ETV Bharat / sports

INDvsNZ 1st T20I: ଭାରତର ବୋଲିଂ ନିଷ୍ପତ୍ତି, ପ୍ରଥମେ ବ୍ୟାଟିଂ କରିବ ନ୍ୟୁଜିଲାଣ୍ଡ

author img

By

Published : Jan 27, 2023, 6:41 PM IST

Updated : Jan 27, 2023, 6:58 PM IST

ଆଜି ଭାରତ ବନାମ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ ଖେଳାଯାଉଛି । ପ୍ରଥମେ ବୋଲିଂ କରିବ ଭାରତ । ଅଧିକ ପଢନ୍ତୁ

ଭାରତ ବନାମ ନ୍ୟୁଜିଲାଣ୍ଡ
ଭାରତ ବନାମ ନ୍ୟୁଜିଲାଣ୍ଡ

ରାଞ୍ଚି : ପ୍ରଥମେ ବୋଲିଂ କରିବ ଭାରତ । ଆଜି (ଶୁକ୍ରବାର) ଭାରତ ବନାମ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ ଖେଳାଯାଉଛି । ଭାରତ ଟସ ଜିତି ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି । ଫଳରେ ପ୍ରଥମେ ବ୍ୟାଟିଂ କରିବ ନ୍ୟୁଜିଲାଣ୍ଡ ।

ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ବରେ ଯୁବ ଟିମ ଇଣ୍ଡିଆ ନ୍ୟୁଜିଲାଣ୍ଡ ବିପକ୍ଷରେ ପ୍ରଥମ ଟି୨୦ ମ୍ୟାଚ ଖେଳିବ । ଆଜିର ମ୍ୟାଚ ରାଞ୍ଚିସ୍ଥିତି JSCA ଷ୍ଟାଡିୟମରେ ଖେଳାଯାଉଛି । ଟିମ ଇଣ୍ଡିଆର ମନୋବଳ ଦୃଢ ରହିଛି । ମେନ୍ ଇନ୍ ବ୍ଲୁ ନ୍ୟୁଜିଲାଣ୍ଡ ବିପକ୍ଷରେ ୩-୦ ରେ ଦିନିକିଆ ସିରଜ କ୍ଲିନ ସ୍ବିପ କରିଥିଲା । ତେବେ ଦିନିକିଆ ସିରିଜ କ୍ଲିନ ସ୍ବିପ କରିବା ପରେ ଏବେ ଟିମ ଟିମ ଇଣ୍ଡିଆର ନଜର ଟି୨୦ ସିରିଜ ଉପରେ । ପ୍ରଥମ ଟି୨୦ ସିରିଜ ହାତେଇବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବ ହାର୍ଦ୍ଦିକ ଏଣ୍ଡ କୋ । ଯୁବ ବ୍ୟାଟର ଇଶାନ କିଶାନ ଏବଂ ଶୁବମନ ଗିଲ ଓପନିଂ ପାଇଁ ଆସିବେ । ସେପଟେ ଭ୍ରମଣକାରୀ ନ୍ୟୁଜିଲାଣ୍ଡ ଦିନିକିଆ ସିରିଜରେ ପରାସ୍ତ ହେବା ପରେ ଟି୨୦ ସିରିଜ କବଜା କରିବାକୁ ଚେଷ୍ଟ କରିବ । ଦିନିକିଆରେ କରିଥିବା ତ୍ରୁଟିଗୁଡିକ ସୁଧାରି ପ୍ରଥମ ଟି୨୦ ମ୍ୟାଚ ପାଇଁ ମଇଦାନକୁ ଓହ୍ଲାଇବ କିୱି ଦଳ ।

ଚୂଡାନ୍ତ ଏକାଦଶ ଭାରତୀୟ ଦଳ - ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ଇଶାନ କିଶାନ (ୱିକେଟ କିପର), ଶୁବମନ ଗିଲ, ରାହୁଲ ତ୍ରିପାଠୀ, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡା, ୱାସିଙ୍ଗଟନ ସୁନ୍ଦର, କୂଲଦୀପ ଯାଦବ, ଶିଭମ ମାଭି, ଉମରାନ ମଲ୍ଲିକ, ଅର୍ଶଦୀପ ସିଂହ ।

ଚୂଡାନ୍ତ ଏକାଦଶ ନ୍ୟୁଜିଲାଣ୍ଡ ଦଳ - ଫିନ ଆଲେନ, ଡେଭନ କନୱେ (ୱିକେଟ କିପର), ମାର୍କ ଚପମେନ, ଡାରର୍ଲି ମିଚେଲ, ଗ୍ଲେନ ଫିଲିପ୍ସ, ମିଚେଲ ସାଣ୍ଟନର (ଅଧିନାୟକ), ମାଇକଲ ବ୍ରାସୱେଲ, ଜକାବ ଡଫି, ଇଶ ସୁଧି, ଲକି ଫରଗୁସନ, ବ୍ଲେର ଟିକନର ।

Last Updated : Jan 27, 2023, 6:58 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.