ETV Bharat / sports

India vs England 5th test, ଆଜିଠୁ ମାଞ୍ଚେଷ୍ଟର ଟେଷ୍ଟ

ଆଜିଠୁ(ଶୁକ୍ରବାର) ଭାରତ ଓ ଇଂଲଣ୍ଡ ମଧ୍ୟରେ ଆରମ୍ଭ ହେବ ପଞ୍ଚମ ଟେଷ୍ଟ । ୨-୧ରେ ସିରିଜ ଆଗୁଆ ଥିବା ଭାରତୀୟ ଦଳ ବିଜୟ ସହିତ ଇତିହାସ ରଚିବାକୁ ଯୋଜନା କରିଛି । ଅଧିକ ପଢନ୍ତୁ...

author img

By

Published : Sep 10, 2021, 12:54 PM IST

India vs England 5th test, ମଞ୍ଚେଷ୍ଟରରେ ବିଜୟ ଲକ୍ଷ୍ୟରେ ଭାରତ

ମଞ୍ଚେଷ୍ଟର: ଆଜିଠୁ(ଶୁକ୍ରବାର) ଭାରତ ଓ ଇଂଲଣ୍ଡ ମଧ୍ୟରେ ଆରମ୍ଭ ହେବ ପଞ୍ଚମ ଟେଷ୍ଟ । ୨-୧ରେ ସିରିଜ ଆଗୁଆ ଥିବା ଭାରତୀୟ ଦଳ ବିଜୟ ସହିତ ଇତିହାସ ରଚିବାକୁ ଯୋଜନା କରିଛି । ସେପଟେ ଘରୋଇ ଦଳ ସିରିଜକୁ ଫେରିବା ପାଇଁ ଦଳକୁ ସୃଦୁଢ କରିଛି । କୋରୋନା ସଂକ୍ରମଣ ପାଇଁ ମ୍ୟାଚ ଆୟୋଜନ ନେଇ ଆଶଙ୍କା ଉପୁଜିଥିଲେ ହେଁ ସବୁ ଖେଳାଳିଙ୍କ ରିପୋର୍ଟ ନେଗେଟିଭ ଆସିଛି ।

ଓଭାଲ ଗ୍ରାଉଣ୍ଡରେ ବୋବାଲ କରିଥିବା ଭାରତ । ଚତୁର୍ଥ ଟେଷ୍ଟରେ ବିରାଟ ବାହିନୀ ଇଂଲଣ୍ଡକୁ ପରାସ୍ତ କରି ୫୦ ବର୍ଷ ଅପେକ୍ଷାର ଅନ୍ତ ଘଟାଇଥିଲା । ୧୯୭୧ ପରେ ଓଭାଲରେ ବିଜୟ ହାସଲ କରିବାକୁ ସକ୍ଷମ ହୋଇଥିଲା ଭାରତ । ମଞ୍ଚେଷ୍ଟର ଏହି ପ୍ରଦର୍ଶନକୁ ଜାରି ରଖିବାକୁ ଚେଷ୍ଟା କରିବ ଟିମ ଇଣ୍ଡିଆ ।

ସେପଟେ ମାଞ୍ଚେଷ୍ଟରରେ ଖେଳାଯିବାକୁ ଥିବା ପଞ୍ଚମ ତଥା ଶେଷ ଟେଷ୍ଟ ପାଇଁ ଇଂଲଣ୍ଡ ଜୋରଦାର ପ୍ରସ୍ତୁତି କରିଛି । ମାଞ୍ଚେଷ୍ଟର ପିଚ୍ ପେସରଙ୍କୁ ସୁହାଇବ ତେଣୁ ଇଂଲଣ୍ଡ ତା’ର ଚୂଡ଼ାନ୍ତ ଏକାଦଶରେ ମାର୍କ ଉଡଙ୍କୁ ସାମିଲ୍ କରିପାରେ । ମାଞ୍ଚେଷ୍ଟର୍ ମଇଦାନ ଇଂଲଣ୍ଡର ଭେଟେରାନ୍ ପେସର୍ ଜେମ୍ସ ଆଣ୍ଡରସନଙ୍କର ହୋମ୍ ଗ୍ରାଉଣ୍ଡ । ତେଣୁ ପଞ୍ଚମ ଟେଷ୍ଟରେ ଆଣ୍ଡରସନଙ୍କ ମ୍ୟାଜିକ୍ ଦେଖିବାକୁ ମିଳିପାରେ ।

ଚତୁର୍ଥ ଟେଷ୍ଟରେ ଇଂଲଣ୍ଡକୁ ୧୫୭ ରନରେ ହରାଇ ଭାରତ ପାଞ୍ଚମ୍ୟାଚ୍ ବିଶିଷ୍ଟ ସିରିଜରେ ୨-୧ର ଅଗ୍ରଣୀ ହାସଲ କରିଛି । ଦମଦାର ପ୍ରଦର୍ଶନ ପାଇଁ ଉଭୟ ଦଳ ଜୋରଦାର ପ୍ରସ୍ତୁତି କରିଛି । କାହା ପ୍ରସ୍ତତି ଟିମକୁ ବିଜୟ ସ୍ବାଦ ହେବ ତାହା ଦେଖିବା ବାକି ରହିଲା ।

ବ୍ୟୁରୋ ରିପୋର୍ଟ,ଇଟିିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.