ETV Bharat / sports

ପୁଣି ଥରେ ବାପା ହେଲେ କ୍ରିକେଟର ଉମେଶ ଯାଦବ

author img

By

Published : Mar 9, 2023, 9:21 AM IST

ଭାରତୀୟ କ୍ରିକେଟର ଉମେଶ ଯାଦବ ପୁଣି ଥରେ ବାପା ହୋଇଛନ୍ତି । ପତ୍ନୀ ତାନ୍ୟା କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି । ଅଧିକ ପଢନ୍ତୁ

umesh yadav blessed with baby girl
ପୁଣି ଥରେ ବାପା ହେଲେ କ୍ରିକେଟର ଉମେଶ ଯାଦବ

ନୂଆଦିଲ୍ଲୀ: ସାରା ଦେଶ ଯେବେ ଅନ୍ତର୍ଜାତୀୟ ମହିଳା ଦିବସ ଓ ହୋଲି ପାଳନ କରୁଥିଲା ସେବେ ଭାରତୀୟ କ୍ରିକେଟର ଉମେଶ ଯାଦବଙ୍କ ଘରକୁ ଏକ ଖୁସି ଖବର ଆସିଥିଲା । ଦ୍ବିତୀୟ ଥର ବାପା ହୋଇଛନ୍ତି ଭାରତୀୟ କ୍ରିକେଟର ଉମେଶ ଯାଦବ । ଉମେଶ ଯାଦବଙ୍କ ପତ୍ନୀ ତାନ୍ୟା ଏକ କନ୍ୟା ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି । ଏନେଇ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି ଭାରତୀୟ ଦ୍ରୁତ ବୋଲର ଉମେଶ ଯାଦବ ।

2021ରେ ପ୍ରଥମେ ମଧ୍ୟ ଏକ କନ୍ୟା ସନ୍ତାନର ପିତା ହୋଇଥିଲେ ଉମେଶ । ମଜା କଥା ହେଉଛି ସେବେ ମଧ୍ୟ ଉମେଶ ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ବ୍ୟସ୍ତ ଥିଲେ । ବର୍ତ୍ତମାନ ମଧ୍ୟ ବର୍ଡର ଗାଭାସ୍କର ଟେଷ୍ଟ ସିରିଜ ଜାରି ଥିବା ବେଳେ ପୁଣି ପିତା ହୋଇଛନ୍ତି । ଉମେଶଙ୍କର ବଡଝିଅକୁ 2 ବର୍ଷ । ପତ୍ନୀଙ୍କ ପାଖରେ ଥିବା ଉମେଶ ଯାଦବ ଆଜି ଦଳରେ ଯୋଗ ଦେବାର ସମ୍ଭାବନା ରହିଛି । ଆଜିଠୁ ଭାରତ ଅଷ୍ଟ୍ରେଲିଆ ଚତୁର୍ଥ ଟେଷ୍ଟ ଆରମ୍ଭ ହେବାକୁ ଯାଉଛି । ଉମେଶ କନ୍ୟା ସନ୍ତାନର ବାପା ହେବା ପରେ ଟ୍ବିଟରରେ ଖୁସି ଜାହିର କରିଥିଲେ । କନ୍ୟା ସନ୍ତାନର ବାପା ହୋଇ ଗର୍ବ ଅନୁଭବ କରୁଥିବା କହିଛନ୍ତି । ଏହାପରେ ତାଙ୍କୁ ସାଥୀ ଖେଳାଳି ଓ ଫ୍ୟାନ୍ସଙ୍କ ଶୁଭେଚ୍ଛା ଛୁଟିଥିଲା । 2013ରେ ଡିଜାଇନର ତାନ୍ୟା ବାଧବାଙ୍କୁ ବିବାହ କରଥିଲେ ଉମେଶ ।

ଏହା ବି ପଢନ୍ତୁ....INDvsAUS 4th Test: ଆଜିଠୁ ଚତୁର୍ଥ ଟେଷ୍ଟ, ଭାରତ ପାଇଁ ନିର୍ଣ୍ଣାୟକ ଲଢେଇ

ନିକଟରେ ଉମେଶ ଯାଦବଙ୍କ ପାଇଁ ଦୁଃଖର ଦିନ ଥିଲା । ଗତମାସ ଅର୍ଥାତ ଫେବୃଆରୀ 25 ତାରିଖରେ ସେ ତାଙ୍କ ବାପାଙ୍କୁ ହରାଇଥିଲେ । ସ୍ବାସ୍ଥ୍ୟଗତ ସମସ୍ୟା ପାଇଁ ଚିକିତ୍ସାଧୀନ ଅବସ୍ଥାରେ ଉମେଶଙ୍କ ପିତା ତିଲକ ଯାଦବଙ୍କ ଦେହାନ୍ତ ହୋଇଥିଲା । ବାପାଙ୍କୁ ହରାଇ ଭାଙ୍ଗି ପଡିଥିଲେ ଉମେଶ । ବର୍ତ୍ତମାନ ଉମେଶ ଯାଦବ ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ଚତୁର୍ଥ ଟେଷ୍ଟରେ ଦଳରେ ସାମିଲ ଅଛନ୍ତି । ସେ ପ୍ରଥମ ଦୁଇଟି ଟେଷ୍ଟ ଖେଳି ନଥିଲେ ।

2010ରେ ଦିନିକିଆରେ ଡେବ୍ୟୁ କରିଥିଲେ ଉମେଶ । 35 ବର୍ଷୀୟ ଉମେଶ ଯାଦବ ଭାରତୀୟ ଟେଷ୍ଟ ଦଳର ଜଣେ ନିୟମିତ ସଦସ୍ୟ । ଏ ପର୍ଯ୍ୟନ୍ତ ସେ 55ଟି ଟେଷ୍ଟ, 75ଟି ଦିନିକିଆ ଓ 7ଟି ଟି-20 ମ୍ୟାଚ ଖେଳିଛନ୍ତି । 164ଟି ଟେଷ୍ଟ ୱିକେଟ ହାସଲ କରିଛନ୍ତି । 88/6 ତାଙ୍କ କ୍ୟାରିଅରର ଶ୍ରେଷ୍ଠ ପ୍ରଦର୍ଶନ । ଦିନିକିଆରେ ସେ 106ଟି ଓ ଟି- 20ରେ 12ଟି ୱିକେଟ ହାସଲ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.