିଲା । ତେବେ ସେ ନିୟମିତ ସ୍ବାସ୍ଥ୍ୟ ଯାଞ୍ଚ କରାଇବା ପାଇଁ ହସ୍ପିଟାଲ ଯାଇଥିଲେ । ସେଠାରେ ତାଙ୍କ ଧମନୀରେ ବ୍ଲକେଜ ରହିଥିବା ନେଇ ଡାକ୍ତର ସୂଚନା ଦେଇଥିଲେ । ଏହାପରେ ତାଙ୍କର ଏମର୍ଜେନ୍ସି ଏଞ୍ଜିଓପ୍ଲାଷ୍ଟି ଚିକିତ୍ସା କରାଯାଇଥିଲା ।

ଅଚାନକ ହସ୍ପିଟାଲରେ ଭର୍ତ୍ତି ହେବାପରେ ଇଞ୍ଜାମାମ ହାର୍ଟ ଆଟାକ୍‌ର ଶିକାର ହୋଇଥିବା ନେଇ ଖବର ପ୍ରକାଶ ପାଇଥିଲା । ଏଭଳି କି ତାଙ୍କ ପରିବାରର ଜଣେ ସଦସ୍ୟ ଏହାକୁ ନେଇ ସ୍ପଷ୍ଟୀକରଣ ମଧ୍ୟ ଦେଇଥିଲେ । ଇଞ୍ଜାମମଙ୍କ ଛାତିରେ ଯନ୍ତ୍ରଣା ଅନୁଭବ କରୁଥିବା ନେଇ ପରିବାର ସଦସ୍ୟ ସୂଚନା ଦେଇଥିଲେ । ତେବେ ଛାତିରେ ନୁହେଁ ପେଟରେ ଯନ୍ତ୍ରଣା ପରେ ହସ୍ପିଟାଲକୁ ସ୍ବାସ୍ଥ୍ୟ ଯାଞ୍ଚ କରାଇବାକୁ ଯାଇଥିଲେ ଇଞ୍ଜାମାମ-ଉଲ-ହକ୍‌ । ଆଜି ଏହାକୁ ନେଇ ନିଜ ୟୁ-ଟ୍ୟୁବ୍‌ ଚ୍ୟାନେଲ୍‌ରେ ସ୍ପଷ୍ଟୀକରଣ ଦେଇଛନ୍ତି ଇଞ୍ଜାମାମ ।

ଇଞ୍ଜାମାମ-ଉଲ-ହକ୍‌ କହିଛନ୍ତି ଯେ, "ମୋ ପାଇଁ ଚିନ୍ତା କରିଥିବାରୁ ମୁଁ ପାକିସ୍ତାନ ଓ ବିଶ୍ବବାସୀଙ୍କୁ ଧନ୍ୟବାଦ ଦେଉଛି । ମୋ ସୁସ୍ଥତା ପାଇଁ ପ୍ରାର୍ଥନା କରିଥିବାରୁ ମୁଁ କୃତଜ୍ଞ ।"

୫୧ ବର୍ଷୀୟ ଇଞ୍ଜାମାମ-ଉଲ୍‌-ହକ୍‌ ପାକିସ୍ତାନ ପକ୍ଷରୁ ୧୨୦ଟି ଟେଷ୍ଟ, ୩୭୮ଟି ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍‌ ଖେଳିଛନ୍ତି । ଏହାସହ ବର୍ଷ ୨୦୧୬-୨୦୧୯ ମଧ୍ୟରେ ମୁଖ୍ୟ ଚୟନକର୍ତ୍ତା ଦାୟିତ୍ବ ମଧ୍ୟ ତୁଲାଇଛନ୍ତି । ତାଙ୍କ ଚୟନକର୍ତ୍ତା କାର୍ଯ୍ୟକାଳ ସମୟରେ ୨୦୧୭ ICC ଚମ୍ପିଆନ୍‌ସ ଟ୍ରଫି ଫାଇନାଲରେ ଭାରତକୁ ହରାଇ ବିଜୟୀ ହୋଇଥିଲା ପାକିସ୍ତାନ । ତେବେ ୨୦୧୯ ବିଶ୍ବକପ ପରେ ପାକିସ୍ତାନ କ୍ରିକେଟ ବୋର୍ଡ ମ୍ୟାନେଜ୍‌ମେଣ୍ଟର ନବକଳେବର ପରେ ନିଜ ପଦରୁ ଇସ୍ତଫା ଦେଇଥିଲେ ଇଞ୍ଜାମାମ-ଉଲ-ହକ୍‌ ।

ପୂର୍ବତନ ପାକିସ୍ତାନ ଅଧିନାୟକ ଇଞ୍ଜାମାମ୍‌ ୨୦୧୬ ଟି-୨୦ ବିଶ୍ବକପରେ ଆଫଗାନିସ୍ତାନ ଟିମ୍‌ର କୋଚ୍‌ ମଧ୍ୟ ତୁଲାଇଛନ୍ତି । ବର୍ତ୍ତମାନ ଏହି କିମ୍ବଦନ୍ତୀ କ୍ରିକେଟର ସମ୍ପୂର୍ଣ୍ଣ ସୁସ୍ଥ ଥିବା ନେଇ ସୂଚନା ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.