ETV Bharat / sports

ପିଙ୍କ ବଲ ଟେଷ୍ଟ; ପ୍ରସ୍ତୁତ ଭାରତୀୟ ମହିଳା କ୍ରିକେଟ ଟିମ - ବିସିସିଆଇ

ଚଳିତ ବର୍ଷ ସେପ୍ଟେମ୍ବର ମଧ୍ୟଭାଗରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ପିଙ୍ଗ ବଲ ଟେଷ୍ଟ ମ୍ୟାଚ । ଅଧିକ ପଢନ୍ତୁ...

ପିଙ୍କ ବଲ ଟେଷ୍ଟ
ପିଙ୍କ ବଲ ଟେଷ୍ଟ
author img

By

Published : May 20, 2021, 12:06 PM IST

ନୂଆଦିଲ୍ଲୀ: ଚଳିତ ବର୍ଷ ଅଷ୍ଟ୍ରେଲିଆ ଗସ୍ତରେ ଥିବା ଭାରତୀୟ ମହିଳା କ୍ରିକେଟ ଦଳ ପ୍ରଥମ ଦିନିକିଆ ଟେଷ୍ଟରେ ପ୍ରତିଦ୍ୱନ୍ଦ୍ୱିତା କରିବ ବୋଲି ବିସିସିଆଇ ସଚିବ ଜୟ ଶାହା କହିଛନ୍ତି । ମହିଳା କ୍ରୀଡାକୁ ପ୍ରୋତ୍ସାହିତ କରିବା ପାଇଁ ବିସିସିଆଇର ପ୍ରତିବଦ୍ଧତା ଏକ ଅଂଶ ବୋଲି ଶାହା ତାଙ୍କ ଟ୍ୱିଟରରେ ଘୋଷଣା କରିଛନ୍ତି । ପିଙ୍କ ବଲ ମ୍ୟାଚ ପାଇଁ ଦଳ ସମ୍ପୂର୍ଣ୍ଣ ପ୍ରସ୍ତୁତ ।

ମହିଳା କ୍ରିକେଟ ପ୍ରତି ବିସିସିଆଇର ପ୍ରତିଶ୍ରୁତିକୁ ନେଇ ଶାହା କହିଛନ୍ତି ଭରତୀୟ ମହିଳା ଦଳ ଚଳିତ ବର୍ଷ ଅଷ୍ଟ୍ରେଲିଆ ସହିତ ପିଙ୍କ ବଲ ଟେଷ୍ଟ ମ୍ୟାଚ ଖେଳିବ । ମୁଁ ଏନେଇ ବହୁତ ଖୁସି ବୋଲି କହିଛନ୍ତି ଜୟ ଶାହା । ଗତ ସାତ ବର୍ଷ ଭିତରେ ଜୁନ 16ରେ ଇଂଲଣ୍ଡ ସହିତ ପ୍ରଥମ ଟେଷ୍ଟ ମ୍ୟାଚ ଖେଳିଥିଲା ଭାରତ । ଅଷ୍ଟ୍ରେଲିଆ ଗସ୍ତ ଭାରତ ପାଇଁ ଆଉ ଏକ ଟେଷ୍ଟ ମ୍ୟାଚ ହେବ । ଏହା ସହିତ ଦଳ ମଧ୍ୟରେ ଦିନିକିଆ ଓ ଟି-20 ମ୍ୟାଚ ମଧ୍ୟ ଖେଳାଯିବ ।

ମ୍ୟାଚ ହେବା ନେଇ ତାରିଖ ଘୋଷଣା ହୋଇନାହିଁ । ତଥାପି ଏହା ସେପ୍ଟେମ୍ବର ମଧ୍ୟଭାଗ ସୁଦ୍ଧା ହେବ ବୋଲି ଅନୁମାନ କରାଯାଉଛି । ଶେଷ ଥର ପାଇଁ 2006ରେ ଅଷ୍ଚ୍ରେଲିଆ ବିପକ୍ଷରେ ଟେଷ୍ଟ ମ୍ୟାଚ ଖେଳିଥିଲା । ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପିଙ୍କ ବଲ ଟେଷ୍ଟ ମହିଳା କ୍ରିକେଟ୍ ଇତିହାସରେ ଅନୁଷ୍ଠିତ ହେବାକୁ ଥିବା ଦ୍ୱିତୀୟ ମ୍ୟାଚ୍ ହେବ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.