ଅହମ୍ମଦାବାଦ: ପ୍ରଥମେ ବ୍ୟାଟିଂ କରିବା ଟିମ ଇଣ୍ଡିଆ । ଆଜି (ବୁଧବାର) ଭାରତ ବନାମ ନ୍ୟୁଜିଲାଣ୍ଡ ମଧ୍ୟରେ ତୃତୀୟ ଟି-୨୦ ମ୍ୟାଚ ଖେଳାଯାଉଛି । ଆଜିର ମ୍ୟାଚରେ ଭାରତ ଟସ ଜିତି ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି । ଫଳରେ ପ୍ରଥମେ ବୋଲଂ କରିବ ନ୍ୟୁଜିଲାଣ୍ଡ ।
-
#TeamIndia have won the toss and elect to bat first in the series decider match.
— BCCI (@BCCI) February 1, 2023 " class="align-text-top noRightClick twitterSection" data="
A look at our Playing XI for the game.
Live - https://t.co/1uCKYafzzD #INDvNZ @mastercardindia pic.twitter.com/BbOibgv0kG
">#TeamIndia have won the toss and elect to bat first in the series decider match.
— BCCI (@BCCI) February 1, 2023
A look at our Playing XI for the game.
Live - https://t.co/1uCKYafzzD #INDvNZ @mastercardindia pic.twitter.com/BbOibgv0kG#TeamIndia have won the toss and elect to bat first in the series decider match.
— BCCI (@BCCI) February 1, 2023
A look at our Playing XI for the game.
Live - https://t.co/1uCKYafzzD #INDvNZ @mastercardindia pic.twitter.com/BbOibgv0kG
ଭାରତ ଚୂଡାନ୍ତ ଏକାଦଶରେ ଆଜି ଗୋଟିଏ ପରିବର୍ତ୍ତନ କରାଯାଇଛି । ସ୍ପିନର ୟୁଜିବେନ୍ଦ୍ର ଚହଲଙ୍କ ବଦଳରେ ଫାଷ୍ଟ ବୋଲର ଉମରାନ ମଲ୍ଲିକଙ୍କୁ ଚୂଡାନ୍ତ ଏକାଦଶରେ ସ୍ଥାନ ମିଳିଛି । ଗୁଜରାଟ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମ୍ୟାଚ ଖେଳାଯାଉଛି । ପ୍ରଥମ ଦୁଇ ମୁକାବିଲା 1-1ରେ ବରାବର ରହିଛି । ଅନ୍ତିମ ଟି-ଟ୍ବେଣ୍ଟି ମ୍ୟାଚ ନିର୍ଣ୍ଣାୟକ ହେବ । ଶେଷ ଟି-ଟ୍ବେଣ୍ଟି ମ୍ୟାଚ ଜିତି ସିରିଜ ହାତେଇବା ଲକ୍ଷ୍ୟରେ ରହିଛି ମ୍ୟାନ ଇନ ବ୍ଲୁ । ସେହିପରି ଦିନିକିଆର ପ୍ରତିଶୋଧ ନେବା ଲକ୍ଷ୍ୟରେ ରହିଛି ଭ୍ରମଣକାରୀ ଦଳ । ଶେଷ ଟି-ଟ୍ବେଣ୍ଟି ଜିତି ଭାରତରେ ପ୍ରଥମ ସିରିଜ ବିଜୟ ଲକ୍ଷ୍ୟରେ ରହିଛି କିୱି ଦଳ । ପୂର୍ବ ମ୍ୟାଚରେ ୱାଶିଂଟନ ସୁନ୍ଦରଙ୍କ ଭଲ ପ୍ରଦର୍ଶନ ରହିଥିଲା । ପ୍ରଥମ ଟି-ଟ୍ବେଣ୍ଟିରେ ଭାରତ ପରାସ୍ତ ହୋଇଥିଲେ ବି ୱାଶିଂଟନ ସୁନ୍ଦର ଏକ ଦକ୍ଷତାପୂର୍ଣ୍ଣ ପ୍ରଦର୍ଶନ କରିଥିଲେ । ଆଜି ତାଙ୍କଠୁ କିଛି ସମାନ ପ୍ରଦର୍ଶନ ଆଶା କରାଯାଉଛି । ବିଶେଷ କରି ଭାରତର ଓପନରଙ୍କ ଉପରେ ନଜର ରହିବ ।
ଚୂଡାନ୍ତ ଏକାଦଶ ଭାରତ - ଶୁବମନ ଗିଲ, ଇଶାନ କିଶାନ (ୱିକେଟ କିପର), ରାହୁଲ ତ୍ରିପାଠୀ, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ଦୀପକ ହୁଡା, ୱାସିଙ୍ଗଟନ ସୁନ୍ଦର, ଶିଭମ ମାଭି, କୂଲଦୀପ ଯାଦବ, ଉମରାନ ମଲ୍ଲିକ, ଅର୍ଶଦୀପ ସିଂହ ।
ଚୂଡାନ୍ତ ଏକାଦଶ ନ୍ୟୁଜିଲାଣ୍ଡ - ଫିନ ଆଲେନ, ଡେଭନ କନୱେ (ୱିକେଟ କିପର), ମାର୍କ ଚପମେନ, ଗ୍ଲେନ ଫିଲିପ୍ସ, ଡାର୍ଲି ମିଚେଲ, ମାଇକେଲ ବ୍ରାସୱେଲ, ମିଚେଲ ସାଣ୍ଟନର (ଅଧିନାୟକ), ଇସ୍ ସୋଧି, ଲକି ଫରଗୁସନ, ବେନ ଲିଷ୍ଟର, ବ୍ଲେର ଥିକନର ।